www.samajalive.in
Monday, December 8, 2025
27.1 C
Bhubaneswar

ଫନି ସହାୟତାରୁ ପାନ ଚାଷୀ ବଞ୍ଚିତ ସହାୟତା ପାଇଁ ନବ ନିର୍ମାଣ କୃଷକ ସଂଗଠନର ଦାବି

ବାଲିପାଟଣା: ଫନି ମହାବାତ୍ୟାରେ ବ୍ୟାପକ କ୍ଷୟକ୍ଷତି ଘଟିବା ସହ ବହୁ ଚାଷୀ ସମସ୍ତ ଫସଲ ହରାଇ ସର୍ବସ୍ୱାନ୍ତ ହୋଇଥିଲେ। ଏହା ପରେ ସରକାରଙ୍କ ତରଫରୁ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ଏଥିପାଇଁ କ୍ଷତିପୂରଣ ଦିଆଯାଇଥିଲା। ମାତ୍ର ଫନି ସମୟରେ ଘୋଷଣା ଅନୁଯାୟୀ ପାନ ଚାଷୀମାନେ ଏହି ସହାୟତାରୁ ବଞ୍ଚିତ ହୋଇଛନ୍ତି। ପାନ ବରଜର କ୍ଷୟକ୍ଷତି ପାଇଁ ୧୫ ହଜାର ଟଙ୍କା ଦିଆଯିବ ବୋଲି ସରକାର ଘୋଷଣା କରିଥିଲେ। ମାତ୍ର ଦୁଃଖ ଓ ପରିତାପର ବିଷୟ ଯେ, ଏପର୍ଯ୍ୟନ୍ତ ବାଲିପାଟଣା ଅଞ୍ଚଳର ପ୍ରକୃତ ପାନ ଚାଷୀ ସହାୟତା ଅର୍ଥ ପାଇନାହାଁନ୍ତି। ଉଦ୍ୟାନ ବିଭାଗର କର୍ମଚାରୀମାନେ ବ୍ୟାପକ ଜାଲିଆତି କରିଛନ୍ତି। ଆଦୌ ପାନ ବରଜ କରିନଥିବା ଚାଷୀମାନେ ଅର୍ଥ ପାଇଥିଲା ବେଳେ ପ୍ରକୃତ ଚାଷୀମାନେ ଏଥିର ବଞ୍ଚିତ ହୋଇଛନ୍ତି। ଚାଷୀ ଗୋବିନ୍ଦ ସ୍ୱାଇଁ, ଭଗବାନ ଭଟ୍ଟ ପ୍ରମୁଖ ଏ ନେଇ ସରକାରଙ୍କୁ କ୍ଷତିପୂରଣ ଦେବା ପାଇଁ ଆବେଦନ କରିଛନ୍ତି। ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଏବଂ ନବନିର୍ମାଣ ରାଜ୍ୟ କମିଟି ସଭ୍ୟ କୃଷ୍ଣଚନ୍ଦ୍ର ବେହେରା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆଗାମୀ ଦିନରେ ଯଦି ପାନ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ନଦିଆଯାଏ ତେବେ ଆନ୍ଦୋଳନ କରାଯିବ ବୋଲି ସେ କହିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories