www.samajalive.in
Wednesday, December 10, 2025
26.1 C
Bhubaneswar

ଟି-୨୦ ବିଶ୍ବକପ୍‌ର ସଂଗୀତ ଉନ୍ମୋଚିତ

ଦୁବାଇ : ଅକ୍ଟୋବର ୧୭ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ୟୁଏଇରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଆୟୋଜନ ହେବ। ଏହି ବିଶ୍ବକପ୍‌ର ସଂଗୀତ ଗୁରୁବାର ଉନ୍ମୋ‌େ‌ଚିତ ହୋଇଛି । ଏହାସହ ବିଶ୍ବକପ୍‌ର ପ୍ରଚାର ପାଇଁ ମଧ୍ୟ ଏକ କ୍ଷୁଦ୍ର ଚଳଚ୍ଚିତ୍ର ଉନ୍ମୋଚିତ ହୋଇଛି । ଏଥିରେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ୱେଷ୍ଟଇଣ୍ଡିଜ୍ ଅଧିନାୟକ କୈରନ ପୋଲାର୍ଡଙ୍କ ଭିନ୍ନ ଅବତାର ଦେଖିବାକୁ ମିଳିଛି। ଉନ୍ମୋଚିତ ହୋଇଥିବା ବିଶ୍ବକପ୍‌ର ସଂଗୀତର ସ୍ବର ସଂଯୋଜନା କରିଛନ୍ତି ବଲିଉଡ୍‌ର ପ୍ରସିଦ୍ଧ ସଂଗୀତ ନିର୍ଦେଶକ ଅମିତ ତ୍ରିବେଦୀ । ଏହି ସଂଗୀତ ସହ କ୍ଷୁଦ୍ର ଚଳଚ୍ଚିତ୍ରରେ ସାରାବିଶ୍ବର ଯୁବ କ୍ରିକେଟପ୍ରେମୀ ଟ୍ବେଣ୍ଟି-୨୦ କ୍ରିକେଟ୍‌ ଖେଳିବା ଦେଖିବାକୁ ମିଳୁଛି। ଏଥିରେ କୋହଲି ଓ ପୋଲାର୍ଡଙ୍କ ସହ ଅଷ୍ଟ୍ରେଲିଆର ଗ୍ଲେନ୍ ମ୍ୟାକ୍ସୱେଲ ଓ ଆଫ୍‌ଗାନିସ୍ତାନ ଅଧିନାୟକ ରସିଦ୍ ଖାଁଙ୍କୁ ଦେଖିବାକୁ ମିଳୁଛି । ଏହି ସଂଗୀତ ଓ କ୍ଷୁଦ୍ର ଚଳଚ୍ଚିତ୍ର ସାରାବିଶ୍ବରେ ଆଇସିସିର ପ୍ରସାରଣ ଭାଗିଦାରୀ ଷ୍ଟାର୍ ସ୍ପୋର୍ଟସ ସହ ଆଇସିସି, ବିସିସିଆଇ ଓ ଷ୍ଟାର୍ ସ୍ପୋର୍ଟସର ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବ । ଏହି କ୍ଷୁଦ୍ର ଚଳଚ୍ଚିତ୍ର ଉଭୟ ୩ଡି ଓ ୨ଡିରେ ପ୍ରସ୍ତୁତ ହୋଇଛି । ଏହି ସଂଗୀତ ଓ କ୍ଷୁଦ୍ର ଚଳଚ୍ଚିତ୍ରର ପ୍ରସ୍ତୁତି ପାଇଁ ୪୦ରୁ ଅଧିକ ବ୍ୟକ୍ତି କାମ କରିଥିଲେ। ଏହି ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ମୋଟ ୧୬ଟି ଦଳ ଭାଗ ନେଉଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories