www.samajalive.in
Monday, December 8, 2025
27.1 C
Bhubaneswar

ଆସାମ, ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ଓ ଏନଏସସିଏନ (ଆଇଏମ) ମଧ୍ୟରେ ରୁଦ୍ଧଦ୍ୱାର ବୈଠକ

କୋହିମା: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏବଂ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନିଫୁ ରିଓ ଏଠାରେ ଏନଏସସିଏନ (ଆଇଏମ)ର ମୁଖ୍ୟ ମଧ୍ୟସ୍ଥି ଥୁଇଙ୍ଗାଲେଙ୍ଗ ମୁଇଭାଙ୍କ ସହିତ ରୁଦ୍ଧଦ୍ୱାର ବୈଠକରେ ମିଳିତ ହୋଇଥିବା ସରକାରୀ ସୂତ୍ରରୁ ଜଣାଯାଇଛି। ନାଗା ରାଜନୈତିକ ପ୍ରସଙ୍ଗର ସମାଧାନ ସୂତ୍ର ଖୋଜିବାକୁ କେନ୍ଦ୍ର ସରକାର ଏବଂ ଏନଏସସିଏନ (ଆଇଏମ) ମଧ୍ୟରେ ଆଲୋଚନା ପୁନଃ ଆରମ୍ଭ ହେବାର ଦିନକ ପରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ନାଗାଲାଣ୍ଡର ମନ୍ତ୍ରୀ ନେଇବା କ୍ରୋନୁ ଏହାକୁ ସ୍ୱୀକାର କରିଛନ୍ତି। ସୂଚନାଯୋଗ୍ୟ ଯେ ଏନଏସସିଏନ (ଆଇଏମ) ୧୯୯୭ରେ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା ଆରମ୍ଭ କରିବା ପରେ ପ୍ରଥମ ଥର ପାଇଁ ରାଜନୈତିକ ନେତୃବୃନ୍ଦଙ୍କ ସହିତ ବୈଠକରେ ମିଳିତ ହୋଇଥିବା ଜଣାଯାଇଛି। ଏନଏସସିଏନ (ଆଇଏମ) ନେତା ଆର ରାଇଜିଂ ସୋମବାର ଦିନ କହିଥିଲେ ଯେ ସେମାନେ କେବେହେଲେ ରାଜନୈତିକ ନେତୃବୃନ୍ଦଙ୍କ ସହିତ ଆଲୋଚନା କରିନଥିଲେ। କିନ୍ତୁ କେନ୍ଦ୍ର ସରକାର ଯଦି ସେସମାନଙ୍କୁ ଦାୟିତ୍ୱ ଦିଅନ୍ତି ତେବେ ସେମାନଙ୍କ ସହିତ ଆଲୋଚନା କରିବାକୁ ହେବ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories