www.samajalive.in
Monday, December 8, 2025
24.1 C
Bhubaneswar

ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୧

ନବରଙ୍ଗପୁର : ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଜର୍ଜ ଶ୍ରୀ ଅଶୋକ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ, ୨୦୨୧ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଜର୍ଜ ଶ୍ରୀ ଅଶୋକ କୁମାର ପଣ୍ଡା ଗୋଟିଏ (୧) ଏମ.ଏ.ସି.ଟି. କେସ ଫଇସଲା କରି ଟ.୫,୧୦,୦୦୦/- ଟଙ୍କା କ୍ଷତିପୂରଣ ରାଶି ଧାର୍ୟ୍ୟ କରିଛନ୍ତି ଓ ୨ ଗୋଟି ଏକଜିକୁସନ ପିଟିସନ ମଧ୍ୟ ଫଇସଲା କରିଛନ୍ତି । ପରିବାର ବିଚାରବିଭାଗୀୟ ଜର୍ଜ ଶ୍ରୀ ସଞ୍ଜୟ କୁମାର ସାହୁ ୭ ଗୋଟି ପାରିବାରିକ ବିବାଦ କେସ ରେ ଆପୋଷ ମିଳାମିଶା କରାଇଛନ୍ତି । ଏହି ୭ ଗୋଟି କେସ ମଧ୍ୟରୁ ଗୋଟିଏ କେସ ରେ ପରିବାର ବିଚାରବିଭାଗୀୟ ଜର୍ଜ ଶ୍ରୀ ସଞ୍ଜୟ କୁମାର ସାହୁ ଓ ଆଇନଜୀବି ଶ୍ରୀ ଗୋପାଳ ଶତପଥୀଙ୍କ ପ୍ରୟାସ କ୍ରମେ ଦୀର୍ଘ ୮ ବର୍ଷ ପରେ ସ୍ଵାମୀ ଶରତ ପଣ୍ଡା ଓ ସ୍ତ୍ରୀ ନମିତା ପଣ୍ଡାଙ୍କ ମଧ୍ୟରେ ଆପୋସ ମିଳାମିଶା ହୋଇପାରିଛି। ମୁଖ୍ୟ ବିଚାରବିଭାଗୀୟ ଦଣ୍ଡାଧିକାରି ଶ୍ରୀସୁଦାମ ଚରଣ ଦାସ ୫ ଟି ମକଦ୍ଦମା ର ଫଇସଲା କରିଛନ୍ତି ।
ବରିଷ୍ଠ  ଦେବାନୀ ଜଜ ଶ୍ରୀରାଜ କିଶୋର ଜେନା ୨ ଗୋଟି ଦେବାନୀ କେସର ଫଇସଲା କରିଛନ୍ତି । ରେଜିଷ୍ଟ୍ରାର ଜିଲ୍ଲାକୋର୍ଟ  ଅପର୍ଣ୍ଣା ମହାପାତ୍ର ୬ ଟି କେସର ଫଇସଲା କରିଛନ୍ତି। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଅନ୍ନପୂର୍ଣ୍ଣା ନାୟକ ୨ ଟି ପ୍ରାକ ମକଦ୍ଦମା ଆପୋଷ ମିଳାମିଶା କରିଛନ୍ତି । ସେହିଭଳି ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀ ପ୍ରିୟ ରଞ୍ଜନ ଓଝା ୩୫ ଟି ଫୌଜଦାରୀ ମକଦ୍ଦମା ର ଫଇସଲା କରିଛନ୍ତି। ଏହି ଲୋକ ଅଦାଲତରେ ବ୍ୟାଙ୍କର ୫୫ ଟି ପ୍ରାକ ମକଦ୍ଦମା ଫଇସଲା କରାଯାଇ ଟ. ୨୨,୮୨,୬୪୧/- ରୁଣ ଆଦାୟ କରାଯାଇଛି । ଏହି ଲୋକ ଅଦାଲତ ରେ ସର୍ବମୋଟ ୮୮ ଗୋଟି କୋର୍ଟ କେସ ର ଫଇସଲା କରାଯାଇଛି। ଏହି ଲୋକ ଅଦାଲତ ରେ ଅତିରିକ୍ତ ଜିଲ୍ଲା ଜଜ ଶ୍ରୀ ପ୍ରଣୟ କୁମାର ଦାସ, ଓ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀ ସୁମନ୍ତ କୁମାର ପଟ୍ଟନାୟକ ଓ ରାଜଶ୍ରୀ ଅରୟବାଲା ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ଆଈନ ସେବା ପ୍ରାଧିକରଣର ସଚିବ ଅନ୍ନପୂର୍ଣ୍ଣା ନାୟକ ଏହି ଲୋକ ଅଦାଲତ ପରିଚାଳନା କରିଥିବା ବେଳେ କୋର୍ଟର ଆଇନଜୀବୀ ଓ କର୍ମଚାରୀ ସହଯୋଗ କରିଥିଲେ।।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories