www.samajalive.in
Thursday, December 11, 2025
18.1 C
Bhubaneswar

ମନୋରମା ମହାପାତ୍ରଙ୍କ ବିୟୋଗରେ ଶୋକସଭା

ପିପିଲି: ପ୍ରଖ୍ୟାତ ସାହିତ୍ୟିକା, ସମାଜସେବିକା, ଶ୍ରୀଜଗନ୍ନାଥ ସଂସ୍କୃତି ଓ ଚେତନାର ସାବଲୀୟ ଓ ଲାଳିତ୍ୟ ଭାଷ୍ୟକାର, ସୁବକ୍ତା, ଲୋକସେବକ ମଣ୍ଡଳର ପ୍ରାକ୍ତନ ଆଜୀବନ ସଦସ୍ୟା ତଥା ‘ସମାଜ’ର ପ୍ରାକ୍ତନ କାର୍ଯ୍ୟକାରୀ ସଂପାଦିକା ପ୍ରଫେସର ଡକ୍ଟର ମନୋରମା ମହାପାତ୍ରଙ୍କ ବିୟୋଗରେ ପୁରୀ ଜିଲାର ଅଗ୍ରଣୀ ନାଗରିକ ସଂଗଠନ ଜନସ୍ୱାର୍ଥ ସୁରକ୍ଷା ସମିତି ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ସମିତିର ମୁଖ୍ୟ ସଂଯୋଜକ ଶିକ୍ଷାବିତ୍‍ ସନ୍ତୋଷ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଦାଣ୍ଡମୁକୁନ୍ଦପୁର ଠାରେ ଅନୁଷ୍ଠିତ ଶୋକସଭାରେ ସମାଜସେବୀ ନୃସିଂହ ସାହୁ, ଶଙ୍କର୍ଷଣ ପ୍ରଧାନ, ବ୍ରଜକିଶୋର ପ୍ରଧାନ, ଶ୍ରୀଧର ନାୟକ, ସ୍ୱରାଜ୍ୟ ରଥ, ବ୍ରହ୍ମାନନ୍ଦ ପ୍ରଧାନ, ମହେଶ୍ୱର ମାଝୀ ପ୍ରମୁଖ ଯୋଗଦେଇ ଦିବଂଗତ ଆତ୍ମାର ସଦ୍‍ଗତି କାମନା କରିବା ସହିତ ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ। ଜନସ୍ୱାର୍ଥ ସୁରକ୍ଷା ସମିତି ସହ ସ୍ୱର୍ଗତ ମହାପାତ୍ରଙ୍କ ସଂପର୍କ ଦୀର୍ଘଦିନର। ଗୋପବନ୍ଧୁ ଜୟନ୍ତୀରେ ସତ୍ୟବାଦୀରୁ ସୁଆଣ୍ଡୋ ପଦଯାତ୍ରା, ଦାଣ୍ଡମୁକୁନ୍ଦପୁର ସ୍ଥିତ ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲ ସମେତ ପିପିଲି ଅଞ୍ଚଳର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଶ୍ରୀମତୀ ମହାପାତ୍ରଙ୍କ ଯୋଗଦାନ ସବୁବେଳେ ସ୍ମରଣୀୟ ହୋଇ ରହିବ ବୋଲି ସନ୍ତୋଷ କୁମାର ମିଶ୍ର ପ୍ରକାଶ କରିଥିଲେ।

 

Hot this week

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

Related Articles

Popular Categories