www.samajalive.in
Friday, December 12, 2025
19.1 C
Bhubaneswar

କଂଗ୍ରେସ ପାଳିଲା ବେରୋଜଗାର ଦିବସ

ନବରଙ୍ଗପୁର: ସାରା ଦେଶ ଆଜିର ଦିନକୁ ବେରୋଜଗାର ଦିବସ ରୂପେ ପାଳନ କରୁଥିବା ବେଳେ ନବରଙ୍ଗପୁର ଠାରେ ମଧ୍ୟ ଜିଲ୍ଲା ଯୁବ କଂଗ୍ରେସ ଦଳ ତରଫରୁ ବେରୋଜଗାର ଦିବସ ପାଳନ କରାଯାଇଛି। ଏଥିରେ ସାରା ଜିଲ୍ଲାରୁ ଅନେକ ଯୁବ କଂଗ୍ରେସ କର୍ମୀମାନେ ଏକତ୍ରିତ ହୋଇ ଜିଲ୍ଲା କଂଗ୍ରେସ ତଥା ପ୍ରଦେଶ କଂଗ୍ରେସ କମିଟି କର୍ମକର୍ତ୍ତାମାନଙ୍କୁ ଏକ ଜୁଟ କରିବା ସହ ଜିଲ୍ଲା ସଦର ମହକୁମା ଠାରେ ଥିବା ପବିତ୍ର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରତିବାଦ କରିଛନ୍ତି। କେନ୍ଦ୍ର ସରକାରଙ୍କ ବର୍ଷକୁ ଦୁଇ କୋଟି ଯୁବକଯୁବତୀମାନଙ୍କୁ ଚାକିରି ଯୋଗାଇବା, ବିଦେଶରୁ କଳାଟଙ୍କା ଆଣି ଦେଶର ସମସ୍ତ ପରିବାର ପିଛା ପନ୍ଦର ଲକ୍ଷ ସହାୟତା ରାଶି ଯୋଗାଇବା ଭଳି ଅନେକ ନିର୍ବାଚନୀ ଧୁଆଁ ବାଣକୁ ନେଇ ସମାଲୋଚନା କରି କେନ୍ଦ୍ର ସରକାରଙ୍କ ଦୀର୍ଘ ସାତ ବର୍ଷ ମଧ୍ୟରେ ହିସାବ ମୁତାବକ ଚଉଦ କୋଟି ବେକାରୀଙ୍କୁ ଥଇଥାନ ଓ ପ୍ରତି ପରିବାରକୁ ସହାୟତା ରାଶି ଯୋଗାଇବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଜବାବ ମାଗିଥିଲେ।

ନାରାବାଜି ଦେଇ ବେକାରୀ ଭାଈ ଭୋଟ ମାଧ୍ୟମରେ ଜବାବ ଦେବେ ବୋଲି ସମାଲୋଚନା କରିଥିଲେ। ଉପସ୍ଥିତ ସଦସ୍ୟମାନଙ୍କ ମଧ୍ୟରେ ରାଜ୍ୟ ପ୍ରଦେଶ କଂଗ୍ରେସ ଉପ ସଭାପତି ସଦନ ନାୟକ, ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ, ପିସିସି ସଭ୍ୟ ଦିଲ୍ଲିପ ବେହେରା, ସରୋଜ ପାତ୍ର ନଗର କଂଗ୍ରେସ ସଭାପତି ଉତ୍ତମ ତ୍ରିପାଠୀ, ପୂର୍ବତନ ଜିଲ୍ଲା ଯୁବ ଲୋକସଭା ସଭାପତି ତାଜ ଇମ୍ରାନ ଶରିଫ, ଦେବାଶିଷ ମହାନ୍ତି, ଜିଲ୍ଲା କଂଗ୍ରେସ ଉପ ସଭାପତି ଧରମ ସିଂ, ପ୍ରଦୀପ ସାହୁ, ଅବଦୁଲ୍ ଫିରୋ ଜ୍, ସଂଜୟ ନାୟକ, ପ୍ରଦେଶ ଯୁବ କଂଗ୍ରେସ ସମ୍ପାଦକ ଦ୍ବାରିକା ମହାପାତ୍ର, ପବିତ୍ର ଗରଡ଼ା, ସରୋଜ, ପ୍ରଣତୀ ତ୍ରିପାଠୀ, ମିସ୍ ବୁଲବୁଲ, ବ୍ଲକ ସଭାପତି ଭୀମ ଜିହରିଜନ, ବୃନ୍ଦାବନ ତ୍ରିପାଠୀ, ଶ୍ରୀକାନ୍ତ ମିଶ୍ର, ଜିଲ୍ଲା ଯୁବ ଉପ ସଭାପତି ବାବୁଲି ବାଘ, ଅନିଲ ରାଉତ, ଉମା ଶଙ୍କର ପାତ୍ର, ଗୁପ୍ତେଶ୍ୱର ଚଲାନ, କେଶବ ଭଳ, ବଳରାମ ନାୟକ, ଏନଏସୟୁଆଇ ସଭାପତି ପ୍ରଫୁଲ୍ଲ ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories