www.samajalive.in
Monday, December 8, 2025
27.1 C
Bhubaneswar

ବିଜୁପକ୍କା ଘର ଓ ଇନ୍ଦିରା ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି, ବିଡ଼ିଓଙ୍କୁ ଘେରିଲେ ନିୟମଗିରି ବାସୀ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତରେ ବିଜୁପକ୍କା ଘର ଓ ଇନ୍ଦିରା ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଆଜି ନିୟମଗିରି ବାସି ବିଡ଼ିଓ ସୁଧାକର ଚଇତିଙ୍କୁ ଘେରିଥିବା ଦେଖିବାକୁ ମିଳିଛି। ନିୟମଗିରି ପାହାଡରେ ଥିବା ଡଙ୍ଗରିଆ ଗାଁ ଚାଟିକଣା, କୁର୍ସିମୁହି ଓ ତାଡ ମୁହିଁରେ ୨୦୨୦-୨୧ଆର୍ଥିକ ବର୍ଷରେ ବିଜୁପକ୍କା ଘର ଓ ଇନ୍ଦିରା ଆବାସ ଯୋଜନାରେ କାର୍ଯ୍ୟାଦେଶ ଓ ଘର ନଦେଇ ସେମାନଙ୍କ ଘରେ ଏକ ସୂଚନା ଫଳକ ଲଗାଇ ଦେଇଛନ୍ତି। ଏହି ସୂଚନା ଫଳକରେ ହିତାଧିକାରୀଙ୍କ ନାମ, ଆର୍ଥିକ ବର୍ଷ ଉଲ୍ଲେଖ କରିଥିବା ବେଳେ ଅଟକଳ ମୂଲ୍ୟ ଲେଖା ଯାଇନାହିଁ କାହିଁକି ବୋଲି ତିନି ଖଣ୍ଡ ଗାଁର ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ଡଙ୍ଗରିଆ ମହିଳା ପୁରୁଷ ଲୋକେ ଆସି ବିଡ଼ିଓଙ୍କୁ ଘେରି ପଚାରିଥିଲେ। ଏହି ସୂଚନା ଫଳକକୁ ପଞ୍ଚାୟତର କିଛି କର୍ମଚାରୀ ନେଇ ଲଗାଇଥିଲେ।

ଏହି ସୂଚନା ଫଳକ ଲଗାଇବା ବେଳେ ହିତାଧିକାରୀମାନେ ମନା କରିବା ସତ୍ୱେ ଲଗାଇ ଚାଲି ଯାଇଥିବା ଡଙ୍ଗରିଆମାନେ କହିଛନ୍ତି। ଆମକୁ୨୦୧୩-୧୪ ଓ ୨୦୧୫-୧୬ ଆର୍ଥିକ ବର୍ଷ ୭୫ ହଜାର ଟଙ୍କାରେ ଘର କରିବା ପାଇଁ କାର୍ଯ୍ୟାଦେଶ ଦେଇଥିଲେ। କିନ୍ତୁ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ତରଫରୁ ଟିଣ ଯୋଗାଇଥିବା ବେଳେ କିଛି ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଜମା ଖାତାକୁ ଦେଇଥିଲେ। ବଳକା ଟଙ୍କା ଆଜି ପର୍ଯ୍ୟନ୍ତ ଦେଇନଥିବା ଡଙ୍ଗରିଆମାନେ କହିଛନ୍ତି। ବର୍ତ୍ତମାନ ଓଡିଶା ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଇନ୍ଦିରା ଆବାସ ବା ବିଜୁପକ୍କା ଯୋଜନାରେ ସାମିଲ ନକରି କିପରି ଫଳକ ଲଗାଯାଉଛନ୍ତି। ଯଦି ଡଙ୍ଗରିଆଙ୍କ ନାମରେ ଘର ଆସିଛି ତାହା ହେଲେ ନଦେଇ କିପରି ବାଟମାରଣା କରି ହିତାଧିକାରୀଙ୍କ ଘରେ ସୂଚନା ଫଳକ ଲଗାଯାଉଛି। ଚାଟିକଣା ଗାଁରେ ୧୪, କୁର୍ସିମୁହି ଗାଁରେ ୧୩ ପରିବାର ଥିବାବେଳେ ସେହି ଗାଁକୁ ୪୧ ଜଣ ଓ ତାଡମୁହିଁ ଗାଁରେ ୨୮ ପରିବାରଙ୍କ ଘରେ ସୂଚନା ଫଳକ ଲଗାଇବା ପାଇଁ ଆସିଥିବା ଡଙ୍ଗରିଆ କାଡ୍ର।କା ଆନ୍ଦରାନୀ, ୱେଙ୍ଗେସିକା ବଙ୍ଗାରୀ, କାଡ୍ରକା ଡ୍ରିକା, ୱେଙ୍ଗେସିକା ବାମୁଣୁ, କାଡ୍ରକା ଡ୍ରାମ୍ବେ, କାଡ୍ରକା ମାଗାଡା, କାଡ୍ରକା ସାଦ୍ରୀ, କାଡ୍ରକା ଗିଜୁରୁ, କାଡ୍ରକା ମାଝି ୱେନୀ, କାଡ୍ରକା ସାନି, କାଡ୍ରକା ପୁଲମେ, କାଡ୍ରକା ବୁଦ୍ରୀ, ସୁନ୍ଦର ଭତ୍ରା ଓ ଅଭି ଭତ୍ରାଙ୍କ ଘରରେ ସୂଚନା ଫଳକ ଲଗାଯାଇଛି। କିନ୍ତୁ କାଡ୍ରକା ବୁଦ୍ରୀର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ନାମରେ କିପରି ଆସିଛି ବୋଲି କହିଛନ୍ତି।

- Advertisement -

ବିଡ଼ିଓଙ୍କୁ ଲିଖିତ ଦେବା ବେଳେ ପାର୍ଶ।ଲି ପଞ୍ଚାୟତର ଗ୍ରାମ୍ୟ ରୋଜଗାର ସେବକ ମୋନଜ କୁମାର କୌଶଲ୍ୟା ଓ ସରପଞ୍ଚ ବାମ କାଡ୍ର।କା ପ୍ରମୁଖ ଉପସ୍ଥିତ ରହିଥିଲେ। ଏହା ପରେ ଡଙ୍ଗରିଆମାନେ ଜିଲାପାଳଙ୍କ ନିକଟକୁ ମଧ୍ୟ ଲିଖିତ ଦେବାପାଇଁ ଯାଇଛନ୍ତି। ଏ ସମ୍ପର୍କରେ ବିଡ଼ିଓ ସୁଧାକର ରଇତଙ୍କୁ ପଚାରିବାରୁ ସେ କହିଲେ ସୂଚନା ଫଳକ ଲଗାଇବା ଭୁଲ ହୋଇଛି, ଯେଉଁ ବର୍ଷରେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଆଯିବ ସେହି ବର୍ଷ ହିଁ ବୋଲି ଲେଖିବା କଥା। କିନ୍ତୁ ଏମାନେ ଭୁଲ ବଶତଃ ୨୦୨୦-୨୧ ବୋଲି ଲେଖିଛନ୍ତି। ଏହାକୁ ପଞ୍ଚାୟତ ତରଫରୁ ମନିଟରିଂ କରିବାକୁ କହିଥିବା ବେଳେ ସେହିମାନେ ଆସିନଥିଲେ। ବର୍ତ୍ତମାନ ମୋ ନିର୍ଦେଶରେ ତଦନ୍ତ କରି ସମାଧାନ କରାଯିବ ବୋଲି କହିଛନ୍ତି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories