www.samajalive.in
Monday, December 8, 2025
27.1 C
Bhubaneswar

ଅର୍ଥାଭାବରୁ ଯନ୍ତ୍ରଣାରେ କଅଁଳ ଶିଶୁ

ନବରଙ୍ଗପୁର: ଅଜଣା ରୋଗରେ ଆକ୍ରାନ୍ତ ଛୋଟ ଶିଶୁ ଅର୍ଥଅଭାବ ରୁ ଘରେ ରହିକଷ୍ଟ ପାଉଛି। ଏମିତି ଏକ ଦୁଃଖ ଦାୟକ ଘଟଣା ଦେଖିବାକୁ ମିଳିଅଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସେମଳା ପଂଚାୟତର ପାଇକକତ୍ରା ଗ୍ରାମଠାରେ। ଉକ୍ତ ଗ୍ରାମର ପର୍ଶୁ ଗଣ୍ଡାର ସାନପୁଅ ଇସ୍କାନ ଗଣ୍ଡl (୫) ଆଜକୁ ପାଞ୍ଚ ମାସ ହବ ଏକ ଅଜଣା ରୋଗରେ ପୀଡିତ ହୋଇ କଷ୍ଟ ପାଉଛି। ପର୍ଶୁର ଦୁଇ ପୁଅ ଓ ଗୋଟିଏ ଝିଅ ମଧ୍ୟରୁ ସାନ ପୁଅ ଇସ୍କlନ ଗଣ୍ଡା ପାଞ୍ଚ ବର୍ଷ ତଳେ ଇସ୍କlନଙ୍କ ଶରୀରରେ କଟୁଆ ଫଟକା ନାମକ ରୋଗରେ ଆକ୍ରାନ୍ତ ହୋଇଥିଲା।

ଚିକିତ୍ସା ପାଇଁ ପରିବାର ଲୋକେ ପ୍ରଥମେ ପାପଡାହାଣ୍ଡି ମେଡିକାଲ ତା ପରେ ନବରଙ୍ଗପୁର ମେଡ଼ିକାଲ ନେଇକି ଚିକିତ୍ସା କରିବା ପରେ ମଧ୍ୟ କୋଣସି ଉନ୍ନତି ହେଲା ନାହିଁ ନବରଙ୍ଗପୁର ଡାକ୍ତର ରୋଗ ଜାଣିନ ପରିବାରୁ ଇସ୍କlନ ପରିବାରକୁ ଉତ୍ତମ ଚିକିତ୍ସା ପାଇଁ ଅନ୍ୟତ୍ର ଯିବାପାଇଁ ଡାକ୍ତର ପରାମର୍ଶ ଦେଇଥିଲେ, ଅନ୍ୟପଟେ ପର୍ଶୁ ଗଣ୍ଡା ପରିବାର ଲୋକେ କୁଲିମଜୁରୀ କୁଲି ମଜୁରୀ କରି ଜୀବିକା ନିର୍ଵାହ କରୁଥିବା ବେଳେ ଘରର ମୁଖିଆ ଇସ୍ମାନର ପିତା ପର୍ଶୁ ମଧ୍ୟ ପକ୍ଷାଘାତ ରୋଗରେ ପୀଡିତ ହୋଇ କାମ ଦାମ କିଛି କରି ପାରୁନାହିଁ। ଏପଟେ ଇସ୍ମାନର ମା’ ମଧ୍ୟ ମାନସିକ ରୋଗରେ ପୀଡିତ ଏପଟେ ଘର ଚଳାଇବା ପାଇଁ କେହି ବଡ଼ ଲୋକ ନଥିବା ବେଳେ ନିଜର ପୁଅର ଚିକିତ୍ସା ସହ ଆବାସ ଯୋଜନାରେ ଘର ଖଣ୍ଡିକ ପାଇଁ ସରକାର ନିକଟରେ ଗୁହାର କରିଛନ୍ତି ପର୍ଶୁ। ଏପଟେ ଅସହାୟ ପରିବାରକୁ ସରକାରୀ ସହାୟତା ପ୍ରଦାନ ପାଇଁ ସାଧାରଣରେ ଦାବି ହେଉଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories