www.samajalive.in
Thursday, December 11, 2025
26.1 C
Bhubaneswar

ଦୋକାନରୁ ଚୋରି ଘଟଣାରେ ୪ ଗିରଫ ; କୋର୍ଟ ଚାଲାଣ,ଚୋରି ସାମଗ୍ରୀ ଉଦ୍ଧାର

ରେଙ୍ଗାଲିକ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ଚକୁଳି ଗ୍ରାମର ନିତ୍ୟାନନ୍ଦ ପଧାନଙ୍କ  ଦୋକାନର ତାଲା ଭାଙ୍ଗି ନଗଦ ୧୯୭୦ ଟଙ୍କା ଓ ପ୍ରାୟ ୧୮,୩୦୦ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଅତାବିରା ଥାନାରେ ଅଭିଯୋଗ କରିଥିଲେ । ଏନେଇ  ଥାନାରେ  ଏକ କେସ ରୁଜୁ କରି ଅତାବିରା ପୁଲିସ ତଦନ୍ତ ଆରମ୍ଭ କରିଥିଲେ ।ଆଜି ଏହି ଚୋରି ଘଟଣାରେ ସଂପୃକ୍ତ ଚାରି ଜଣଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଗିରଫ ବ୍ୟକ୍ତି ମାନେ ହେଲେ ରାଜୁ ଜୁଟୁଲୁ(୨୨) ,ପ୍ରକାଶ ବାଗ(୨୦) ,ଶଙ୍କର ସୁନା (୨୧)ଓ କୁନାଳ କୁମ୍ଭାର(୨୨) । ଏହି ଚାରିଜଣ ଯାକ ଚକୁଳି ଗ୍ରାମରରେ ବହୁ ଦିନ ଧରି ଏମିତି ଛୋଟ ବଡ଼ ଚୋରି କରି ବେଶ୍ ଆରାମରେ ବୁଲୁଥିଲେ। ହେଲେ ଅତାବିରା ଥାନା ଅଧିକାରୀ ଦିଲିପ୍ ବେହେରା  ଗଠନ କରିଥିବା ସ୍ଵତନ୍ତ୍ର ଦଳ ଏମାନଙ୍କ ଉପରେ କଡା ନଜର ରଖିଥିଲେ । ଆଜି ସକାଳେ ଅତର୍କିତ ଭାବେ ଚଢାଉ କରି ଏମାନଙ୍କୁ ପୋଲିସର ଏହି ସ୍ୱତନ୍ତ୍ର ଦଳ ଗିରଫ କରିଥିଲେ।ସେମାନେ ଚୋରି କରିଥିବା  ୧୯୭୦ ଟଙ୍କା ଓ ଚୋରି ସାମଗ୍ରୀ ଜବତ କରିଛନ୍ତି । ଏଥି ସହ ଜାମିନ ନାମଞ୍ଜୁର ହେବାରୁ କୋର୍ଟ ଚାଲାଣ କରାଯାଇଛି । ଅତାବିରା ଅଞ୍ଚଳରେ ଚୋର ମାନଙ୍କର ପ୍ରଦୁର୍ଭାବ ବୃଦ୍ଧି ପାଉଥିବା ବେଳେ କିଛି ଦିନ ହେବ ଅତାବିରା ପୁଲିସ ପ୍ରତିଦିନ  ଚୋର ମାନଙ୍କୁ ଧରିବାରେ ତାର ଉଦ୍ୟମ ଜାରି ରଖିଛି । ଏଇ କିଛିଦିନ ଭିତରେ ଅନେକ ଚୋରି ଜିନିଷ ଜବତ କରିବା ସହ ଚୋର ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ତଥାପି ଚୋରି ଘଟଣା ଥମିବାର ନାଁ ଧରୁନି। ପୁଲିସକୁ ଚାଲେଞ୍ଜ କରିଚାଲିଛି ଚୋର, ଆଉ ପୁଲିସ ମଧ୍ୟ ଏହି ଚାଲେଞ୍ଜକୁ ଦୃଢତାର ସହ ଗ୍ରହଣ କରି ତାର ତଦନ୍ତ ଓ ଅନୁସନ୍ଧାନ ଜାରି ରଖିଥିବା ଜଣା ପଡ଼ିଛି । ଅତାବିରା ପୁଲିସ ଗୋଟିଏ ପରେ ଗୋଟିଏ ଅଭିଯାନ  ଜାରି କରି ସଫଳତା ପାଇଛି। ଏ ନେଇ ଅତାବିରା ଦୁର୍ଗା ମନ୍ଦିର ଚୋରି ଘଟଣା  ମଧ୍ୟ ପୋଲିସ ପର୍ଦାଫାସ କରିବ ବୋଲି  ଅଞ୍ଚଳବାସୀ ଆଶା ବାନ୍ଧିଛନ୍ତି ।

Hot this week

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

Related Articles

Popular Categories