www.samajalive.in
Monday, December 8, 2025
13.1 C
Bhubaneswar

ପେଙ୍ଗୁଇନ ଅନ୍ୟ ଗ୍ରହରୁ ଆସିଥାଇପାରନ୍ତି- ବୈଜ୍ଞାନିକ

ନ୍ୟୁୟର୍କ: ପେଙ୍ଗୁଇନମାନେ ଅନ୍ୟ ଗ୍ରହରୁ ଆସିଥାଇପାରନ୍ତି (ଆଲିଏନ) ବୋଲି ବୈଜ୍ଞାନିକମାନେ କହିଛନ୍ତି। ସେମାନଙ୍କ କହିବା ଅନୁଯାୟୀ ପେଙ୍ଗୁଇନଙ୍କ ମଳରୁ ଏକପ୍ରକାର ରାସାୟନିକ ପଦାର୍ଥକୁ ସେମାନେ ଠାବ କରିଛନ୍ତି, ଯାହା ଶୁକ୍ର ଗ୍ରହରେ ଦେଖିବାକୁ ମିଳୁଛି। ବ୍ରିଟେନର ଗବେଷକମାନେ ପେଙ୍ଗୁଇନ ମଳରେ ଫସଫିନ ନାମକ ଏହି ରାସାୟନିକ ପଦାର୍ଥର ଉପସ୍ଥିତି ଠାବ କରିଛନ୍ତି। ଏହାକୁ ନେଇ ପେଙ୍ଗୁଇନମାନଙ୍କର ଉବଦ୍ଭ ଉପରେ ନାନା କଳ୍ପନା ଜଳ୍ପନା ଓ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରଗ୍ରହ ପୃଥିବୀ ପୃଷ୍ଠରୁ ପ୍ରାୟ ୩୮ ନିୟୁତ ମାଇଲ ଦୂରରେ ଅବସ୍ଥିତ ହୋଇଥିବାବେଳେ ସେଠାରେ ଦେଖାଯାଉଥିବା ଫସଫିନ ରାସାୟନିକ ପଦାର୍ଥ ପୃଥିବୀ ପୃଷ୍ଠରେ କିଭଳି ପହଞ୍ଚିଲା ଏବଂ ପେଙ୍ଗୁଇନଙ୍କ ମଳରେ କିଭଳି ରହିଛି ତାହା ଏବେ ବୈଜ୍ଞାନିକଙ୍କ ପାଇଁ ମୁଖ୍ୟ ଚିନ୍ତାର ବିଷୟ ପାଲଟିଛି। ସୂଚନାଯୋଗ୍ୟ ଯେ ନିଜର କଳା ଓ ଧଳା ରଙ୍ଗର ଛୋଟ ଶରୀର ସହିତ ଦୁଇଟି ଗୋଡରେ ଢଳି ଢଳି ଚାଲୁଥିବା ପେଙ୍ଗୁଇନ ଭୂପୃଷ୍ଠରେ ଅନ୍ୟତମ ସୁନ୍ଦର ପ୍ରାଣୀର ମାନ୍ୟତା ପାଇଛନ୍ତି। ଏବେ ପେଙ୍ଗୁଇନ ମଳରୁ ଫସଫିନ ମିଳିବା ପରେ ବୈଜ୍ଞାନିକମାନେ ଆଶା କରୁଛନ୍ତି ଯେ ଭିନ୍ନ ଦୁନିଆଁରେ ଆଉ କି ପ୍ରକାର ଜୀବିତ ଅଣୁଜୀବନ ରହିଛନ୍ତି, ତାହା ହୁଏତ ପେଙ୍ଗୁଇନ ଠାରୁ ସେମାନେ ଜାଣିବାକୁ ପାଇବେ। ତାହାସହିତ ପେଙ୍ଗୁଇନଙ୍କର ଜୀବନଶୈଳୀ ଉପରେ ମଧ୍ୟ ସେମାନେ ଅଧିକ ଗବେଷଣା ଆରମ୍ଭ କରିଦେଇଛନ୍ତି। ସୂଚନାଯୋଗ୍ୟ ଯେ ୨୦୨୦ରେ ଶୁକ୍ରଗ୍ରହ ଚାରିପଟେ ରହିଥିବା ଗ୍ୟାସୀୟ ସ୍ତରରେ ଫସଫିନର ଉପସ୍ଥିତି ଠାବ କରାଯାଇଥିଲା।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories