ନିଜ ଶୋଇବା ଘରେ ଆତ୍ମହତ୍ୟା କଲେ ବିବାହିତ ମହିଳା
ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଖୁଞ୍ଚିବେଡା ଗ୍ରାମରେ ଗତ ବିଳମ୍ବିତ ରାତିରେ ଜଣେ ବିବାହିତା ମହିଳା ନିଜ ଶୋଇବା ଘରେ ପିନ୍ଧା ଶାଢୀରେ ଆତ୍ମହତ୍ୟା କରିଛନ୍ତି ।
ମୃତ ମହିଳା ସେହି ଗ୍ରାମର ବିଶୁନୁ ମୁଣ୍ଡାଙ୍କ ସ୍ତ୍ରୀ ରୀନା ମୁଣ୍ଡା (୩୪) ବୋଲି ଜଣାପଡିଛି। ସେ ବିଳମ୍ବିତ ରାତିରେ ସମସ୍ତେ ଖାଇ ପିଇ ଶୋଇଯିବା ପରେ ନିଜ ଶୋଇବା ଘରେ ଆତ୍ମହତ୍ୟା କରିଛନ୍ତି । ଖବର ପାଇ ପାଟଣା ଥାନା ଅଧିକାରୀ ରାଜେନ୍ଦ୍ର ସ୍ୱାଇଁ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପାଟଣା ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ତେବେ ରୀନା ମୁଣ୍ଡା କାହିଁକି ଓ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନାହିଁ ।
Comments are closed.