www.samajalive.in
Tuesday, December 9, 2025
17.1 C
Bhubaneswar

କୁଖ୍ୟାତ ଅପରାଧୀ ମୁଖ୍‍ତାର ଆନସାରୀ ଆଉ ବିଏସପି ପ୍ରାର୍ଥୀ ନୁହନ୍ତି- ମାୟାବତୀ

ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟି (ବିଏସପି) ତାହାର ଉତ୍ତର ପ୍ରଦେଶ ରାଜ୍ୟ ସଭାପତି ଭୀମ ରାଜଭରଙ୍କୁ ଆଗାମୀ ବିଧାନସଭା ନିର୍ବାଚନରେ ମାଉ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିବ। ମୁଖତାର ଆନସାରିଙ୍କ ସ୍ଥାନରେ ରାଜଭରଙ୍କୁ ପ୍ରାର୍ଥୀ କରାଯିବ ବୋଲି ଦଳର ମୁଖ୍ୟ ମାୟାବତୀ କହିଛନ୍ତି। ଏକାଧିକ ଟ୍ୱିଟ୍‍ କରି ମାୟାବତୀ କହିଛନ୍ତି, ଉତ୍ତର ପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନରେ ମାଫିଆ ଏବଂ ଅସାମାଜିକ ବ୍ୟକ୍ତିମାନେ ଯେଭଳି ଦଳୀୟ ଟିକେଟ ନପାଇବେ, ସେଥିପ୍ରତି ଦୃଷ୍ଟି ଦିଆଯିବ। ଏଥିସହିତ ଦଳୀୟ ପ୍ରାର୍ଥୀଙ୍କୁ ମନୋନୀତ କରିବା ସମୟରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସେ ଦଳର ବିଭିନ୍ନ ଦାୟିତ୍ୱରେ ଥିବା ବ୍ୟକ୍ତି ବିଶେଷଙ୍କୁ ନିବେଦନ କରିଛନ୍ତି। ଏହାଦ୍ୱାରା ରାଜ୍ୟରେ ତାଙ୍କ ଦଳ ଯଦି ସରକାର ଗଠନ କରେ ତେବେ ଏଭଳି ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଆଉ କିଛି ସମସ୍ୟା ରହିବ ନାହିଁ। ବିଏସପିର ଜଣେ ପୂର୍ବତନ ବିଧାୟକ ସିବଘାତୁଲ୍ଲା ଆନସାରି ଗତ ମାସରେ ତାଙ୍କ ସମର୍ଥକମାନଙ୍କ ସହିତ ସମାଜବାଦୀ ପାର୍ଟିରେ ଯୋଗଦେଇଥିଲେ। ସିବଘାତୁଲ୍ଲା ହେଉଛନ୍ତି କୁଖ୍ୟାତ ଅପରାଧୀ ତଥା ସଂପ୍ରତି ଉତ୍ତର ପ୍ରଦେଶରେ କାରାଗାରରେ ବନ୍ଦୀ ଥିବା ମୁଖତାର ଆନସାରିଙ୍କ ଭାଇ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories