BJD Bijuli 480×75 Mob

ଦେଶରେ ଆଉ ନୂଆ ଆକ୍ରାନ୍ତ ୩୪,୯୭୩ ; ମୃତ ୨୬୦

BJD Bijuli 480×75 Mob

ନୂଆଦିଲ୍ଲୀ : ଦେଶରେ ଗତକାଲି ଜଣାପଡିଥିବା ଆକ୍ରାନ୍ତଙ୍କ ତୁଳନାରେ ଆଜି ଏଥିରେ ହ୍ରାସ ହୋଇଥିବା ଦେଖାଯାଇଛି। ଦିନକରେ ଆଉ ୩୪,୯୭୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୧,୭୪,୯୫୪କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୨୬୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୪୨,୦୦୯ରେ ପହଞ୍ଚିଛି। ୨୪ ଘଣ୍ଟାରେ ଆଉ ୩୭,୬୮୧ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୩,୨୩,୪୨,୨୯୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩,୯୦,୬୪୬ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ମୋଟ ୭୨,୩୭,୮୪,୫୮୬ ଟିକା ନେଇ ସାରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Comments are closed.