www.samajalive.in
Monday, December 8, 2025
27.1 C
Bhubaneswar

ଗଣେଶ ପୂଜା ପାଇଁ ମହାରାଷ୍ଟ୍ରରେ ବଢିଲା ତୃତୀୟ ଲହର ଆଶଙ୍କା

ମୁମ୍ବଇ: କିଛିଦିନ ହେଲା ମୁମ୍ବଇ ମହାନଗରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଗଣେଶ ପୂଜା ପାଇଁ ଏଠାରେ ତୃତୀୟ ଲହର ଆସିବା ସମ୍ଭାବନା ସୃଷ୍ଟି ହୋଇଛି। ଗଣେଶ ପୂଜା ପୂର୍ବଦିନ ମୁମ୍ବଇ ମହାନଗର ବାସିନ୍ଦା କୋଭିଡ ସମ୍ପର୍କିତ ସମସ୍ତ ନିୟମାବଳୀକୁ ଖୋଲାଖୋଲି ଉଲ୍ଲଂଘନ କରିଛନ୍ତି। ହଜାର ହଜାର ସଂଖ୍ୟାରେ ଜନସାଧାରଣ ବଜାରରେ ଭିଡ ଲଗାଇବା ସହିତ ପୂଜା ପାଇଁ ବିଭିନ୍ନ ସାମଗ୍ରୀ ଖରିଦ କରୁଥିବା ଦେଖିବାକୁ ମିଳିଥିଲା। ସେଥିରେ ସାମାଜିକ ଦୂରତା ବଜାୟ ରହିବା ତ ଦୂରର କଥା, ଅନେକଙ୍କ ମୁହଁରେ ମାସ୍କ ନଥିଲା। ଏହା ଏବେ ମୁମ୍ବଇ ମହାନଗର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତା ବଢାଇ ଦେଇଛି।

ଗଣେଶ ପୂଜା ପୂର୍ବରୁ ମୁମ୍ବଇ ମହାନଗରୀରେ ୧୪୪ ଧାରା ଜାରି କରାଯାଇ ୫ କିମ୍ବା ତାହାଠାରୁ ଅଧିକ ଲୋକ ସମବେତ ହେବା ଉପରେ କଟକଣା ଜାରି କରାଯାଇଥିଲା। ଏହି ଆଦେଶ ଚଳିତ ସେପ୍ଟେମ୍ବର ମାସ ୧୦ରୁ ୧୯ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମ ମଧ୍ୟରେ ଶୋଭାଯାତ୍ରା, ସମାବେଶ, ଶ୍ରଦ୍ଧାଳୁମାନେ ଗଣେଶ ଉତ୍ସବ ପେଣ୍ଡାଲ ଦର୍ଶନ କରିବା ଆଦିକୁ ବାରଣ କରାଯାଇଛି। ପ୍ରଶାସନ ପକ୍ଷରୁ ଜାରି ଆଦେଶନାମାରେ କୁହାଯାଇଛି ଯେ ଶ୍ରଦ୍ଧାଳୁମାନେ ଅନ୍‍ଲାଇନରେ ପୂଜା ପେଣ୍ଡାଲ ଦର୍ଶନ କରିପାରିବେ। ଏହି ଆଇନ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୮୮ ଅଓ ଅନ୍ୟାନ୍ୟ ଧାରା ଅନୁଯାୟୀ ଦଣ୍ଡବିଧାନ କରାଯିବ। ତେବେ ୯ ତାରିଖ ଦିନ ଦାଦର ଏବଂ ମହାନଗରର ଅନ୍ୟାନ୍ୟ ସ୍ଥାନରେ ହଜାର ହଜାର ଲୋକ ବଜାରକୁ ଆସିବା ସହିତ ଗଣେଶଙ୍କ ମୂର୍ତ୍ତି ଓ ପୂଜା ସାମଗ୍ରୀ ଖରିଦ କରିବା ଆରମ୍ଭ କରିଦେଇଥିଲେ। ପରିସ୍ଥିତି ଏଭଳି ହୋଇଥିଲା ଯେ ଉକ୍ତ ଅଞ୍ଚଳରେ ଚାଲି ଚାଲି ଯିବା ମଧ୍ୟ କଷ୍ଟକର ହୋଇପଡିଥିଲା।

Hot this week

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

Related Articles

Popular Categories