www.samajalive.in
Tuesday, December 9, 2025
17.1 C
Bhubaneswar

୧୧ କେଭି ବିଦ୍ୟୁତ୍ ଆଘାତରେ ୧ ମୃତ, ୩ ଗୁରୁତର

ପାଟଣା :  ପାଟଣା ବ୍ଲକ ମୁଖ୍ୟାଳୟ ପାଟଣା ବଜାରରେ ୧୧ କେଭି ବିଦ୍ୟୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଓ ଜଣେ ଆହତ ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମିଳିଥିବା ସୂଚନା ଅନୁସାରେ ପାଟଣା ବ୍ଲକ ମୁଖ୍ୟାଳୟରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆ ନିକଟରେ ରହୁଥିବା ରଜତ କୁମାର କର(୪୮) ଓ ସୁଆମ ଗ୍ରାମର ରାହାସ ନାଏକ (୬୫) ଛାତ ଉପରକୁ ଲୁହା ଛଡ଼ ଉଠାଉଥିବା ବେଳେ ଏରେଣ୍ଡେଇ ପଞ୍ଚାୟତ ରେଙ୍ଗାଳବେଡା ଗ୍ରାମର ସୁନ୍ଦର ମୁର୍ମୁ ଓ ଶିବୁ ସୋରେନ ନାମକ ଦୁଇ ଜଣ ଯୁବକ ଛାତ ଉପରକୁ ଲୁହା ଛଡ଼ ଉଠାଇବାକୁ ସେମାନଙ୍କୁ ସାହାଯ୍ୟ କରିବା ସମୟରେ ନିକଟ ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ଲୁହା ଛଡ଼ ସଂସ୍ପର୍ଶରେ ଆସିଯାଇଥିଲେ ଯାହା ଫଳରେ ଲୁହା ଛଡ଼ ଉଠାଉ ଥିବା ସମସ୍ତ ଚାରି ଜଣଙ୍କୁ ବିଦ୍ୟୁତ ଆଘାତ ର ଶୀକାର ହୋଇଥିଲେ। ଯାହା ଫଳରେ ଘଟଣା ସ୍ଥଳରେ ଏରେଣ୍ଡେଇ ପଞ୍ଚାୟତର ସୁନ୍ଦର ମୁର୍ମୁ ନାମକ ଯୁବକର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ରାହାସ ନାଏକ, ରଜତ୍ କୁମାର କର ଓ ଶିବୁ ସୋରେନ ଘଟଣା ସ୍ଥଳରୁ ପାଟଣା ଡାକ୍ତରଖାନାକୁ ନିଆ ଯାଇଥିଲା। ଅବସ୍ଥା ଉଦବେଗ ଜନକ ଥିବାରୁ ରଜତ କୁମାର କର ଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଚିକିତ୍ସା ପରେ ଶିବୁ ସୋରେନ ନାମକ ଯୁବକ ବିପଦ ମୁକ୍ତ ଥିବା ଜଣାପଡିଛି। ଗୁରୁତର ରାହାସ ନାଏକ ପାଟଣା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଦୁର୍ଘଟଣା ଘଟିବା ପରେ ପରେ ଗୁରୁତର ଥିବା ବୃଦ୍ଧ ରାହାସ ଙ୍କ ପାଟିରେ ଜଣେ ଅବସର ପ୍ରାପ୍ତ ସେନା କର୍ମଚାରୀ ଅକ୍ଷୟ ନାଏକ ନିଜ ମୁହଁରେ ଅମ୍ଳଜାନ ଦେଇ ତାଙ୍କୁ ବଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏଠାରେ ଚର୍ଚ୍ଚା ର ପ୍ରସଙ୍ଗ ହୋଇଛି। ପାଟଣା ଥାନାଧିକାରୀ ରାଜେନ୍ଦ୍ର ସ୍ୱାଇଁ ଘଟଣା ର ତଦନ୍ତ କରୁଛନ୍ତି।  ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ଜଣାପଡିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories