www.samajalive.in
Tuesday, December 9, 2025
17.1 C
Bhubaneswar

ଦିନକରେ ରାଜ୍ୟରେ ଚିହ୍ନଟ ହେଲେ ୭୬୨ ନୂଆ କୋଭିଡ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ମଙ୍ଗଳବାର ଦିନକ ମଧ୍ୟରେ ୭୬୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୪୪୩ ଓ ସ୍ଥାନୀୟ ସଂକ୍ରମିତ ୩୧୯ ଜଣ ରହିଛନ୍ତି। ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୧୦୨ ଜଣ ରହିଛନ୍ତି। ରାଜ୍ୟର ଅନୁଗୁଳ ଜିଲାରେ ୨୦, ବାଲେଶ୍ୱର ୧୭, ବରଗଡ ୧୩, ଭଦ୍ରକରେ ୯ ଜଣ ଚିହ୍ନଟ ହୋଇଛନ୍ତି। ବଲାଙ୍ଗିରରେ ୨, କଟକ ୧୧୯, ଦେବଗଡ ୧, ଢେଙ୍କାନାଳ ୯, ଗଞ୍ଜାମ ୪ ଓ ଜଗତସିଂହପୁର ଜିଲାରେ ୨୪ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ଯାଜପୁରରେ ୧୯, ଝାରସୁଗୁଡା ୪, କଳାହାଣ୍ଡି ୧, କେନ୍ଦ୍ରାପଡା ୨୧, ଖୋର୍ଦ୍ଧାରେ ୩୧୪ ଚିହ୍ନଟ ହୋଇଛନ୍ତି। କୋରାପୁଟରେ ୬, ମାଲକାନଗିରି ୧, ମୟୁରଭଞ୍ଜ ୨୯, ନବରଙ୍ଗପୁର ୨ ଓ ନୟାଗଡରେ ୩ ଜଣ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ପୁରୀରେ ୧୬, ରାୟଗଡା ୬, ସମ୍ବଲପୁର ୭, ସୋନପୁର ୩, ସୁନ୍ଦରଗଡ ୨୬ ଓ ଷ୍ଟେଟପୁଲରୁ ୭୪ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଦିନକ ମଧ୍ୟରେ ୮୦୧ ଜଣ ସୁସ୍ଥ ହୋଇଛନ୍ତି। ଏଥିସହିତ ସଂପ୍ରତି ରାଜ୍ୟରେ ୬୮୫୩ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories