www.samajalive.in
Tuesday, December 9, 2025
16.1 C
Bhubaneswar

୩ଟି ଟ୍ରକରୁ ଚୋରି ହୋଇଥିବା ଜିନିଷ ଉଦ୍ଧାର ,୩ ଗିରଫ 

ବେଗୁନିଆ : ବାଘମାରୀ ପେଟ୍ରୋଲ ଟାଙ୍କି ଆଗରେ ଥିବା ୩ ଟି ଟ୍ରକରୁ ୫ ତାରିଖ ରାତିରେ ବାଘମାରୀ ଗ୍ରାମର ଦୁଇଜଣ ଯୁବକ ୨ ଟି ବ୍ୟାଟେରୀ, ଜଗ ରଡ଼ ,ସମସ୍ତ ରେଂଚି ସହିତ ଅନ୍ୟ ଏକ ଟ୍ରକରୁ ପ୍ରାୟ ୪୦ ହଜାର ଟଙ୍କାର ଗୁଣ୍ଡ ରଙ୍ଗ କେମିକାଲ ଚୋରି କରି ନେଇଯାଇଥିଲେ । ବାଘମାରୀ ଥାନାରେ ଏ ସଂକ୍ରାନ୍ତରେ ଅଭିଯୋଗ ହେବା ପରେ ଥାନା ଅଧିକାରିଣୀ ଅର୍ଚ୍ଚନା ମଲ୍ଲିକଙ୍କ ନିର୍ଦେଶରେ ଏସ ଆଇ ବ୍ରହ୍ମ।ନନ୍ଦ ସ୍ୱାଇଁ ଏବଂ ଏ ଏସ ଆଇ ପୂର୍ଣ୍ଣଚନ୍ଦ୍ର ଜେନା ଘଟଣାର ତଦନ୍ତ କରି ୩ ଜଣଙ୍କୁ ଗିରଫ କରିଥିବାବେଳେ ସେମାନଙ୍କ ଠାରୁ ସମସ୍ତ ଜିନିଷ ଉଦ୍ଧାର କରିଛନ୍ତି । ବାଘମାରୀ ଗ୍ରାମର ବୁଲୁ ମହାନ୍ତି ଏବଂ ମନୋରଞ୍ଜନ ବେହେରା ଦୁଇଟି ଟ୍ରକରୁ ଦୁଇଟି ବ୍ୟାଟେରୀ ଏବଂ ଜଗ ରଡ଼ ଓ ରେଂଚି ଚୋରିକରି ବେଗୁନିଆରେ ଥିବା କବାଡ଼ିଆ ମହେଶ୍ୱର ସାହୁଙ୍କୁ ବିକ୍ରି କରିଥିଲେ ।ସେହିପରି ଅନ୍ୟ ଏକ ଟ୍ରକରେ ଥିବା୪୦ହଜାର ଟଙ୍କାର ଗୁଣ୍ଡ ରଙ୍ଗ କେମିକାଲ ମଧ୍ୟ ଚୋରିକରି ନେଇ ଅଟ୍ରି ଯିବା ରାସ୍ତାରେ ଥିବା ଏକ ନିଛାଟିଆ ଜାଗାରେ ଥିବା ଗଛମୂଳେ ଲୁଚାଇ ରଖିଥିଲେ ।ବାଘମାରୀ ପୁଲିସ ଚୋର ଦୁଇଜଣଙ୍କୁ ଗିରଫ କରିବା ପରେ ଗଛମୂଳରୁ ରଙ୍ଗ କେମିକାଲ ଜବତ କରିଛି । ବେଗୁନିଆରୁ କବାଡ଼ିଆ ମହେଶ୍ୱର ସାହୁଙ୍କୁ ଚୋରି ଜିନିଷ କିଣିଥିବା ଅଭିଯୋଗରେ ଗିରଫ କରିଛି ।ଏହି ଘଟଣାରେ ସଂପୃକ୍ତ ଅନ୍ୟ ମାନଙ୍କୁ ଗିରଫ କରିବା ପାଇଁ ବାଘମାରୀ ପୁଲିସ  ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories