www.samajalive.in
Monday, December 8, 2025
24.1 C
Bhubaneswar

‘ଚଲ୍‍ତେ-ଚଲ୍‍ତେ..’ ଗୀତକୁ ରିମିକ୍ସ କରି ଗାଇଲେ ଅତିଫ୍‍ : ଉତ୍ତ୍ୟକ୍ତ ହେଲେ ଲତା

ଭାରତରତ୍ନରେ ସମ୍ମାନିତ ଲତା ମଙ୍ଗେସ୍କର୍‍ ନିଜ ସ୍ୱର ମାଧ୍ୟମରେ କୋଟି କୋଟି ଜନତାଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ତାଙ୍କ କଣ୍ଠର ଯାଦୁ ଏଯାବତ୍‍ ସାରା ବିଶ୍ୱରେ ବ୍ୟାପି ରହିଛି। ବଲିଉଡ଼୍‍ରେ ଅନେକ ଗୀତ ଗାଇଥିବା ପାକିସ୍ଥାନୀ ଗାୟକ ଅତିଫ୍‍ ଅସ୍‍ଲମ୍‍ ନିକଟରେ ‘ପାକିଜା’ ଚଳଚ୍ଚିତ୍ରରେ ଲତା ମଙ୍ଗେସ୍କର୍‍ ଗାଇଥିବା ଏକ ଗୀତ ‘ ଚଲ୍‍ତେ ଚଲ୍‍ତେ ୟୁ ହିଁ କୋଇ…’ କୁ ଭିନ୍ନ ଶୈଳୀରେ ଗାଇଛନ୍ତି। ଯାହାକୁ ଲତା ଏପର୍ଯ୍ୟନ୍ତ ଶୁଣି ନାହାନ୍ତି। ଲତାଙ୍କୁ ଏହି ଗୀତ ବିଷୟରେ ପ୍ରଶ୍ନ କରିବା ଦ୍ୱାରା ସେ ଦୁଃଖୀ ହେବା ସହ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ଲତା କହିଛନ୍ତି, “ମୁଁ ଏ ଗୀତ ଶୁଣିନାହିଁ ଓ ଶୁଣିବାକୁ ମଧ୍ୟ ଚାହୁଁନାହିଁ। ପୁରୁଣା ଗୀତକୁ ରିମିକ୍ସ କରିବାର ଏହି ଯେଉଁ ଟ୍ରେଣ୍ଡ୍‍ ଚାଲିଛି, ଏଥିରେ ମୁଁ ବହୁତ ଦୁଃଖୀ। ଏପରି କାହିଁକି କରାଯାଉଛି ମୁଁ ଜାଣିପାରୁ ନାହିଁ। ମୁଁ ଏହା ମଧ୍ୟ ଶୁଣିବାକୁ ପାଇଛି ଏହି ଗୀତର କିଛି ଧାଡ଼ିକୁ ପରିବର୍ତ୍ତନ କରାଯାଇଛି। କାହା ଅନୁମତି ନେଇ ଏପରି କରାଯାଇଛି? ମୂଳ କବି ଓ ସଙ୍ଗୀତକାରଙ୍କ ଲେଖାକୁ ଏପରି ଏପଟ ସେପଟ କରିବାର ଆବଶ୍ୟକତା କ’ଣ”? ବିଜେପି ଦଳର ଏମ୍‍ପି ତଥା ଗାୟକ ବାବୁଲ୍‍ ସୁପ୍ରିୟୋ ଓ ଗାୟିକା ଅଲ୍‍କା ୟାଗ୍ନିକ୍‍ ମଧ୍ୟ ଏନେଇ ନକରାତ୍ମକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ଏହି ଗୀତ ବଲିଉଡ଼୍‍ ର ଆଗାମୀ ଚଳଚ୍ଚିତ୍ର ‘ମିତ୍ରୋଁ’ ରେ ସାମିଲ୍‍ କରାଯାଇଛି। ଏହା ବାସ୍ତବରେ ‘ପାକିଜା’ ଚଳଚ୍ଚିତ୍ରର ଓ ମହାନ ସଙ୍ଗୀତ ନିର୍ଦ୍ଦେଶକ ଗୁଲାମ ମହମ୍ମଦଙ୍କ ସଙ୍ଗୀତ। ‘ପାକିଜା’ ଚଳଚ୍ଚିତ୍ରର ଏହି ଗୀତରେ ଟ୍ରାଜେଡ଼ି କ୍ୱିନ୍‍ ମୀନା କୁମାରୀ ଅଭିନୟ କରିଥିଲେ।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories