ଥିରୁବନ୍ତପୁରମ : କେରଳରେ କରୋନା କାୟା ମଧ୍ୟରେ ଏବେ ସୃଷ୍ଟି ହୋଇଛି ନିପାହ ଭାଇରସର ଭୟ। କୋଝିକୋଡିରେ ନିପାହ ଭାଇରସରେ ସଂକ୍ରମଣ ହୋଇ ଜଣେ ୧୨ ବର୍ଷୀୟ ନାବାଳକର ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି।
ସୂଚନା ଯୋଗ୍ୟ, ଉକ୍ତ ବାଳକ କୋଝିକୋଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମାତ୍ର ଗତ ରାତିରେ ହଠାତ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ବାଳକର ନମୁନା ପୁଣେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାୟରୋଲଜି ପଠାଯାଇଥିଲା। ପରୀକ୍ଷା କରାଗଲା ପରେ ସେ ନିପାହା ଭାଇରସରେ ସଂକ୍ରମଣ ହୋଇଥିବା ଜଣାପଡିଥିଲା। ହସ୍ପିଟାଲ ଟିମ ବାଳକଙ୍କୁ ବଞ୍ଚାଇବାକୁ ବହୁ ଚେଷ୍ଟା କଲେ ମଧ୍ୟ ବିଫଳ ହୋଇଥିଲେ। ଆଜି ଭୋରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହାସହ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଏକ ଟିମ କୋଝିକୋଡି ଗସ୍ତ କରି ନୀରିକ୍ଷଣ କରୁଛନ୍ତି। ଉକ୍ତ ବାଳକର ମୃତ୍ୟୁ ପରେ ତାଙ୍କ ପରିବାରକୁ ସଙ୍ଗରୋଧରେ ରଖାଯାଇଛି।
କେରଳରେ କରୋନା ସହ ନିପାହ ଭୟ ; ଚିକିତ୍ସାଧୀନ ଅବସ୍ଥାରେ ୧୨ ବର୍ଷ ନାବାଳକର ମୃତ୍ୟୁ
Popular Categories



