www.samajalive.in
Monday, December 8, 2025
13.1 C
Bhubaneswar

ଗ୍ରାମୀୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକଙ୍କ କଲ୍ୟାସିଂହପୁର ବ୍ଲକ ଗସ୍ତ “ଗ୍ରାମ ପଞ୍ଚାୟତ ଗୃହ ନିର୍ମାଣ ନିମନ୍ତେ ରାଜି କରାଇଲେ “

କଲ୍ୟାଣିଂହପୁର :  ଗ୍ରାମୀୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକ କଲ୍ୟାଣ ସିଂହପୁର ପଞ୍ଚାୟତସମିତି ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟକ୍ରମ ପରିଦର୍ଶନ କରିଥିଲେ। କାନ୍ଧକକ୍ଷତିପଡ଼ୁ ଗ୍ରାମ ପଞ୍ଚାୟତ ଯାଇ ସେଠାରେ ବହୁଦିନ ଧରି ପଡିରହିଥିବା ଗ୍ରାମ ପଞ୍ଚାୟତ ଗୃହ ନିର୍ମାଣ ବିବାଦକୁ ସମାଧାନ କରିବା ପାଇଁ ସରପଞ୍ଚ ଓ ଅନ୍ୟ କର୍ମକର୍ତ୍ତ।ଙ୍କ ସହିତ ଆଲୋଚନା କରିଥିଲେ ।
ବ।ଦବିବାଦ ଯୋଗୁଁ ଗ୍ରାମ ପଞ୍ଚାୟତ ଗଠନ ହେଵା ଦିନରୁ ଆଜି ପର୍ୟ୍ୟନ୍ତ ପଞ୍ଚାୟତ ଗୃହ ହେଇପାରୁନଥିଲା । ଗୃହ ନିର୍ମାଣ ବିବାଦ ମାମଲା ଅଦାଲତରେ ପହଞ୍ଚୀ ଥିଲା ।
ଶେଷରେ ପିଡି ଡ଼ିଆରଡ଼ିଏ ଶ୍ରୀ ନାଏକଙ୍କ ହସ୍ତକ୍ଷେପ ପରେ ଉଭୟ ସରପଞ୍ଚ ଓ ତାବକ ସମର୍ଥକ ତଥା ଅନ୍ୟ ଗ୍ରାମବାସୀଙ୍କ ନେଇ ହୋଇଥିବା ଆଲୋଚନା ପରେ ହୋମିୟଗୁଡ଼ାର ଦାନ୍ତିଲିଙ୍ଗ ଠାରେ ଗୃହ ନିର୍ମାଣ କରିବାକୁ ସହମତି ଦେଇଛନ୍ତି । ଏହାପରେ ପିଡି ଡ଼ିଆରଡ଼ିଏ ଶ୍ରୀ ନାଏକ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ। ମନୋରେଗା ଯୋଜନାରେ ନିର୍ମିତ ଗମାଚାନ୍ଦିନୀ, ଅନୁଧ୍ୟାନ କରିଥିଲେ। ସେଠାରୁ ଥେରୁବାଲିରୁ ପାକଲି ମଧ୍ୟରେ ଓ ଅଡୁଗୁଡା ଠାରେ ଗାର୍ଡ ୱାଲ ନିର୍ମାଣ ପାଇଁ ବ୍ଲକ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ । ସେହିପରି କନ୍ଧକାତିପାଡ଼ୁ ଠାରେ ପର୍ୟ୍ୟଠନ କ୍ଷେତ୍ରରେ ବିକାଶ କରିବାକୁ ସରପଞ୍ଚଙ୍କ ଦାବି ଉପରେ ପଦକ୍ଷେପ ନେବାକୁ ବ୍ଲକ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ। ପଲମା ଗ୍ରାମ ପଞ୍ଚାୟତରେ ମିଶିଥିବା କାନ୍ଧକକ୍ଷତିପଡ଼ୁର ତିନିଟି ଗ୍ରାମକୁ  ପଦକ୍ଷେପ ନେବା ପାଇଁ ବ୍ଲକ ଅଧିକାରୀ ମାନଙ୍କୁ କହିଥିଲେ । ଏହି ପରିଦର୍ଶନ ସମୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସହକାରୀ ଯନ୍ତ୍ରୀ , କନିଷ୍ଠ ଯନ୍ତ୍ରୀ, ଅନ୍ୟମାନେ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories