www.samajalive.in
Monday, December 8, 2025
24.1 C
Bhubaneswar

ଭାଲୁ ଆକ୍ରମଣରେ ବୃଦ୍ଧା ଆହତ

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ ପଡିଆଵେଡା ପଞ୍ଚାୟତ ଅନ୍ତର୍ଗତ ବୋରିଂଗ୍ରାମର ତେଲନଦୀ ସାହିର ଟୁରି ହେମ୍ବ୍ରମ ପତ୍ନୀ ମଙ୍ଗତୀ ହେମ୍ବ୍ରମ (୫୨)ଭାଲୁ ଆକ୍ରମଣରେ ଆହତ ହୋଇ ଠାକୁରମୁଣ୍ଡା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।
ଆଜି ଭୋର ସକାଳୁ ବୋରିଂ ଗ୍ରାମର ମଙ୍ଗତୀ ଜଙ୍ଗଲ ପାଖ ନିଜ ଚାଷ ଜମିରେ ବିଲ କୁ ପାଣି ଅଛି କି ନାହିଁ ଦେଖିବା ପାଇଁ ଯାଇଥିବା ସମୟରେ ହଠାତ୍ ଦୁଇଟି ଭାଲୁ ଦୌଡ଼ି ଆସି ଥିଲେ ଏବଂ ଗୋଟିଏ ଭାଲୁ ମଙ୍ଗତୀଙ୍କୁ ଆକ୍ରମଣ କରିଥିଲା। ଫଳରେ ମଙ୍ଗତୀ ଜଙ୍ଘ ରେ ଗଭୀର କ୍ଷତ ହୋଇଥିଲା। ମଙ୍ଗତୀ ପାଟି କରିବାରୁ ଭାଲୁଟି  ଜଙ୍ଗଲକୁ ଚାଲି ଯାଇଥିଲା। ପରେ ପରିବାର ଲୋକ ଅଟୋରେ ସହାଯ୍ୟରେ ଠାକୁରମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ମଙ୍ଗତୀଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ ଥିବା ସୂଚନା ମିଳିଛି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories