www.samajalive.in
Monday, December 8, 2025
17.1 C
Bhubaneswar

ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟଙ୍କ ପ୍ରଦର୍ଶନ : ଏକକରେ ପ୍ରମୋଦଙ୍କ ବିଜୟ ଅଭିଯାନ

ଟୋକିଓ  : ଟୋକିଓ ପାରାଲିମ୍ପିକ୍‌ସର ମିଶ୍ରିତ ଯୁଗଳ ବିଭାଗରେ ପରାଜିତ ହୋଇଥିବା ବିଶ୍ବର ଏକ ନମ୍ବର ପାରା ବ୍ୟାଡ଼ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଏକକ ବିଭାଗରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ବୁଧବାର ଖେଳାଯାଇଥିବା ଏସ୍‌ଏଲ-୩ ପୁରୁଷ ଏକକ ଗ୍ରୁପ-ଏ ପ୍ରଥମ ମ୍ୟାଚରେ ପ୍ରମୋଦ ନିଜର ଅନ୍ୟତମ ଭାରତୀୟ ଯୁଗଳ ଯୋଡ଼ିଦାର ମନୋଜ ସରକାରଙ୍କୁ ୨-୧ ସେଟ୍‌ରେ ପରାସ୍ତ କରିଛନ୍ତି। ପ୍ରଥମ ସେଟ୍‌କୁ ପ୍ରମୋଦ ୨୧-୧୦ରେ ଅତି ସହଜରେ ଜିତି ନେଇଥିଲେ। ଦ୍ବିତୀୟ ସେଟ୍‌ରେ ମନୋଜ ପ୍ରତ୍ୟାବର୍ତ୍ତନ କରିଥିଲେ। ଉକ୍ତ ସେଟ୍‌କୁ ୨୩-୨୧ ସେଟ୍‌ରେ ମନୋଜ ଜିତି ୧-୧ ବରାବର କରିଥିଲେ। ନିର୍ଣ୍ଣାୟକ ସେଟ୍‌ରେ ପ୍ରମୋଦ ପୁନର୍ବାର ପ୍ରତ୍ୟାବର୍ତ୍ତନ କରିବା ସହିତ ୨୧-୯ ସହଜରେ ଜିତି ନେଇଥିଲେ। ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିବା ପ୍ରମୋଦ ଗୁରୁବାର ଦ୍ବିତୀୟ ରାଉଣ୍ଡ ମ୍ୟାଚ ୟୁକ୍ରେନର ଚେର୍‌କୋଭା ଓଲେକ୍ସଜାଣ୍ଡାରଙ୍କ ସହିତ ଖେଳିବେ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories