www.samajalive.in
Monday, December 8, 2025
14.1 C
Bhubaneswar

 ଟୀକା ନେବା ପାଇଁ ଲମ୍ବା ଧାଡ଼ି ; ୨୦୦ରୁ ଉର୍ଦ୍ଧ୍ୱ ପରିବାର ସ୍ୱାସ୍ଥ୍ୟ କେନ୍ଦ୍ରରେ

ମୋହନା : ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱ।ବଧାନରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚାଲିଛି ପ୍ରଥମ ଓ ୨ୟ ପାନ ଟୀକାକରଣ । ପ୍ରତେକ ଦିନ ୩୦୦ରୁ ଉର୍ଦ୍ଧ୍ଵ ଲୋକ ନେଉଛନ୍ତି ଟୀକା । ମୋହନା ବ୍ଲକର ଦୁର୍ଗମ ଆଦିବାସୀ ଅଧ୍ନ୍ୟୁଷିତ ଅଞ୍ଚଳରେ ରହୁଥିବା ଲୋକମାନେ ଚାଷ କାମ ସାରି ୧୧ଟା ରୁ ୧୨ଟା ମଧ୍ୟରେ ଆସନ୍ତି ଟୀକା ନେବା ପାଇଁ । ସେମାନେ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଲା ବେଳକୁ ଟୀକା ସରିଯାଇଥାଏ। କାରଣ ପଡୋଶି ଜିଲ୍ଲା ଗଞ୍ଜାମର ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକର କିଛି ଗ୍ରାମରୁ ପ୍ରତେକ ଦିନ ୧୦୦ରୁ ଉର୍ଦ୍ଧ୍ୱ ଲୋକେ ନିଜ ପରିବାର ସହ ଆସି ୪୫ରୁ ୫୦କିମି ଦୂର ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରରେ ନେଉଛନ୍ତି ଟୀକା । ଯାହାକି ତିନି ଦିନ ମଧ୍ୟରେ ୧୫ ଶହରୁ ଉର୍ଦ୍ଧ୍ଵ ଲୋକେ ନେଇଛନ୍ତି ଟୀକା । ଯାହାଫଳରେ ମୋହନା ବ୍ଲକର ଲୋକେ ପାଇପାରୁନାହାନ୍ତି କରୋନା ଟୀକା । ମଙ୍ଗଳବାର ଦିନ ସକାଳ ପ୍ରାୟ ୮ଟାରୁ ଲମ୍ଭା ଧାଡିରେ ଗଞ୍ଜାମର ସୁଣ୍ଡିପୋଲି,ନୂଆସାହି ଓ ଅନ୍ୟାନ୍ୟ ଗ୍ରାମର ଲୋକେ ୨ ଶହରୁ ଉର୍ଦ୍ଧ୍ୱ ଆସିଥିଲେ ପରିବାର ସହିତ ଟୀକା ନେବା ପାଇଁ। ଏହି ଖବର ଜାଣିବା ପରେ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀଣି ଡ଼.ନମିତା ପଣ୍ଡା ଓ ମେଡିକାଲ ପ୍ରୋଜେକ୍ଟ ମ୍ୟାନେଜର ସିଧା ସଳଖ ମନା କରିଦେଇଥିଲେ ବାହାର ଜିଲ୍ଲାର ଲୋକଙ୍କୁ ଟୀକା ଦେବା ପାଇଁ। କାରଣ ପ୍ରଥମ ଟୀକା ନେବା ପରେ ୨ୟ ପାନ ଟୀକା ନେବା ପାଇଁ ଆସୁନାହାନ୍ତି ଗଞ୍ଜାମରୁ ଲୋକେ ।ବର୍ତ୍ତମାନ ସୁରାଟ ଯିବା ସକାଶେ ଟ୍ରେନ ଟିକଟ ପାଇଁ ଆବଶ୍ୟକ ପଡୁଛି ପ୍ରମାଣ ପତ୍ର ଓ ତେଣୁ ମୋହନା ଆସି ନେଉଛନ୍ତି ଟୀକା ।ଅପରପକ୍ଷେ ମୋହନା ଅଞ୍ଚଳରେ ଟୀକା ପାଇ ପାରୁନାହାନ୍ତି ଲୋକେ । ଯାହାଫଳରେ ପ୍ରତ୍ୟେକ ଦିନ ଟୀକା କେନ୍ଦ୍ରରେ ଲାଗି ରହୁଛି ଝଗଡା । ଟୀକା ନ ପାଇବାରୁ ଗଞ୍ଜାମରୁ ଆସିଥିବା ଲୋକେ କିଛି ସମୟ ପାଇଁ ଉତେଜନା କରିଥିଲେ। ପରେ ମୋହନା ବିଡିଓଙ୍କୁ ଦେଖା କରିବାକୁ ଯାଇଥିଲେ । ଏହି ବିଷୟ ରେ ସାନଖେମୁଣ୍ଡି ବିଡିଓଙ୍କୁ ପଚାରିବାରୁ ସେ କହିଛନ୍ତି ଆମ ବ୍ଲକ ରେ ଟୀକା ଭରପୁର ରହିଛି । ସମସ୍ତ ଟୀକା ଦାନ କେନ୍ଦ୍ରରେ ୧୨ ଶହରୁ ଉର୍ଦ୍ଧ୍ୱ ଲୋକଙ୍କୁ ଟୀକା ଦିଆଯାଉଛି। କିନ୍ତୁ ଯେଉଁ ବ୍ୟକ୍ତି ଗଜପତି ଯାଉଛନ୍ତି ଟୀକା ନେବା ପାଇଁ ସେମାନେ ସୁରାଟ ଫେରନ୍ତା କିମ୍ବା ଯିବାକୁ ଚାହୁଁଥିବେ । ଲୋକେ ଅପେକ୍ଷା ନକରି ମୋହନା ଯାଉଛନ୍ତି ଟୀକା ନେବା ପାଇଁ। ତେଣୁ ସେମାନଙ୍କୁ ନିଜ ଅଞ୍ଚଳରେ ଯାଇ ଟୀକା ନେବା ପାଇଁ କହିଛନ୍ତି ସାନଖେମୁଣ୍ଡି ବିଡିଓ ।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories