ହରଭଙ୍ଗା: ଆଗ କାଳରେ ମଟରଯାନ ଅଭାବରୁ ସାଇକେଲରେ ଲୋକେ ଶହ ଶହ କିଲୋମିଟର ସାଇକେଲରେ ଯାତ୍ରା କରୁଥିଲେ।ନିଜେ ସୁସ୍ଥ ରହିବା ସହିତ ପରିବେଶ ପ୍ରଦୂଷଣକୁ ମଧ୍ୟ ସୁସ୍ଥ ରଖୁଥିଲେ।ବର୍ତମାନ ଆଧୁନିକତା ଛାପରେ ବହୁଳ ପରିମାଣରେ ଭଳିକି ଭଳି ମଟରଯାନ ଲୋକେ ବ୍ୟବହାର କରୁଥିବା ଦେଖିବାକୁ ମିଳିଛୁ।ଏହାର ପ୍ରଭାବରେ ଲୋକେ କାଁ ଭାଁ ସାଇକେଲ ଚଲାଉଥିବା ଦେଖିବାକୁ ମିଳୁଛି।ମାତ୍ର ବର୍ତମାନ ସମୟ ବଦଳିବା ସହିତ ପୁରୁଣା ଢାଚାଂରେ ପୁଣି ସାଇକେଲ ଯୁଗ ଫେରୁଥିବା ଘଟଣା ସମସ୍ତଙ୍କ ପାଇଁ ସୁସ୍ଥ ପରିବେଶ ସୁସ୍ଥ ଜୀବନ ଯାପନ ପାଇଁ ଏକ ବାର୍ତା ପ୍ରେରଣ କରୁଛି।ଏଭଳି ମହତ୍ କାର୍ଯ୍ୟକୁ ସାର୍ଥକ କରିବା ଉଦେଶ୍ୟରେ ବୌଦ୍ଧ ଡେପୁଟି କଲେକ୍ଟର ଅବିନାଶ ପାଣ୍ଡିଆ ପ୍ରତିଦିନ ସାଇକେଲରେ ବ୍ୟାୟାମ ଚଳାଇ ସମସ୍ତଙ୍କୁ ଉତ୍ସାହିତ କରୁଥିବା ଜଣାପଡିଛି।ଗତକିଛିଦିନତଳେ ବୌଦ୍ଧରୁ ଅଫିସକାର୍ଯ୍ୟ ସାରି ଏକୁଟିଆ ସାଇକେଲରେ ନିଜଘର ସୋନପୁରକୁ ସାଇକେଲରେ ଯାତ୍ରା କରିଥିବା ଏକ ଭିଡି.ଓ ସୋସିଆଲ ମିଡିଆରେ ଅପଲୋଡ କରିଥିବା ଦେଖିବାକୁ ମିଳିଥିଲା।ସେହିପରି ଆଜି ଛୁଟିଦିନଥିବାରୁ ବୌଦ୍ଧ ବଲାଶିଙ୍ଗାରୁ ସାଇକେଲରେ ବାହାରି ଦୁଇଟି ବଡ ବଡ ଘାଟି ସହିତ ଦୀର୍ଘ ୮୭ କିଲୋମିଟର ରାସ୍ତା ଅତିକ୍ରମ କରି ଅପରାହ୍ନ ୩ଟା ସମୟରେ ଫୁଲବାଣୀ ପଂହଚିଥିଲେ।
ବୌଦ୍ଧରୁ ଫୁଲବାଣୀ ଯିବା ରାସ୍ତାରେ ତାଙ୍କୁ ଚାରିଛକସ୍ଥିତ ହରଭଙ୍ଗା ତହସିଲ କାର୍ଯ୍ୟାଳୟରେ ସମ୍ମୁଖରେ ଭେଟିବା ପରେ ତାଙ୍କ ଗସ୍ତ କଥା ଓ ସାଇକେଲ ଯାତ୍ରାର ଉଦେଶ୍ୟ ସର୍ମ୍ପକରେ ଦୁଇପଦ କଥା ହେବାକୁ ସୁଯୋଗ ମିଳିଥିଲା।ତାଙ୍କ ପ୍ରତିକ୍ରିୟାରେ ସେ କହିଲେ ଫିଟ ରହିଲେ ସ୍ମାର୍ଟ ରହିବା ଏହି ଉଦେଶ୍ୟରେ ସମସ୍ତେ ପ୍ରତିଦିନ ୩୦ମିନିଟ ସାଇକେଲିଙ୍ଗ କରିବା ଆବଶ୍ୟକତା ରହିଛି।ସାଇକେଲିଙ୍ଗ ଦ୍ୱାରା ପେଟ୍ରୋଲ ଖର୍ଚ୍ଚ ବଂଚିବା ସହିତ ନିଜେ ସୁସ୍ଥ ରହି ପରିବେଶକୁ ଦୂଷିତ ହେବାରୁ ବଂଚାଇବା ଏବଂ ଏକ ସୁସ୍ଥ ପରିବେଶ ଆଗାମୀ ପିଢି ପାଇଁ ତିଆରି କରିବା ତାଙ୍କ ସାଇକେଲିଙ୍ଗ ଯାତ୍ରାର ଉଦେଶ୍ୟ ବୋଲି ସେ ମତ ରଖିଛନ୍ତି।ସେ ଯାହା ହେଉ ନାଁ କାହିଁ ଏଭଳି ଜଣେ ପ୍ରଶାସନିକ ଅଧିକାରୀଙ୍କ ସାଇକେଲିଙ୍ଗ ଯାତ୍ର ବୌଦ୍ଧ ଜିଲ୍ଲାରେ ଯୁବପିଢିଙ୍କୁ ଆଗାମୀଦିନରେ ପ୍ରେରଣା ଦେବା ସହିତ ସରକାରୀ କର୍ମଚାରୀଙ୍କୁ ଉତ୍ସାହିତ କରୁଥିବା ମଧ୍ୟ ଜଣାଯାଇଛି।ଆଜି ତାଙ୍କ ସାଇକେଲ ଯାତ୍ର ସମୟରେ ତାଙ୍କ ସହିତ ବୌଦ୍ଧର ସ୍ୱାସ୍ଥ୍ୟ ବିଭାଗର ଜ୍ଞାନପ୍ରକାଶ ମିଶ୍ର ଭଳି ଜଣେ କର୍ମଚାରୀ ସାଙ୍ଗରେ ରହିଥିଲେ।ହରଭଙ୍ଗା ଅତିରିକ୍ତ ତହସିଲଦାର ହରିଓମ ଭୋଇ ମଧ୍ୟ ଚାରିଛକରେ ସେମାନଙ୍କୁ ଭେଟି ଉତ୍ସାହିତ ହୋଇଥିଲେ।



