ବିରୂପାରୁ ଅଜଗର ଉଦ୍ଧାର
ଚୌଦ୍ୱାର : ଚୌଦ୍ୱାର ପାଖ ବିରୂପା ନଦୀରୁ ଏକ ୧୨ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକେ ବିରୂପା ପୋଲ ନିକଟରେ ଗାଧୋଉ ଥିବାବେଳେ ସାପଟି ବିରୂପା ବ୍ୟାରେଜର ଲାଗିଥିବା ଏକ ଲୁହା କବାଟରେ ଫସି ରହି ଥିବା ଦେଖିବାକୁ ପାଇ ସ୍ଥାନୀୟ ବନ ବିଭାଗକୁ ଖବର ଦେଇଥିଲେ । ଚୌଦ୍ୱାର ବନପାଳ ମନୋରମା ହୋତା, ବନ କର୍ମଚାରୀ ଓ ସ୍ନେକ ହେଲପ ଲାଇନର ସଦସ୍ୟ ଶୁଭମ୍ କୁମାର ପରିଜା ଘଟଣା ସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଉଦ୍ୟମ ପରେ ସାପଟିକୁ ଉଦ୍ଧାର କରିଥିଲେ । ପରେ ସାପଟିକୁ ସ୍ଥାନୀୟ ଡମଣୀ ଜଙ୍ଗଲରେ ଛାଡି ଦିଆଯାଇଥିବା ଜଣା ପଡ଼ିଛି ।
Comments are closed.