www.samajalive.in
Sunday, December 7, 2025
16.1 C
Bhubaneswar

ବିଦ୍ୟୁତ ଖୁଣ୍ଟ ପଡ଼ି ଶିଶୁପୁତ୍ରର ମୃତ୍ୟୁ 

ବେଗୁନିଆ: ବେଗୁନିଆ ବ୍ଲକ କଣ୍ଟାବାଡ଼ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପଲ୍ଲୀ ଗ୍ରାମର ଫାରିଆ ସାହିରେ ମଙ୍ଗଳବାର ସକାଳେ ଏକ ଶିଶୁପୁତ୍ର ଗାଁ ଦାଣ୍ଡରେ ଖେଳୁଥିବାବେଳେ ତା’ ଉପରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡିବାରୁ ଘଟଣାସ୍ଥଳରେ ଶିଶୁର ମୃତ୍ୟୁ ଘଟିଛି । ସମ୍ପୃକ୍ତ ଗ୍ରାମର ମନୋରଞ୍ଜନ ବେହେରାଙ୍କ ପୁଅ ସାଇରଞ୍ଜନ ବେହେରା (୫) ଆଜି ସକାଳ୮ ଟାରେ ଦାଣ୍ଡରେ ଖେଳୁଥିଲା । ତାଙ୍କ ଘର ସାମ୍ନାରେ ଥିବା ଏକ ପୁରୁଣା ବିଦ୍ୟୁତ ଖୁଣ୍ଟକୁ ଉଠାଇବା ପାଇଁ ଏକ ନୂଆ ସିମେଣ୍ଟ ବିଦ୍ୟୁତ ଖୁଣ୍ଟ ତାଙ୍କ ଘର ଆଗରେ ପୋତାଯାଇଥିଲା । କିନ୍ତୁ ଏଥିରେ ତାର ଟଣାଯାଇ ନ ଥିଲା । ସେ ଖେଳୁଥିବା ସମୟରେ ଉକ୍ତ ଖୁଣ୍ଟଟି ଭାଙ୍ଗି ତା’ ଉପରେ ପଡିଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତା’ ମୃତ୍ୟୁ ଘଟିଥିଲା।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories