www.samajalive.in
Wednesday, December 10, 2025
26.1 C
Bhubaneswar

ମହାସମାବେଶରେ କୃଷକଙ୍କ ପାଇଁ ବୃହତ୍‍ ଘୋଷଣା କଲେ କେସିଆର

ହାଇଦ୍ରାବାଦ୍‍: ବହୁଚର୍ଚ୍ଚିତ ମହାସମାବେଶରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ତେଲେଙ୍ଗନା ରାଷ୍ଟ୍ରୀୟ ସମିତି ସୁପ୍ରିମୋ କେ ଚନ୍ଦ୍ରଶେଖର ରାଓ କୃଷକଙ୍କ ପାଇଁ ବୃହତ୍‍ ଘୋଷଣା କରିଛନ୍ତି। ସମାବେଶ ପୂର୍ବରୁ ଅନୁଷ୍ଠିତ କ୍ୟାବିନେଟ୍‍ ବୈଠକରେ ବିଧାନସଭା ଭଙ୍ଗ ପ୍ରସଙ୍ଗରେ ଘୋଷଣା ହୋଇପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଉଥିବା ବେଳେ ସେ ବିଷୟରେ ଚନ୍ଦ୍ରଶେଖର ରାଓ କୌଣସି ସୂଚନା ଦେଇନାହାନ୍ତି।
ଆଜି ଅନୁଷ୍ଠିତ ମେଗା ରାଲିରେ ସବୁ କ୍ଷେତ୍ର ପାଇଁ ଚନ୍ଦ୍ରଶେଖର ରାଓ ଅନେକ ଘୋଷଣା କରିଛନ୍ତି। ବିଶେଷକରି କୃଷକଙ୍କ ପାଇଁ ପ୍ରତ୍ୟକ୍ଷ ରିହାତି ଟଙ୍କା ହସ୍ତାନ୍ତର ଯୋଜନା ‘ରାଇତୁ ବନ୍ଧୁ’ ଘୋଷଣା କରିଥିଲେ। ଏହି ଘୋଷଣା ପରେ କୃଷକମାନେ ପ୍ରତି ଏକର ପିଛା ୪ ହଜାର ଟଙ୍କା ପାଇବେ। ଏହି ଯୋଜନା ପାଇଁ ମୋଟ ୧୨ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବେଳେ ୬ ହଜାର କୋଟି ଟଙ୍କା କୃଷକଙ୍କ ବ୍ୟାଙ୍କ ଖାତାକୁ ସ୍ଥାନାନ୍ତର କରିଦିଆଯାଇଛି। ସେହିପରି ୨୦୧୪ରେ ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ପୂର୍ବରୁ କୃଷକମାନଙ୍କ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ଼ କରାଯାଇଥିବା ବେଳେ ଏବେ ଆଉ ୧ କୋଟି ଟଙ୍କାର ଋଣ ଛାଡ଼ ପାଇଁ ଘୋଷଣା କରାଯାଇପାରେ ବୋଲି କୁହାଯାଉଛି। ଗତକାଲି ବିଦ୍ୟୁତ କର୍ମଚାରୀମାନଙ୍କ ବେତନରେ ୩୫% ବୃଦ୍ଧି ଘୋଷଣା କରାଯାଇଛି। ନିର୍ବାଚନକୁ ଦୃଷ୍ଟିରେ ରଖି ଚନ୍ଦ୍ରଶେଖର ରାଓ ତରବରିଆ ଭାବେ ଏହି ସବୁ ଘୋଷଣା କରୁଛନ୍ତି ବୋଲି ବିରୋଧୀ ପକ୍ଷରୁ ଅଭିଯୋଗ ହେଉଛି। ଆସନ୍ତା ୬ ତାରିଖରେ ବିଧାନସଭା ଭଙ୍ଗ ଘୋଷଣା ହୋଇପାରେ ବୋଲି ନିକଟତମ ମହଲରୁ ଜଣାପଡ଼ିଛି।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories