www.samajalive.in
Wednesday, December 10, 2025
18.1 C
Bhubaneswar

ରାତି ୮ଟା – ମୁଖ୍ୟ ଖବର

–ବିଧାନସଭା ଅଧିବେଶନ ପୂର୍ବରୁ ହେବ କୋଭିଡ ପରୀକ୍ଷା। ସମସ୍ତ ବିଧାୟକ, ସେମାନଙ୍କ ଡ୍ରାଇଭର ଓ କର୍ମଚାରୀଙ୍କ ହେବ କରୋନା ପରୀକ୍ଷା।

–ଶିଶୁ ସଂକ୍ରମଣ ରୋକିବାକୁ ସରକାର ପ୍ରସ୍ତୁତ। ଆବଶ୍ୟକ ବେଡ ଓ ଆୟୁସିୟୁ ଚିହ୍ନଟ କରି ରଖାଯାଇଛି। ଆବଶ୍ୟକ ହେଲେ ସ୍ବତନ୍ତ୍ର ଶିଶୁ କୋଭିଡ ହସ୍‌ପିଟାଲ ହେବ: ଡିଏମ୍‌ଇଟି

- Advertisement -

–ଯାଜପୁର ବହୁ ଚର୍ଚ୍ଚିତ ଶିଶୁ କନ୍ୟା ପିହୁ ନିଖୋଜ ମାମଲା-ରାଜ୍ୟ ପୁଲିସ ମହାନିର୍ଦେଶକଙ୍କୁ ଜବାବ ତଲବ କଲେ ଜାତୀୟ ମାନବ ସୁରକ୍ଷା ଆୟୋଗ।

–ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲା-ନୟାଗଡ଼ ଚିଲ୍‌ଡ୍ରେନ୍ସ କୋର୍ଟରେ ମାମଲାର ଚାର୍ଜଫ୍ରେମ୍। ଦଫା ୩୦୨, ୩୭୬ କ ଓ ଖ, ୩୬୩, ୩୬୪, ୨୦୧ ଦଫାରେ ଚାର୍ଜଫ୍ରେମ। ୬ ପ​‌େ​‌କ୍ସା ଆକ୍ଟରେ ମଧ୍ୟ ଚାର୍ଜଫ୍ରେମ୍ କଲେ କୋର୍ଟ।

–ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ପରଲୋକ। କୋଭିଡ ଆକ୍ରାନ୍ତ ହୋଇ ୪୪ବର୍ଷ ବୟସରେ ପରଲୋକ।

–ବାଲୁଗାଁ: ଗ୍ୟାସ ଟାଙ୍କି ଫାଟି ପୋଡ଼ିହୋଇ ୭ ଗୁରୁତର। ଖୋର୍ଦ୍ଧା ଜିଲା ବାଣପୁର ଥାନା ଗମ୍ଭାରୀମୁଣ୍ଡାରେ ଅଘଟଣ।

–ଭାର୍ଗବୀ ନଦୀଗର୍ଭରୁ ଠାବ ହେଲା ପୁରାତନ ମନ୍ଦିରର ଅବଶେଷ, ଆନୁମାନିକ ଗଠନ ସମୟ ୧୩ଶ/୧୪ଶ ଶତାବ୍ଦୀ କିମ୍ବା ଆହୁରି ପୁରାତନ ହୋଇପାରେ

–ପାଣିପାଗ ବିଭାଗର ସତର୍କ ସୂଚନା, ୨୪ ଘଣ୍ଟା ମଧ୍ୟରେ ବିଜୁଳି ଘଡଘଡି ସହିତ ବର୍ଷା ସମ୍ଭାବନା

–ଓଡ଼ିଶାର ‘କୋଭିଡ୍‌ ଡାସବୋର୍ଡ’ ଜାତୀୟସ୍ତରରେ ପାଲଟିଛି ନମୁନା, ଆପଣାଇଲା ଓ ପ୍ରଶଂସା କଲା ଜମ୍ମୁକାଶ୍ମୀର ସରକାର

–ପୁରୀରେ କେନ୍ଦ୍ର ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ୨୫ କଂଗ୍ରେସ କର୍ମୀ ଗିରଫ

–ପୁରୀ : ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଶିଳ୍ପ ସମ୍ପ୍ରସାରଣ ଅଧିକାରୀ ସୀତାରାମ ସାହୁ ଦୁର୍ନୀତି ନିବାରଣ ବିଭାଗ ଦ୍ଵାରା ଗିରଫ

–ବିଜେଡ଼ି ସାଂସଦ ଭର୍ତ୍ତୃହରି ମହତାବଙ୍କ ନାଁରେ ଥାନାରେ ଅଭିଯୋଗ, ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ। ଭର୍ତ୍ତୃହରିଙ୍କ ନାଁରେ ତାଙ୍କ ବୋହୂ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଥିବା ପ୍ରକାଶ

–ଭର୍ତ୍ତୃହରି, ତାଙ୍କ ପତ୍ନୀ ଓ ପୁଅଙ୍କ ନାଁରେ ଭୋପାଳ ମହିଳା ଥାନାରେ ଅଭିଯୋଗ ହୋଇଥିବା ସୂଚନା

–ଦେଶଛାଡି ଚାଲିଯାଉଥିବା ଆଫଗାନଙ୍କୁ ରୋକୁଛନ୍ତି ତାଲିବାନ; ବିମାନବନ୍ଦରରେ ଗଡୁଛି ମୃତଦେହ। ଆଫଗାନିସ୍ତାନକୁ ପାଣ୍ଠି ଯୋଗାଣ ବନ୍ଦ କଲା ଆନ୍ତର୍ଜାତିକ ଆଇଏମଏଫ

–ଜମ୍ମୁ-କାଶ୍ମୀରର କଟରାରେ ଭୂକମ୍ପ ଝଟକା

–ଆମେରିକାର ସାମରିକ ବାୟୋମେଟ୍ରିକ ଉପକରଣକୁ ଜବତ କଲା ତାଲିବାନ ;ଓସାମା ବିନ ଲାଡେନକୁ ଚିହ୍ନଟ କରିବାରେ ବ୍ୟବହାର ହୋଇଥିବା ଏହି ଉପକରଣ

–ଖୋର୍ଦ୍ଧା ବାଣପୁରରେ ଅଘଟଣ ; ଗ୍ୟାସ ଟାଙ୍କି ଫାଟି ପୋଡି ହୋଇ ୭ ଗୁରୁତର

–ଡେଲଟା ପ୍ରକରଣ ଉଭୟ ଟିକା ନେଇନଥିବା ଓ ନେଇଥିବା ଲୋକଙ୍କୁ ସଂକ୍ରମିତ କରୁଛି: ରିପୋର୍ଟ

–ପୁଣି ମୁଣ୍ଡ ଟେକିଲା କୋଭିଡ ସଂକ୍ରମଣ; ଦିନକରେ ରାଜ୍ୟରେ ୧୦୪୧ ସଂକ୍ରମିତ ; ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଶୂନ୍ୟରୁ ୧୮ ବର୍ଷ ବୟସର ୧୨୮ ଜଣ  ସଂଗରୋଧରୁ ୬୦୫ ଏବଂ ସ୍ଥାନୀୟ ସଂକ୍ରମିତ ୪୩୬

–ସଂପ୍ରତି ୯୬୬୪ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି। ରାଜ୍ୟରେ ଆଉ ୬୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ; କଟକ ଜିଲାରେ ସର୍ବାଧିକ ୧୮ ; ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୭୧୫୪

–ସେପ୍ଟେମ୍ବର ୧ରୁ କୋଭିଡ କଟକଣା ମଧ୍ୟରେ ଖୋଲିବ ଲିଙ୍ଗରାଜ ମନ୍ଦିର, ଟ୍ରଷ୍ଟ ବୋର୍ଡ ବୈଠକରେ ନିଷ୍ପତ୍ତି

–ଦେଶରେ ୨୪ ଘଣ୍ଟାରେ ୩୬ ହଜାର ୪୦୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ। ଆଉ ୫୩୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୩୩,୦୪୯

–ଦିନକରେ ଆଉ ୩୯,୧୫୭ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୩,୧୫,୨୫,୦୮୦ ସୁସ୍ଥ। ଦିନକରେ ୫୬,୩୬,୩୩୬ ଟିକା ନେଇଥିବା ବେଳେ ମୋଟ ୫୬,୬୪,୮୮,୪୩୩ ଟିକା ନେଇ ସାରିଛନ୍ତି

–ଦେଶରେ ୩,୬୪,୧୨୯ ସକ୍ରିୟ ଆକ୍ରାନ୍ତ

–ମୁଁ ଦେଶରୁ ଟଙ୍କା ନେଇ ପଳାଇ ଆସିଥିବା ଖବର ମିଛ, ରହିଥିଲେ ତାଲିବାନ ମୋତେ ହତ୍ୟା କରିଥାନ୍ତେ- ଘନି

–୨୦୨୨ ଆଇପିଏଲ୍‌ରେ ୧୦ଟି ଦଳ: ଧୁମଲ

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories