www.samajalive.in
Sunday, December 7, 2025
16.1 C
Bhubaneswar

ଏକାକୀ ମହିଳାଙ୍କ ଆଶ୍ରାରେ ରୋଗାକ୍ରାନ୍ତ ଶାଶୁ, ଶଶୁର ଓ ୪ ଶିଶୁ, ସରକାରୀ ସହାୟତା ପାଇଁ ଦାବୀ

ରେଙ୍ଗାଲି: ରେଙ୍ଗାଲି ବ୍ଳକର ଟାମ୍ପରକେଲା ଗ୍ରାମ ରେ କିଶୋରୀ ରୋହିଦାସ ନାମ୍ନୀ ଜନୈକ ବିଧବାଙ୍କ ଉପରେ ଦାଉ ସାଧିଲା ଭଳି ଗୋଟିଏ ପରେ ଗୋଟିଏ ଦୁର୍ଯୋଗ ପହାଡ ମାଡି ଆସୁଛି। ୨୦୨୦ ଡିସେମ୍ବର ମାସରେ ପୁତ୍ରବଧୂ ପୁଷ୍ପା ରୋହିଦାସ ମୃତ୍ୟୁ ବରଣ କଲେ। ପୁତ୍ରବଧୂର ମୃତ୍ୟୁର ଗୋଟିଏ ବର୍ଷ ନହେଉଣୁ ପୁଅ କିଶୋର ରୋହିଦାସ ୪ଜଣ ଶିଶୁ ସନ୍ତାନକୁ ଛାଡି ଇହଧାମ ତ୍ୟାଗ କଲା। ପୁଅ ଏବଂ ବୋହୂ ଗୋଟିଏ ବର୍ଷ ବ୍ୟବଧାନରେ ମୃତ୍ୟୁ ବରଣ କଲାପରେ ବାପାମଆଙ୍କୁ ହରାଇଥିବା ପୁଷ୍ପା ରୋହିଦାସ (୧୩), ହରେଶ ରୋହିଦାସ(୧୧), ଭୁପଦେବ ରୋହିଦାସ(୮) ଏବଂ ଏବଂ ସୁମିତା ରୋହିଦାସ (୩)ଙ୍କ ଲାଲନପାଳନ ଭରଣ ପୋଷଣ ଦାୟିତ୍ୱ ଏବେ ପାର୍ବତୀ ରୋହିଦାସଙ୍କ ଉପରେ।

୪ ନାତିନାତୁଣୀଙ୍କୁ ଲାଲନପାଳନ ବ୍ୟତୀତ ରୋଗାକ୍ରାନ୍ତ ଶାଶୁ ପାର୍ବତୀ ଏବଂ ଶଶୁର ଦୁତିଆଙ୍କ ସେବା ଯତ୍ନ କରିବା ମଧ୍ୟ କିଶୋରୀ ରୋହିଦାସଙ୍କ ଉପରେ ନ୍ୟସ୍ତ। ବ୍ୟାପକ ଆର୍ଥିକ ଅନାଟନରେ ବହୁ କଷ୍ଟରେ ଜୀବନ ଅତିବାହିତ କରୁଥିବା ଏହି ପରିବାରକୁ ସରକାରୀ ସହାୟତା ରୂପେ ପ୍ରତିମାସ ମାତ୍ର ୧୫ କେଜି ଚାଉଳ ଏବଂ କିଶୋରୀକୁ ପ୍ରତିମାସ ମିଳୁଥିବା ୫ ଶହ ଟଙ୍କା ବିଧବା ଭତ୍ତା ହିଁ ସମ୍ବଳ। ପୁଅ ବୋହୂ, ୪ ନାତିନାତୁଣୀଙ୍କୁ ଛାଡି ଘରେ ରୋଗାକ୍ରାନ୍ତ ଶାଶୁ,ଶଶୁର ଅଛନ୍ତି। ସମସ୍ତଙ୍କ ସେବା ଯତ୍ନ କରି ପାଳନ ପୋଷଣ କିପରି କରିବେ ଉପାୟ ଶୁନ୍ୟ କିଶୋରୀ ଆଖିରୁ ନିଦ ହଜି ଯାଇଛି।

- Advertisement -

ଏହି ସୂଚନା ପାଇ ଭାରତ ନିର୍ମାଣ ସଙ୍ଗଠନ ର ସ୍ୱେଚ୍ଛାସେବୀ ଚତୁର୍ଭୁଜ ଗର୍ଡିଆ ଏବଂ ଜଗଦିଶ ରୋହିଦାସ କିଶୋରୀ ରୋହିଦାସ ଏବଂ ବାପା ମାଆ ଛେଉଣ୍ଡ ନାତିନାତୁଣୀଙ୍କୁ ଭେଟି ସମବେଦନା ଜଣାଇବା ସହିତ ମୃତ କିଶୋରଙ୍କ ମୃତ୍ୟୁ ପ୍ରମାଣପତ୍ର, ଆଧାର କାର୍ଡ ନଥିବା ୩ଜଣ ଶିଶୁଙ୍କ ଆଧାର କାର୍ଡ ଏବଂ ଜାତି ପ୍ରମାଣପତ୍ର ଆଦି କାଗଜାତ ନିଜ ଖର୍ଚ୍ଚରେ କରାଇ ଦେବାର ପ୍ରତିଶ୍ରୁତି ଦେଇଛନ୍ତି। ଏହି ପରିବାରକୁ ଅନ୍ତୋଦୟ ଅନ୍ନ ଯୋଜନାରେ ସାମିଲ କରାଯାଇ ଅଧିକ ଚାଉଳ ଯୋଗାଇଦେବା ପାଇଁ ଦାବୀ ହେଉଛି।

ଅପର ପକ୍ଷରେ ବାପା ମାଆଙ୍କୁ ହରାଇ ଅନାଥ ହୋଇ ଯାଇଥିବା ୪ଜଣ ଯାକ ଶିଶୁ ସନ୍ତାନଙ୍କୁ ଆଶିର୍ବାଦ ଯୋଜନାରେ ସାମିଲ କରି ସରକାରୀ ସହାୟତା ଯୋଗାଇ ଦେବା ଟାମ୍ପରକେଲା ସରପଞ୍ଚ ସନାତନ ସାହୁ ରେଙ୍ଗାଲି ବ୍ଳକ୍‍ ଉନ୍ନୟନ ଅଧିକାରୀ ଶଙ୍କରପ୍ରସାଦ ସାହୁଙ୍କୁ ସାକ୍ଷାତ କରି ଦୃଷ୍ଟି ଆକର୍ଷଣ କରିଛନ୍ତି। ଜାତୀୟ ପରିବାର ମଙ୍ଗଳ ଯୋଜନାରୁ ମଧ୍ୟ ଏହି ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ବ୍ୟବସ୍ଥା କରିବାକୁ ସରପଞ୍ଚ ଶ୍ରୀ ସାହୁ ବିଡିଓଙ୍କୁ ଅନୁରୋଧ କରିଥିବା ଜଣାପଡିଛି। ଏ ସଂକ୍ରାନ୍ତରେ ବିଡିଓ ଶ୍ରୀ ସାହୁଙ୍କ ଦୃଷ୍ଟିଆକର୍ଷଣ କରାଯାଇଥିବା ବେଳେ ଅସହାୟ ଅବସ୍ଥାରେ ଥିବା ଏହି ପରିବାରକୁ ସରକାରୀ ଯୋଜନାରୁ ଆର୍ଥିକ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories