www.samajalive.in
Thursday, December 11, 2025
27.1 C
Bhubaneswar

ସାର ଅଭାବ ପୂରଣ ପାଇଁ ୧୦ଟି ବ୍ଲକ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କଲା ଜିଲ୍ଲା କଂଗ୍ରେସ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଦେଖା ଦେଇଥିବା ଉତ୍କଟ ସାର ସମସ୍ୟାକୁ ନେଇ ଜିଲ୍ଲାର ୧୦ଟି ଯାକ ବ୍ଲକରେ କଂଗ୍ରେସ ଦଳ ତରଫରୁ ସମସ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀମାନଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର/ସ୍ମାରକପତ୍ର ପ୍ରଦାନ କରାଯାଇଛି। ନବରଙ୍ଗପୁର ଏକ କଳ କାରଖାନା ମୁକ୍ତ ଜିଲ୍ଲା। ବଞ୍ଚିବାର ମୁଖ୍ୟ ରାସ୍ତା ହେଲା ଚାଷ। ଆଜିର ସ୍ମାରକପତ୍ରର ମୁଖ୍ୟ ଉଦେଶ୍ୟ ହେଲା ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ ଚାଷୀଙ୍କୁ ନିରାଶ କରୁଥିବା ସମୟରେ ଉତ୍କଟ ସାର ସମସ୍ୟା ଚାଷ କାର୍ଯ୍ୟରେ ବାଧକ ସାଜିଛି। ସାଧାରଣତଃ ଖରିଫ ଋତୁରେ ଧାନ ପାଇଁ ତିନି ଥର ଠିକ୍ ସେହିଭଳି ମକା ଚାଷ ନିମନ୍ତେ ମଧ୍ୟ ତିନିଥର ସାର ଆବଶ୍ୟକ ପଡିଥାଏ।

ସେହିପରି ମାଣରେ ଚାଷୀଙ୍କୁ ସରକାର ସାର ଯୋଗାଇବା କଥା। ସବୁ ଜାଣି ନ ଜାଣିବା ଭଳି ସରକାର ନିରବତା ରକ୍ଷା କରିବା ସହ ଆବଶ୍ୟକ ପରିମାଣ ଠାରୁ ବହୁକମ୍ ପରିମାଣରେ ସାର ଜିଲ୍ଲାକୁ ପହଞ୍ଚାଉଛନ୍ତି ଫଳରେ ଚାଷୀ ହନ୍ତସଂତ ହୋଇ ରହିଛନ୍ତି। ତାହା ପୁଣି ବ୍ୟବସାୟୀମାନଙ୍କ ପାଖରୁ ଚଢା ଦରରେ କିଣିବାକୁ ଚାଷୀ ବାଧ୍ୟ ହେଉଛନ୍ତି। ଜିଲ୍ଲାର ସମସ୍ତ ଲ୍ୟାମ୍ପଗୁଡିକୁ ସରକାରଙ୍କ ଦ୍ଵାରା ସାର ପହଞ୍ଚାଇ ବାକୁ ପୂର୍ବରୁ ଜିଲ୍ଲା ପ୍ରଶାସନକୁ ଚାଷୀ ସଂଗଠନ ଦ୍ଵାରା ଅନୁରୋଧ ମଧ୍ୟ କରାଯାଇଥିଲା, ତାର କୌଣସି ସୁଫଳ ମିଳିଲା ଭଳି ଲାଗି ଲାଗୁନାହିଁ। ତେଣୁ ଚାଷୀ ଆତ୍ମହରା ହୋଇ ବସିଛନ୍ତି। ଇତି ମଧ୍ୟରେ ଜିଲ୍ଲାରେ ଅନେକ ସ୍ଥାନରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି ଦ୍ବାରା ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ରାସ୍ତା ରୋକ ମଧ୍ୟ ହୋଇ ସାରିଲାଣି। ତଥାପି ସରକାର ନୀରବ ଦ୍ରଷ୍ଟା। ତେଣୁ ଆଜିର ସ୍ମାରକ ପତ୍ର ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି କି ସରକାର ତୁରନ୍ତ ଚାଷ ଏବଂ ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ସାର ପହଞ୍ଚାଇବେ। ନଚେତ୍ ଆଗାମୀ ଦିନରେ ଭୟା ଵହ ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନାକୁ ଏଡ଼ାଇ ଦିଆ ନ ପାରେ।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories