www.samajalive.in
Tuesday, December 9, 2025
17.1 C
Bhubaneswar

ଭିଜିଲାନ୍ସ ଜାଲରେ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ କାର୍ଯ୍ୟାଳୟ ଆକାଉଣ୍ଟାଣ୍ଟ

ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ସୁମିତ କୁମାର । କାର୍ୟ୍ୟର ଚୁକ୍ତିନାମା କରିବା ବାବଦରେ ଠିକାଦାର ପାଖରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ନବରଙ୍ଗପୁର ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଠିକାଦାର ନବୀନ ନାୟକ ୧ କୋଟି ୬୭ ଲକ୍ଷ ୫୭ ହଜାର ୭୪ ଟଙ୍କାର ଉମରକୋଟ ବ୍ଲକର ଉମର୍ଗାଁଠାରେ ଗ୍ରାମ୍ୟ ଜଳ ଯୋଗାଣ ଏବଂ ପାଞ୍ଚ ବର୍ଷ ସକାଶେ ରକ୍ଷଣା ବେକ୍ଷଣ ପାଇଁ ଚୁକ୍ତି ନାମା କରିବା ସକାଶେ ନବୀନ ନାୟକଙ୍କ ଠାରୁ କୋଡିଏ ହଜାର ଟଙ୍କା ଦାବି କରିଥିଲେ। ଗୁରୁବାର ନବୀନ ନାୟକ ଆକାଉଣ୍ଟାଣ୍ଟଙ୍କୁ ଟଙ୍କା ଦେବା ପାଇଁ କଥା ହୋଇ ଭିଜିଲାନ୍ସ ସହ ଯୋଗାଯୋଗ କରି କୋଡିଏ ହଜାର ଦେଲାବେଳେ ଭିଜିଲାନ୍ସ ଟଙ୍କା ସହ ସୁମିତ କୁମାରଙ୍କୁ କାବୁ କରିଥିଲେ। କାର୍ୟ୍ୟାଳୟରେ ଚଡାଉ ସହିତ ସୁମିତଙ୍କ ଭଡା ଘରେ ମଧ୍ୟ ଚଢ଼ାଉ କରିଛନ୍ତି ଭିଜିଲାନ୍ସ ଟିମ । ଏହି ଚଢ଼ାଉ ବେଳେ ତାଙ୍କ ଘରୁ ନଗଦ ୪୧ ହଜାର ଟଙ୍କା ସହ କିଛି ବ୍ୟାଙ୍କ ପାସବୁକ ଜବତ କରିଥିବା କହିବା ସହ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ଡିଏସପି ସୁଶାନ୍ତ କୁମାର ବିଶ୍ଵାଳ ପ୍ରକାଶ କରିଛନ୍ତି। ଏହି ଚଢାଉ ରେ ନବରଙ୍ଗପୁର ଡ଼ିଏସପି କଳାବତୀ ବାଘ, କୋରାପୁଟ ଡ଼ିଏସପି ଅନନ୍ତ କୁମାର ମଲ୍ଲିକ, ମାଲକାନଗିରି ଡ଼ିଏସପି ଏସ କେ ବିଶ୍ଵାଳଙ୍କ ମିଳିତ ଏକ ଭିଜିଲାନ୍ସ ଟିମ୍ ଏହି ଚଢ଼ାଉ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories