www.samajalive.in
Monday, December 8, 2025
27.1 C
Bhubaneswar

ଜବରଦଖଲ ଉଛେଦ, ଉଛେଦକାରୀ ଥାନାର ଦ୍ବାରସ୍ଥ

ଜି.ଉଦୟଗିରି: ଆଜି ଜି.ଉଦୟଗିରି ତହସିଲଦାର ଡ.ଜନ୍ମେଜୟ ସାହୁ ନୂତନ ଷ୍ଟାଡିୟମ ପାର୍ଶ୍ବରେ ଥିବା ଅରୁଣ ପ୍ରଧାନ ନାମକ ଜଣେ ବ୍ୟକ୍ତିର ଜବରଦଖଲକୁ ଜେସିବି ଦ୍ବାରା ଉଛେଦ କରିଥିବା ବେଳେ ଉଛେଦକାରୀ ଅରୁଣ ଥାନାର ଦ୍ବାରସ୍ଥ ହୋଇ ଏତଲା ଦେଇଥିବା ଜଣାପଡିଛି। ବିବରଣୀରୁ ପ୍ରକାଶ ଯେ ଦୀର୍ଘ ବର୍ଷ ହେବ ତ୍ରୀନାଥ ପ୍ରଧାନଙ୍କ ବପା, କୁଶ ପ୍ରଧାନଙ୍କ ଏମ୍ ଏମ୍ ସି ରୋଡ ପାର୍ଶ୍ବରେ ଥିବା ଏକ ଯାଗାକୁ ଗାଉଁଲି ଲେଖାପଢା ମାଧ୍ୟମରେ ରଖି ରହିଆସୁଥିବା ବେଳେ କୁଶ ପ୍ରଧାନଙ୍କ ପରବର୍ତ୍ତୀ ପିଢ଼ି ଏହାକୁ ବିରୋଧ କରି ତତ୍କାଳୀନ ତହସିଲଦାର ବିଚିତ୍ରାନନ୍ଦ ନାୟକଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ତହସିଲଦାର ତ୍ରୀନାଥକୁ ଅନ୍ୟତ୍ର ଜାଗା ଚିହ୍ନଟ କରି ଦେବା ସହ ଘର କରିବାକୁ ଅଭୟ ବାଣୀ ପ୍ରଦାନ କରିବାରୁ ତ୍ରୀନାଥ ୨୦୧୯-୨୦ ମସିହାରେ ଚିହ୍ନଟ ଜାଗାରେ ସଙ୍ଗେସଙ୍ଗେ ଘର କରି ସେଠି ତାଙ୍କ ପୂଅ ଅରୁଣ ପ୍ରଧାନ ରହି ଆସୁଥିଲେ।

ସେତେବେଳେ ତତ୍କାଳୀନ ତହସିଲଦାର ଶ୍ରୀଯୁକ୍ତ ନାୟକ ମଧ୍ୟ ସେ ଯାଗାର କୁଆଡେ ଘର ପଟ୍ଟା କରିଦେବାକୁ ତ୍ରୀନାଥକୁ ଅଭୟ ପ୍ରଦାନ କରି କହିଥିଲେ ବୋଲି ତ୍ରୀନାଥ କହୁଥିବା ବେଳେ ପରବର୍ତ୍ତୀ ସମୟରେ ତହସିଲଦାର ଶ୍ରୀଯୁକ୍ତ ନାୟକଙ୍କ ବଦଳି ହୋଇଯାଇଥିଲା। ସେଠି କିନ୍ତୁ ପ୍ରଶାସନ ତରଫରୁ ପ୍ରବେଶ ଦଣ୍ଡନୀୟ ବୋର୍ଡ ଲାଗିଥିବା ବେଳେ ଓ ତ୍ରୀନାଥଙ୍କ ପୂଅ ଅରୁଣ ପ୍ରଧାନ ନାମରେ ସେ ଯାଗାର କୌଣସି ଲିଖିତ କାଗଜ ନଥିବା ହେତୁ ତହସିଲଦାର ଡ.ସାହୁ ଅରୁଣ ପ୍ରଧାନ ରହୁଥିବା ସେହି ଘରକୁ ଆଜି ଜେସିବି ମାଧ୍ୟମରେ ଘରକୁ ଭାଙ୍ଗି ଦେଇଥିବା ଜଣାପଡିଛି। ଏ ସମ୍ପର୍କରେ ଅରୁଣର ବାପା ତ୍ରୀନାଥଙ୍କ କହିବା କଥା ବିନା ନୋଟିସରେ ଆମ ଘର ଆଜି ତହସିଲଦାର ଆସି ଆମେ ଘରେ ନଥିବା ସମୟରେ ଭାଙ୍ଗି ଦେଇଛନ୍ତି। ଅପରପକ୍ଷେ ଆମ ପ୍ରତିନିଧି ତହସିଲଦାରଙ୍କ ସହ ଯୋଗାଯୋଗ କରିବାରେ ଗତ ୨୭ ତାରିଖରେ ନୋଟିସ ଦିଆଯାଇଥିବା ନେଇ କହିଥିବା ସହ ଆହୁରୀ ୨/୩ ଜଣକୁ ନୋଟିସ ହୋଇଥିବା ଜଣାପଡିଛି। ଏଥିସହ ଡ.ସାହୁ କହିଛନ୍ତି ଯେ ସେ( ତ୍ରୀନାଥ ) ଯଦି ଭୂମିହୀନ ଥିବେ ଆବେଦନ କଲେ ନିୟମାନୂଯାୟୀ ତାଙ୍କ କଥା ବୁଝାଯିବ। ତେବେ ବର୍ତ୍ତମାନ ଜବରଦଖଲ ଉଛେଦ ପ୍ରକ୍ରୀୟା ରହିଥିବା ଏବଂ ନିର୍ଦ୍ଦିଷ୍ଟ ଗୋଟିଏ ଘରକୁ ଜବରଦଖଲ ଉଛେଦ କରିବା ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଉଥିବା ବେଳେ ବର୍ତ୍ତମାନ ଏ ଉଛେଦ ପ୍ରକ୍ରୀୟା ଆରମ୍ଭ ହେବା ପରେ ଜବରଦଖଲ କାରୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories