www.samajalive.in
Monday, December 8, 2025
20.1 C
Bhubaneswar

ସଂସଦର ଉଭୟ ସଦନ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ

ନୂଆଦିଲ୍ଲୀ : ସଂସଦର ଉଭୟ ସଦନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । ଲୋକସଭାରେ ଆଜିର କାର୍ଯ୍ୟଧାରା ଆରମ୍ଭ ହେବା ସମୟରେ ବାଚସ୍ପତି ଓମ୍‍ ବିର୍ଲା ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ନିତ୍ୟାନନ୍ଦ ମିଶ୍ର, ଗୋପାଳ ରାଓ ମାୟେକର୍‍ ଓ ସୁଦର୍ଶନ ରାୟ ଚୌଧୁରୀଙ୍କ ପ୍ରତି ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଶ୍ରୀ ବିର୍ଲା ଅଧିବେଶନ ସମୟରେ ଯାହା ସବୁ କାର୍ଯ୍ୟ ସମ୍ପାଦନ ହୋଇଛି ତାହାର ଏକ ବିବରଣୀ ପ୍ରଦାନ ଥିଲେ । ଗତକାଲି ଗୃହରେ ସମ୍ବିଧାନର ୧୨୭ତମ ସଂଶୋଧନ ବିଲ୍‍-୨୦୨୧ ସର୍ବସମ୍ମତିକ୍ରମେ ଗୃହିତ ହୋଇଥିଲା ।


ଅନ୍ୟପକ୍ଷରେ ରାଜ୍ୟସଭାରେ ବିରୋଧୀଦଳ ସଦସ୍ୟମାନେ ହଟ୍ଟଗୋଳ କରିବାରୁ ପ୍ରଥମେ ଗୃହକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା । ଆଜି ସଭାରେ
କାର୍ଯ୍ୟଧାରା ଆରମ୍ଭ ହେବା ସମୟରେ ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ବିରୋଧୀ ଦଳ ସଦସ୍ୟମାନଙ୍କ ଦ୍ୱାରା ଗତକାଲିର କାର୍ଯ୍ୟକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ । ସେ କହିଥିଲେ କିଛି ସଦସ୍ୟ ଟେବୁଲ୍‍ ଉପରେ ଛିଡ଼ା ହେବା ଦ୍ୱାରା ସଭା ଗୃହର ପବିତ୍ରତା କ୍ଷୁର୍ଣ୍ଣ ହୋଇଛି । ଶ୍ରୀ ନାଇଡୁ ଏହି ଘଟଣାର ନିନ୍ଦା କରିଥିଲେ । ଏହି ବିଷୟ କହିବା ସମୟରେ ସେ ଭାବପ୍ରବଣ ହୋଇ କାନ୍ଦି ପକାଇଥିଲେ । ଅଧ୍ୟକ୍ଷ ମନ୍ତବ୍ୟ ଦେଉଥିବା ବେଳେ ଟିଏମସି ସାଂସଦ ଡେରେକ୍‍ ଓ’ବ୍ରିଏନ୍‍ ତରବରିଆ ଭାବେ ବିଲ୍‍ ଉପସ୍ଥାପନ କରାଯିବା ପ୍ରସଙ୍ଗ ଉଠାଇବାକୁ ପ୍ରୟାସ କରିଥିଲେ । ପରେଟିଏମସି, କଂଗ୍ରେସ, ଆମ୍‍ ଆଦ୍‍ମୀ ପାର୍ଟି ଓ ଅନ୍ୟ ବିରୋଧୀଦଳ ସଦସ୍ୟମାନେ ସ୍ଲୋଗାନ ଦେବାରୁ ଗୃହକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ଏହା ପରେ ସଭାଗୃହର ପରିସ୍ଥିତିରେ କୌଣସି ଉନ୍ନତି ନ ଘଟିବାରୁ ରାଜ୍ୟସଭାକୁ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories