www.samajalive.in
Monday, December 8, 2025
17.1 C
Bhubaneswar

‘ସମାଜ’ ପ୍ରତିନିଧିଙ୍କୁ ମିଳିଲା ଶ୍ରେଷ୍ଠ ଯୁବ ସାମ୍ବାଦିକ ସମ୍ମାନ

ରେଙ୍ଗାଲିକ୍ୟାମ୍ପ : କ୍ରାନ୍ତି ଦିବସ ପାଳନ ଅବସରରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ, ଖୋର୍ଦ୍ଧା ପକ୍ଷରୁ ବିଭିନ୍ନ ଗଣମାଧ୍ୟମର ବରିଷ୍ଠ ତଥା ଶ୍ରେଷ୍ଠ ସାମ୍ବାଦିକମାନଙ୍କୁ ଭର୍ଚୁଆଲ ମାଧ୍ୟମରେ ସମ୍ବର୍ଦ୍ଧିତ କରାଯାଇଛି। ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ସଭାପତି ଚକ୍ରଧର ତ୍ରିପାଠୀଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଶ୍ରେଷ୍ଠ ଯୁବ ସାମ୍ବାଦିକ ଭାବେ ୨୨ଜଣ, ଶ୍ରେଷ୍ଠ ସାମ୍ବାଦିକ ଭାବେ ୧୧ଜଣ, ଶ୍ରେଷ୍ଠ ବରିଷ୍ଠ ସାମ୍ବାଦିକ ଭାବେ ୨ଜଣ, ଯଶଶ୍ଵି ସାମ୍ବାଦିକ ସମ୍ମାନ ଭାବେ ୩ଜଣ ଓ ଶ୍ରେଷ୍ଠ ବରିଷ୍ଠ ସମ୍ବାଦଦାତା ଭାବରେ ଜଣକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କ୍ରମରେ ରେଙ୍ଗାଲିକ୍ୟାମ୍ପ ସମାଜ ପ୍ରତିନିଧି ଆକାଶ ମିଶ୍ରଙ୍କୁ ‘ଶ୍ରେଷ୍ଠ ଯୁବ ସାମ୍ବାଦିକ’ ଭାବରେ ସମ୍ମାନ ପ୍ରଦାନ କରାଯାଇଛି। ଏହି ଖବର ପାଇ ବରଗଡ଼ ଜିଲ୍ଲା ଯୁବ ସାମ୍ବାଦିକ ସଙ୍ଘ, ଛତ୍ର ବ୍ରାହ୍ମଣ ସମାଜ ଓ କର୍ମଜୀବୀ ସାମ୍ବାଦିକ ସଂଘ ତରଫରୁ ଆକାଶ ମିଶ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏହି କାର୍ୟ୍ୟକ୍ରମରେ ଖରସ୍ରୋତା ମହାବିଦ୍ୟାଳର ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ ହରିଶ୍ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଅବସରପ୍ରାପ୍ତ ଡେପୁଟି କଲେକ୍ଟର କୁମରବର ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ରାଜ୍ୟ ସଂଯୋଜକ ଯୁଧିଷ୍ଠିର ମୁଦୁଲି ଅତିଥି ପରିଚୟ ତଥା ସଭା ପରିଚାଳନା କରିଥିଲେ। ରାଜ୍ୟ ସଂଗଠନ ସମ୍ପାଦକ କୈଳାଶ ଚନ୍ଦ୍ର ପାଟନାୟକ ସମ୍ବର୍ଦ୍ଧନା କାର୍ୟ୍ୟକ୍ରମକୁ ପରିଚାଳନା କରିଥିବାବେଳେ ସଂଗଠନର ପ୍ରତିଷ୍ଠାତା ବଳରାମ ତରାଇ ସହଯୋଗ କରିଥିଲେ। ପରିଶେଷରେ ସଂଗଠନ ସମ୍ପାଦିକା ଅନୁସୂୟା ଦେବତା ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories