୧୧୪ଜଣ ଛାତ୍ରଛାତ୍ରୀ ଦେଲେ ନବୋଦୟ ପ୍ରବେଶ ପରୀକ୍ଷା

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ନବୋଦୟ ବିଦ୍ୟାଳୟ ପକ୍ଷରୁ ନବୋଦୟ ପ୍ରବେଶ ପରୀକ୍ଷା କରାଯାଇଛି। ଷଷ୍ଠ ଶ୍ରେଣୀରେ ଅଧୟନ କରୁଥିବା ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଏଥିରେ ମୋଟ ୧୩୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଆବେଦନ କରିଥିବା ବେଳେ ୧୧୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ବଳକା ୧୭ ଜଣ ଛାତ୍ରଛାତ୍ରୀ କୌଣସି କାରଣ ଯୋଗୁଁ ଅନୁପସ୍ଥିତ ରହିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଚାରୀ ଶବର ପରୀକ୍ଷା ଅଧିକାରୀ ରହିଥିବା ବେଳେ ସିଏଲଓ ଭାବେ ସିକର ପାଇ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜିତ କୁମାର ଗିରି ରହିଥିଲେ। ଥେରୁବାଲି ନବୋଦୟ ବିଦ୍ୟାଳୟର ଶିକ୍ଷକ ଦାମୋଦର ମହାନ୍ତି ଓ ବ୍ଲକ ଶିକ୍ଷା ଅଧିକାରୀ ହରିହର ମହାପାତ୍ର ଉପସ୍ଥିତ ରହିଥିଲେ। ପରୀକ୍ଷା କେନ୍ଦ୍ରକୁ ୧୨ ଜଣ ଶିକ୍ଷକ ଉପସ୍ଥିତ ରହି ପରିଚାଳନା କରିଥିଲେ। ଛାତ୍ରଛାତ୍ରୀମାନେ କୋଭିଡ ନିୟମ ମାନି ତୁଣ୍ଡି, ସାନିଟାଇଜ, ସାମାଜିକ ଦୂରତା ରକ୍ଷା କରି ପରୀକ୍ଷା ଦେଇଥିଲେ।

kalyan agarbati

Comments are closed.