www.samajalive.in
Tuesday, December 9, 2025
17.1 C
Bhubaneswar

କରଚବାଡ଼ି ପଞ୍ଚାୟତରେ ବସିଲା ଜିଓ ମୋବାଇଲ ଟାୱ।ର

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଳକ୍ ଅନ୍ତର୍ଗତ କରଚ଼ବାତି ପଞ୍ଚାୟତର ଜନସାଧାରଣଙ୍କ ମୁହଁରେ ହସର ଲହରୀ । ଦୀର୍ଘ ବର୍ଷ ଧରି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ୱ।ର୍ଡମେମ୍ବର ଓ ଜନସାଧାରଣ ଲିଖିତ ଓ ମୌଖିକ ଭାବେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ସାଂସଦ , ବିଧାୟକ, ମନ୍ତ୍ରୀ ଓ ବିଏସଏନଏଲ ଅଧିକାରୀଙ୍କୁ ପଞ୍ଚାୟତର ମୁଖ୍ୟ କରଚବାଡି ଗ୍ରାମରେ ଟାୱ।ର ବସାଇବା ପାଇଁ ଅନୁରୋଧ କରିଥିଲେ। ତଥାପି କୌଣସି ଅଧିକାରୀ ଓ ରାଜନୈତିକ ପ୍ରତିନିଧିଙ୍କ ଇଚ୍ଛାଶକ୍ତି ଅଭାବରୁ ଟାୱ।ର (ନେଟୱ।ର୍କ) ସଂଯୋଗ ହୋଇପାରି ନଥିଲା।
ଲୋକେ ନେଟୱ।ର୍କ‌ ଅଭାବରୁ ସ୍ୱାସ୍ଥ୍ୟକେନ୍ଦ୍ର, ଥାନା, ବ୍ଳକ, ତହସିଲ, ଶିକ୍ଷା ଅଧିକାରୀଙ୍କ ସହିତ ଜରୁରୀକାଳୀନ ସେବାରୁ ବଞ୍ଚିତ ହେଉଥିଲେ। ଅନ୍ ଲାଇନ ପାଠପଢ଼ା ହୋଇପାରୁ ନ ଥିଲା । ଛାତ୍ର/ଛାତ୍ରୀମାନେ କରୋନାକାଳରେ ଏକ ପ୍ରକାର ପୋଥିରେ ଡୋରି ବାନ୍ଧିଦେଇଥିଲେ। ଦୂର ସଂପର୍କୀୟ ଙ୍କ ସହିତ ଯୋଗାଯୋଗ ବିଚ୍ଛିନ୍ନ ରହୁଥିଲା। ଗତ ସୋମବାର ଦିନ ଗ୍ରାମରେ ଜିଓ ମୋବାଇଲ ଟାୱ।ର(ନେଟୱ।ର୍କ) ସେବା ଯୋଗାଇ ଥିବାରୁ ପଞ୍ଚାୟତବାସୀଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି। ଲୋକେ ବର୍ତ୍ତମାନ ନୂଆଁ ମୋବାଇଲ ଓ ଜିଓ ସିମ କିଣିବାରେ ଲାଗିପଡିଥିବା ଦେଖିବାକୁ ମିଳୁଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories