www.samajalive.in
Tuesday, December 9, 2025
17.1 C
Bhubaneswar

ଉତ୍କଳ ଆଲୁମିନାକୁ ଆଇଜିଏମସି ପୁରସ୍କାର

ଟିକିରି / ଭୁବନେଶ୍ୱର : ନିଜ ସଫଳତାରେ ଆଉ ଏକ ଅଧ୍ୟାୟ ଯୋଗକରି ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ) ତାହାର ସବୁଜ ବିନିର୍ମାଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଏବଂ ଭାରତୀୟ ଅର୍ଥନୀତିକୁ ଦୀର୍ଘସ୍ଥାୟୀ କରିବା ଦିଗରେ ଆଗେଇନେବା ଉଦ୍ୟମ ପାଇଁ ଆଇଜିଏମସି (ଇଣ୍ଡିଆନ ଗ୍ରୀନ ମାନୁଫାକ୍‍ଚରିଂ ଚାଲେଞ୍ଜ) ପୁରସ୍କାର ହାସଲ କରିଛି।
ସିଏନବିସି ଟିଭି୧୮ରେ ନିକଟରେ ଆଇଜିଏମସି ପୁରସ୍କାର ସମାରୋହର ସ୍ୱତନ୍ତ୍ର ଭର୍ଚୁଆଲ ପ୍ରସାରଣ ସମୟରେ ଅତ୍ୟାଧୁନିକ ପ୍ରଯୁକ୍ତିକୌଶଳର ବ୍ୟବହାର ଦିଗରେ ନିଜର ପ୍ରତିବଦ୍ଧତା ପ୍ରଦର୍ଶନ, ଏଲଡିସି (ଲଙ୍ଗ ଡିଷ୍ଟାନ୍ସ କନଭେୟର) ଜରିଆରେ ପରିବେଶ ଉପଯୋଗୀ କାର୍ଯ୍ୟପରିଚାଳନା, ନିମ୍ନ ଧାରରେ ଥିବା କାରଖାନାଗୁଡିକୁ ରେଳ ଯୋଗେ ସଂଯୋଗୀକରଣ, ଦୀର୍ଘସ୍ଥାୀୟ ଖଣି ଖନନ କାର୍ଯ୍ୟ ସହିତ ନିଜସ୍ୱ ବକ୍ସାଇଟ ଖଣି ଏବଂ ଉଚ୍ଚ ସାମର୍ଥ୍ୟ ବିଶିଷ୍ଟ ନିଜସ୍ୱ କୋ-ଜେନ୍‍ ଶକ୍ତି ଉତ୍ପାଦନ ପ୍ରକଳ୍ପ ପାଇଁ ୟୁଏଆଇଏଲ ନାମ ସ୍ୱତନ୍ତ୍ର ଭାବରେ ଉଲ୍ଲେଖ କରାଯାଇଥିଲା।
ଆନ୍ତର୍ଜାତିକ ବିନିର୍ମାଣ ଗବେଷଣା ପ୍ରତିଷ୍ଠାନ ମାର୍ଗଦର୍ଶନରେ କାର୍ଯ୍ୟ ପରିଚାଳନା କରୁଥିବା ଆଇଜିଏମସି ଏକ ପୁରସ୍କାର ପ୍ରଦାନକାରୀ ମଞ୍ଚ, ଯାହା ବିନିର୍ମାଣ ସୁବିଧା ସହିତ ସଂଯୁକ୍ତ ଦୀର୍ଘସ୍ଥାୟୀ ମାନକଗୁଡିକରେ ଉନ୍ନତି ଆଣିବାର ନିରନ୍ତର ପିଛିଲା ରେକର୍ଡ ପ୍ରଦର୍ଶନ କରୁଥିବା ବିନିର୍ମାଣ ସଂସ୍ଥାଗୁଡିକୁ ସ୍ୱୀକୃତି ପ୍ରଦାନ କରିବାକୁ ସୃଷ୍ଟି କରାଯାଇଛି।
ଏହି ଅବସରରେ ପ୍ରକାଶ କରି ୟୁଏଆଇଏଲ୍‍ର ୟୁନିଟ ହେଡ୍‍ ମଜହର ବେଗ୍‍ କହିଥିଲେ, ୟୁଏଆଇଏଲ୍‍ରେ ଆମ ଚତୁର୍ପାଶ୍ୱର୍ରେ ବାସ କରୁôଥବା ଜନସାଧାରଣଙ୍କ ଜୀବନରେ ଉନ୍ନତି ଆଣିବାକୁ ଆମର ନିରନ୍ତରତା ବିନିର୍ମାଣ ଊଦ୍ଧ୍ୱର୍କୁ ଯାଇ କାର୍ଯ୍ୟ କରୁଛି। ଆମେ ପ୍ଲାଣ୍ଟ ରିକଭରି କ୍ଷେତ୍ରରେ ଧାର୍ଯ୍ୟ ସୂଚୀ ସହିତ କାର୍ଯ୍ୟ ପରିଚାଳନା କରୁଛୁ ଏବଂ ବିଶ୍ୱର ଅନ୍ୟତମ କମ୍‍ ଖର୍ଚ୍ଚସାପେକ୍ଷ ଆଲୁମିନା ଉତ୍ପାଦନକାରୀ ହୋଇଛୁ। ଅଙ୍ଗାରକାମ୍ଳ ନିର୍ଗମନ ପରିମାଣରେ ଉଲ୍ଲେଖନୀୟ ହ୍ରାସ ସହିତ ଶକ୍ତି ବ୍ୟବହାର ଦୃଷ୍ଟିରୁ ବିଶ୍ୱସ୍ତରରେ ଧାର୍ଯ୍ୟ ମାନକ ମୁତାବକ ଆମେ ଅନ୍ୟତମ ବିନିର୍ମାଣକାରୀ ହୋଇଛୁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories