www.samajalive.in
Tuesday, December 9, 2025
16.1 C
Bhubaneswar

ପାଟଣା ବ୍ଲକର ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବ୍ଲକ ସ୍ତରୀୟ କର୍ମଶାଳା

ପାଟଣା :  ପାଟଣା ବ୍ଲକ ସ୍ତରୀୟ ବିଜୁ ଛାତ୍ର ଜନତା ଦଳର ବ୍ଲକ ସ୍ତରୀୟ କର୍ମଶାଳା ଏହି ବ୍ଲକ ଅନ୍ତର୍ଗତ ଟାଙ୍ଗରପଡ଼ା କଲ୍ୟାଣ ମଣ୍ଡପ ଠାରେ ବ୍ଲକ ବିଜୁ ଛାତ୍ର ଜନତା ସଭାପତି ଅଭିଜିତ ରଣାଙ୍କ ସଭାପତିତ୍ବ ତଥା ଜିଲା ବିଜୁ ଛାତ୍ର ଜନତା ଦଳ ଉପସଭାପତି ବିପ୍ଳବ କୁମାର ପୃଷ୍ଟିଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ ଜଗନ୍ନାଥ ନାଏକ,ପଯ୍ୟବେକ୍ଷକ ଅଭିଷେକ ବେହେରା, ରାଜ୍ୟ ଛାତ୍ର ସାଧାରଣ ସମ୍ପାଦକ ସୌମ୍ୟରଂଜନ ରାଉତ,ଜିଲ୍ଲା ବିଜୁ ଛାତ୍ର ଜନତା ସଭାପତି ଅବିନାଶ ପଟ୍ଟନାୟକ,ବ୍ଲକ ଅଧ୍ୟକ୍ଷ ବିଶ୍ଵନାଥ ନାଏକ,ବ୍ଲକ ବିଜେଡ଼ି ସଭାପତି ମାଧବାନନ୍ଦ ପୃଷ୍ଟି, ଦଳୀୟ ନେତା ଶଙ୍କର୍ଷଣ ସାହୁ, ନବକିଶୋର ପୃଷ୍ଟି ,ସାହରପଡା ବ୍ଲକ ଛାତ୍ର ସଭାପତି ପ୍ରଣବ କୁମାର ପହି, ଝୁମ୍ପୁରା ବ୍ଲକ ବିଜୁ ଛାତ୍ର ଜନତା ସଭାପତି ଭାଗିରଥି ପ୍ରଧାନ , ସମିତି ସଭ୍ୟ ମିତ୍ରଭାନୁ ମହାନ୍ତ, ବ୍ଲକ ଉପାଧକ୍ଷା ଲକ୍ଷ୍ମୀପ୍ରିୟା ବେହେରା ଏବଂ ବିଜୁ ଛାତ୍ର ଜନତା ଦଳର ସମସ୍ତ ବ୍ଲକ ଓ ପଞ୍ଚାୟତ କର୍ମକର୍ତ୍ତାଙ୍କୁ ଆଗାମୀ ଦିନରେ ପଂଚାୟତ ନିର୍ବାଚନରେ ଛାତ୍ର ଜନତା ଦଳର ଭୂମିକା ତଥା ଦଳକୁ ତୃଣମୂଳ ସ୍ତରରେ ସଂଗଠିତ କରିବା ପାଇଁ ଆଲୋଚନା ହେଇଥିଲା। ଏହି ବୈଠକ ରେ ବିଧାୟକ ଶ୍ରୀ ନାଏକ ଙ୍କ ସହ ପର୍ୟ୍ୟବେକ୍ଷକ ଶ୍ରୀ ବେହେରା ରାଜ୍ୟରେ ନବୀନ ପଟ୍ଟନାୟକ ନେତୃତ୍ୱ କୁ ସାରା ବିଶ୍ଵ ରେ ପ୍ରଶଂସା କରାଯାଉଥିବା ବେଳେ ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ଛାତ୍ର ସଙ୍ଗଠନ ମନ ପ୍ରାଣ ଦେଇ କାମ କରିବା କୁ ପରାମର୍ଶ ଦିଆଯାଇଥିଲା। କର୍ମଶାଳାରେ ପଞ୍ଚାୟତ ସାରାର କର୍ମକର୍ତ୍ତା ମାନେ ନିଜ ନିଜର ମତ ଉପସ୍ଥାପନ କରିଥିଲେ। କାର୍ୟ୍ୟକ୍ରମରେ ବିଜୁ ବାବୁଙ୍କ ଜୀବନୀ ସମ୍ବଳିତ ପୁସ୍ତକ “ଟଲ ମ୍ୟାନ୍” ଉନ୍ମୋଚିତ ହୋଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories