www.samajalive.in
Monday, December 8, 2025
24.1 C
Bhubaneswar

ଖଲିକୋଟ ବିଶ୍ବବିଦ୍ୟାଳୟ ସମସ୍ୟା ନେଇ ବିକ୍ଷୋଭ

ବ୍ରହ୍ମପୁର: ଖଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଥିବା ଅଧ୍ୟାପକ ଓ ଅନ୍ୟାନ୍ୟ କର୍ମଚାରୀ ପଦବୀ ସ୍ଥାୟୀ ଭିତ୍ତିରେ ପୁରଣ କରିବା, ପରୀକ୍ଷାଗାରରେ ଆବଶ୍ୟକୀୟ ଉପକରଣ ରଖିବା ସହ ପାଠାଗାରରେ ପର୍ଯ୍ୟାପ୍ତ ପରିମାଣରେ ବହି ଯୋଗାଇ ଦେବା ଓ ବିଶ୍ୱବିଦ୍ୟାଳୟ ପାଇଁ ଉପଯୁକ୍ତ ଭିତ୍ତିଭୂମି ବିକାଶ ଦାବିରେ ଅଲ୍ ଇଣ୍ଡିଆ ଡିଏସ୍‌ଓ ଗଞ୍ଜାମ ଜିଲା କମିଟି ତରଫରୁ ଖଲିକୋଟ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥି ସହିତ କୁଳପତିଙ୍କ ଜରିଆରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ ଏବଂ ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଅଧ୍ୟକ୍ଷଙ୍କ ଜରିଆରେ ଗଣ ଶିକ୍ଷାମନ୍ତ୍ରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଏତଦ୍‌ ବ୍ୟତୀତ ଜାତୀୟ ଶିକ୍ଷା ନୀତିର ଏକ ନକଲକୁ ପୋଡ଼ା ଯାଇଥିଲା ।

ସଂଗଠନର କହିବାନୁଯାୟୀ, ଗତ ଜୁଲାଇ ୧ ତାରିଖ ଦିନ ଖଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ସରକାର ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରିଛନ୍ତି । କିନ୍ତୁ ଏଠାରେ ସ୍ନାତକ ପାଠ୍ୟକ୍ରମର ୧୮ଟି ବିଭାଗ ସହ ସ୍ନାତକତ୍ତର ଓ ଏମ୍‌.ଫିଲ୍‌ ପାଠ୍ୟକ୍ରମରେ ପ୍ରାୟ ପାଞ୍ଚ ହଜାର ବିଦ୍ୟାର୍ଥୀ ପାଠପଢୁଛନ୍ତି । ହେଲେ ବିଭାଗ ଗୁଡିକରେ ମଞ୍ଜୁର ପଦ ଠାରୁ ଷାଠିଏ ଭାଗ ପଦଵୀ ଖାଲିପଡ଼ିଛି । ସେଥିରୁ ଅଧାରୁ ଅଧିକ ଅଣଶିକ୍ଷକ ପଦବୀ ରହିଛି । ଏତେ ସଂଖ୍ୟାକ ଛାତ୍ରଛାତ୍ରୀ ପଢୁଥିଲେ ମଧ୍ୟ ବିଶ୍ୱବିଦ୍ୟାଳୟର ସମସ୍ୟା ସମାଧାନ ଦିଗରେ ଉଚ୍ଚ ଶିକ୍ଷା ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ପରୀକ୍ଷାଗାର ପୁରୁଣା ହୋଇଯାଇଥିଲେ ମଧ୍ୟ ତାହାର ନିର୍ମାଣ ହେଉନାହିଁ । ଆବଶ୍ୟକୀୟ ଉପକରଣ ନାହିଁ । ପାଠାଗାରରେ ଆବଶ୍ୟକୀୟ ପୁସ୍ତକ ନାହିଁ। ବିଶ୍ୱବିଦ୍ୟାଳୟ ପାଇଁ ଯେଉଁ ଶୈକ୍ଷିକ ଓ ସାଂସ୍କୃତିକ ବାତାବରଣର ଆବଶ୍ୟକ, ତାହା ଅଭାବ ଦେଖାଦେଉଛି । ପୂର୍ବରୁ ରାଜ୍ୟର ଯେଉଁ ଏକକ ବିଶ୍ବବିଦ୍ୟାଳୟ ଘୋଷଣା ହୋଇଥିଲା, ସେଗୁଡ଼ିକର ଅବସ୍ଥା ଖରାପ ହେବାରେ ଲାଗିଛି । ଅପରପକ୍ଷେ ଜାତୀୟ ଶିକ୍ଷା ନୀତି-୨୦୨୦ ଯାହାକି ଶିକ୍ଷାର ଘରୋଇକରଣ, ବ୍ୟବସାୟୀକରଣ ଓ ସାମ୍ପ୍ରଦାୟୀକରଣ ଏକ ନୀଳନକ୍ସା ଅଟେ। ତେଣୁ ଏହି ଶିକ୍ଷା ବିରୋଧୀ, ଶିକ୍ଷା ଧ୍ୱଂସକାରୀ ନୀତିକୁ ଅବିଳମ୍ବେ ପ୍ରତ୍ୟାହାର କରିବା ପାଇଁ ସଂଗଠନ ପକ୍ଷରୁ ଦୃଢ ଦାବି କରାଯାଇଛି। ସଂଗଠନର ରାଜ୍ୟ ଉପସଭାପତି ସୋମନାଥ ବେହେରା, ଜିଲା ସମ୍ପାଦକ ନିମାଇଁ ଚରଣ ସାହୁ ସମେତ ନାରାୟଣ ସାହୁ, ପପୁନ ସାହୁ, କିସାନ ସାହୁ, କାମରାଜ ସାହୁ, ବିଭୁତି ଭୂଷଣ ସାହୁ, ଶୁଭସ୍ମିତା ପାଣିଗ୍ରାହୀ, ତୋଫାନ ସାହୁଙ୍କ ସହ ଅନେକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories