www.samajalive.in
Tuesday, December 9, 2025
17.1 C
Bhubaneswar

ରାଜ୍ୟ କ୍ୟାବିନେଟ୍ ଆଜି : ହକି ଲାଗି ସ୍ବତନ୍ତ୍ର ପଦକ୍ଷେପ!

ଭୁବନେଶ୍ୱର : ଆଜି ସନ୍ଧ୍ୟା ୫ଟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ବସିବ। ଏଥିରେ ପ୍ରାୟ ୧୨ଟି ପ୍ରସ୍ତାବ ଆସିବାକୁ ରହିଥିବାବେଳେ ସେଥିରେ କ୍ରୀଡା ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ରହିଛି। ନିକଟରେ ଅଲିମ୍ପିକରେ ଭାରତ କାଂସ୍ୟ ପଦକ ପାଇଥିବାବେଳେ ସେଥିରେ ଓଡ଼ିଶାକୁ ଅଧିକ ପ୍ରଶଂସା ମିଳିଛି। ଏହାକୁ ନେଇ ରାଜ୍ୟ କ୍ୟାବିନେଟରେ ସ୍ବତନ୍ତ୍ର ପଦକ୍ଷେପ ରାଜ୍ୟ ସରକାର ଗ୍ରହଣ କରିବାର ସମ୍ଭାବନା ରହିଛି।
ସୋମବାର ଲୋକସେବା ଭବନରେ ଆଭାସି ସମ୍ମିଳନୀ ଜରିଆରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କ୍ୟାବିନେଟରେ ଦୀର୍ଘ ୪ ଦଶନ୍ଧି ପରେ ଅଲିମ୍ପିକରେ ଭାରତକୁ କାଂସ୍ୟ ପଦକ ମିଳିବା ଏବଂ ହକିର ପ୍ରାୟୋଜକ ଓଡ଼ିଶାକୁ ଏଥିପାଇଁ ପ୍ରଶଂସାର ସୁଅ ଛୁଟୁଥିବାରୁ ଏହାକୁ ନେଇ ଜିଲାସ୍ତରରେ ସ୍ବତନ୍ତ୍ର ଖେଳ ଭିତ୍ତିଭୂମି ନିର୍ମାଣ ଉପରେ ଗୁରୁତ୍ବ ଦିଆଯିବ। ବିଶ୍ବସ୍ତରରେ ହକିର ଚମକ ପ୍ରଦର୍ଶିତ ହୋଇଥିବାରୁ ଓଡ଼ିଶାରେ ଏହି କ୍ରୀଡାକୁ କିଭଳି ଅଧିକ ପ୍ରୋତ୍ସାହିତ କରିହେବ ତାକୁ ନେଇ କ୍ରୀଡା ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ପ୍ରସ୍ତାବ ଆସିବାକୁ ରହିଛି। ଏହାବାଦ୍ ବିଭିନ୍ନ ବିଭାଗର ଚାକିରି ସର୍ତ୍ତାବଳୀରେ କେତେକ ସଂଶୋଧନ ସହିତ ପୂର୍ତ୍ତ, ପଞ୍ଚାୟତିରାଜ ଓ ନଗର ଉନ୍ନୟନ ବିଭାଗର କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ରହିଥିବା ଜଣାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories