www.samajalive.in
Friday, November 14, 2025
25.1 C
Bhubaneswar

ଦିଗହରା ହୋଇପଡ଼ିଛି ନକ୍ସଲ ସଙ୍ଗଠନ

ଫୁଲବାଣୀ  : କନ୍ଧମାଳ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ମହିଳା କ୍ୟାଡର ମାଓବାଦୀ କାନ୍ତି ମଲିକ(୨୨) ଓରଫ ଅମିତା। ତାଙ୍କର ନିଜ ଘର ବାଲିଗୁଡା ଥାନା ଅନ୍ତର୍ଗତ କୁଟିକିଆ ପଞ୍ଚାୟତର ଗଙ୍ଗରଙ୍ଗା ଗ୍ରାମରେ। କାନ୍ତିଙ୍କ ବୟସ ଏବେ ୨୨। ସେ ୨୦୧୮ ମସିହାରୁ ନକ୍ସଲ ସଙ୍ଗଠନରେ ​ଯୋ‌‍ଗ ଦେଇ କେକେବିଏନ ଡିଭିଜନର ସଦସ୍ୟ ଭାବେ କାମ କରୁଥିଲେ ବୋଲି ଆଜି ଜିଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲ ସୂଚନା ଦେଇଛନ୍ତି। ଜିଲାରେ ଗତ ଦିନମାନଙ୍କରେ ଘଟିଥିବା ଅନେକ ମାଓବାଦୀ ଘଟଣାରେ ତାଙ୍କର ସଂପୃକ୍ତି ରହିଥିବା ଆରକ୍ଷୀ ଅଧିକ୍ଷକ କହିଛନ୍ତି। ପୁଲିସ ପକ୍ଷରୁ ମାଓ ବିରୋଧୀ ପଦକ୍ଷେପ କାରଣରୁ ଅନେକ ମାଓବାଦୀ ଏବେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହେଉଛନ୍ତି ଅନ୍ୟ ମାଓବାଦୀଙ୍କୁ ମଧ୍ୟ ହିଂସା ତ୍ୟାଗ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ରାଜ୍ୟରେ ସକ୍ରିୟ ଥିବା ଛତିଶଗଡି ଓ ତେଲୁଗୁ ମାଓ ନେତାମାନେ ପୁଲିସ କାର୍ଯ୍ୟାନୁଷ୍ଠାନ ସମୟରେ ନିଜେ ପଛରେ ରହି ଓଡିଆ ସଦସ୍ୟଙ୍କୁ ଆଗକୁ ଠେଲି ଦେଉଥିବାରୁ ଅଧିକାଂଶ ସମୟରେ ସ୍ଥାନୀୟ କ୍ୟାଡରମାନେ ହିଁ ପୁଲିସ ଗୁଳିର ଶିକାର ହେଉଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀ କାନ୍ତିଙ୍କୁ ସରକାରଙ୍କ ଘୋଷଣା ପ୍ରକାରେ ଆର୍ଥିକ ସହୟତା ଦିଆଯିବା ସହ ଘର ନିର୍ମାଣ, ପାଠ ପଢିବା ଓ ଆତ୍ମନିର୍ଭର ହେବାକୁ ଧନ୍ଦାମୂଳକ ତାଲିମ ପ୍ରଦାନ କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ କହିଛନ୍ତି।
ଆତ୍ମସମର୍ପଣ କରିବା ପରେ କାନ୍ତି ମାଓ ସଙ୍ଗଠନରେ ନିଜ ଅଭିଜ୍ଞତା ବର୍ଣ୍ଣନା କରିଛନ୍ତି। ସେ ଗାଁ ସ୍କୁଲରେ ପଢୁଥିବା ସମୟରେ ତାଙ୍କୁ କ୍ରାନ୍ତି ଓ ଦେଶସେବା ନାଁରେ ଉତ୍ସାହିତ କରି ମାଓବାଦୀମାନେ ସଙ୍ଗଠନରେ ସାମିଲ କରାଇଥିଲେ। କନ୍ଧମାଳ ଓ କଳାହାଣ୍ଡି ଜିଲାର ବିଭିନ୍ନ ଅଞ୍ଚଳରେ ମାଓ ଘଟଣାରେ ସଂପୃକ୍ତ ଥିଲେ। ନକ୍ସଲମାନେ ଆନ୍ଦୋଳନ ନାମରେ ବିକାଶକୁ ବିରୋଧ କରୁଥିବା ଓ ଅଯଥାରେ ନୀରିହଙ୍କୁ ହତ୍ୟା କରୁଥିବା ସେ ନିଜ ଅଭିଜ୍ଞତାରୁ ଅନୁଭବ କରିଛନ୍ତି। ସ୍ଥାନୀୟ ଆଦିବାସୀଙ୍କୁ ସେମାନେ ନାନାଦି ପ୍ରଲୋଭନ ଦେଖାଇ ସଙ୍ଗଠନରେ ସାମିଲ କରାଇବା ପରେ ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରୁଛନ୍ତି ବୋଲି କହିଛନ୍ତି। ସଙ୍ଗଠନର ବାସ୍ତବତା ଉପଲବ୍ଧି କରିବା ପରେ ବୀତସ୍ପୃହ ହୋଇ ସେ ଆତ୍ମସମର୍ପଣ କରିଥିବା ସ୍ୱୀକାର କରିଛନ୍ତି। ଗମନାଗମନ ଓ ସ୍କୁଲ ପ୍ରତି ମାଓବାଦୀଙ୍କ ଅଧିକ ବିରୋଧ ରହିଛି। ଖରାବର୍ଷାରେ ଏ ଜଙ୍ଗଲରୁ ସେ ଜଙ୍ଗଲ ହୋଇ ସେ ଭାଙ୍ଗି ପଡ଼ିଥିଲେ ଓ ନିଜ ରାସ୍ତାକୁ ଫେରିଯିବାକୁ ସେ ଅନାଇ ବସିଥିଲେ ବୋଲି କହିଛନ୍ତି।

Hot this week

୬ ରାଜ୍ୟର ୮ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଭୋଟ ଗଣତି

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ଫଳାଫଳ ସହିତ ଆଜି...

ରାଘୋପୁରରେ ତେଜସ୍ୱୀ ଯାଦବ ପଛରେ, ଏନଡିଏ ୧୯୨ ଆସନରେ ଆଗୁଆ

ଡେସ୍କ: ଶୁକ୍ରବାର ସକାଳ ୮ଟାରେ ଗୁରୁତ୍ୱପୂର୍ଣ୍ଣ ବିହାର ବିଧାନସଭା ନିର୍ବାଚନ ପାଇଁ...

ବିହାର ଜନାଦେଶ: ୧୯୦ ସିଟରେ ଆଗୁଆ ଏନଡିଏ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି...

୭ମ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୩୬, ୦୮୮ ଭୋଟ୍

ନୂଆପଡ଼ା: ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ।...

Related Articles

Popular Categories