www.samajalive.in
Saturday, December 6, 2025
26.1 C
Bhubaneswar

ନିର୍ମାଣଧିନ ସ୍ମାର୍ଟ ସ୍କୁଲ ବୁଲି ଦେଖିବା ସହ ଚାରା ରୋପଣ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ

କଲମପୁର : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକର ଦୁର୍ଗାମାଧବ ହାଇସ୍କୁଲ କୁ ସ୍ମାର୍ଟ ସ୍କୁଲର ମାନ୍ୟତା ମିଳି ସାରିଛି। ଏଥିପାଇଁ ଇ ଲାଇବ୍ରେରୀ, ସାଇନସ ଲାବ୍ରୋଟରୀ ଓ ସ୍ମାର୍ଟ ଶ୍ରେଣୀ ଗୃହର ଜାରି ରହିଛି ନିର୍ମାଣ କାର୍ଯ୍ୟ। ରବିବାର ଧର୍ମଗଡ ନିର୍ବାଚନ ମଣ୍ଡଳିର ମାନ୍ୟବର ବିଧାୟକ ମୌଷଧି ବାଗ ବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ। ବିଧାୟକ ଶ୍ରୀ ବାଗଙ୍କ ବିଦ୍ୟାଳୟ ପରିଦର୍ଶନ ସମୟରେ ସ୍ଥାନୀୟ ବି.ଡି.ଓ ପ୍ରଶନ୍ନ କୁମାର ପଟେଲଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ଅଂଚଳର ବୁଦ୍ଧିଜିବୀ ମାନେ ଉପସ୍ଥିତ ରହିଥିଲେ। ବିଧାୟକ ନିର୍ମାଣଧିନ ଇ ଲାଇବ୍ରେରୀ, ସାଇନସ୍ ଲାବ୍ରୋଟରୀ ଓ ସ୍ମାର୍ଟ ଶ୍ରେଣୀ ଗୃହ ପରିଦର୍ଶନ କରିଥିଲେ। କିଭଳି ତୁରନ୍ତ ନିର୍ମାଣ କାର୍ଯ୍ୟ ଶେଷ ହେଇ ପାରିବ ସେ ନେଇ ବିଦ୍ୟାଳୟର ଶିକ୍ଷକ ଓ ବି.ଡି.ଓ ପ୍ରସନ୍ନ କୁମାର ପଟେଲଙ୍କ ସହ ଆଲୋଚନା କରିଥିଲେ। ନିର୍ମାଣ କାର୍ଯ୍ୟରେ ପାଣ୍ଠି ଅଭାବ ଥିବା ସମ୍ବନ୍ଧରେ ବିଧାୟକଙ୍କୁ ଅବଗତ କରାଯାଇଥିଲା। ତୁରନ୍ତ ଏନେଇ ବ୍ୟବସ୍ଥା କରାଯିବା ବୋଲି ବିଧାୟକ ପ୍ରତିଶୃତି ଦେଇଥିଲେ। ବିଧାୟକଙ୍କ ବିଦ୍ୟାଳୟ ପରିଦର୍ଶନ ଅବସରରେ ବିଦ୍ୟାଳୟ ପରିସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଧାୟକ ଶ୍ରୀ ବାଗ ବୃକ୍ଷ ରୋପଣ କରିବା ସହ ପରିବେଶ ପାଇଁ ବୃକ୍ଷର ଜରୁରୀ ସମ୍ବନ୍ଧରେ ବୁଝାଇଥିଲେ।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories