www.samajalive.in
Wednesday, December 10, 2025
26.1 C
Bhubaneswar

ସମ୍ବଲପୁରରୁ ୧୩.୮୫ ଲକ୍ଷ ନକଲି ଟଙ୍କା ଜବତ, ଆନ୍ତଃ ରାଜ୍ୟ ଗ୍ୟାଙ୍ଗର ୬ ଗିରଫ

ସମ୍ବଲପୁର : ପଶ୍ଚିମ ଓଡ଼ିଶାର ଜିଲା ଗୁଡିକରେ ନକଲି ନୋଟର କାରବାର ଚଳାଉଥିବାର ଏକ ଆନ୍ତଃ ରାଜ୍ୟ ଗ୍ୟାଙ୍ଗକୁ ସମ୍ବଲପୁର ପୁଲିସ ଧରିବା ସହିତ ୧୩ ଲକ୍ଷ ୮୫ ହଜାର ଟଙ୍କା ନକଲି ନୋଟ ଓ ଅନ୍ୟାନ୍ୟ ସାରଞ୍ଜାମ ଜବତ କରିଛି । ରବିବାର ସମ୍ବଲପୁର ଜିଲା ଆରକ୍ଷୀ ଅଧିକ୍ଷକ ବାଟ୍ଟୁଲା ଗଙ୍ଗାଧର ସ୍ଥାନୀୟ ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ପ୍ରଦାନ କରିଛନ୍ତି । ସେ କହିଛନ୍ତି ଯେ, କିଛି ଦିନ ତଳେ ଏକ ଚାହା ଦୋକାନରେ ଦୋକାନୀ ଓ ଦୁଇ ଅଜଣା ବ୍ୟକ୍ତିଙ୍କ ମଧ୍ୟରେ ମୋବାଇଲ ହଜିଯିବା ଓ ଗୋଟିଏ ୧ ଶହ ଟଙ୍କିଆ ନୋଟକୁ ନେଇ ଯୁକ୍ତିତର୍କ ହୋଇଥିଲା । ଏଣୁ ଏହି ମାମଲା ଟାଉନ ଥାନାରେ ପହଞ୍ଚିବା ପରେ ଯାଞ୍ଚ ସମୟରେ ସେହି ଅଜଣା ଯୁବକ ଦ୍ୱୟଙ୍କ ଠାରୁ କିଛି ନୋଟ ମିଳିବାରୁ ପୁଲିସକୁ ନକଲି ନୋଟ କାରବାରର ସନ୍ଦେହ  ହୋଇଥିଲା । ଜବତ ହୋଇଥିବା ନୋଟ ଗୁଡିକ ବ୍ୟାଙ୍କ କତ୍ତୃପକ୍ଷଙ୍କ ଦ୍ୱାରା ଯାଞ୍ଚ ପରେ ତାହା ନକଲି ଟଙ୍କା ବୋଲି ଜଣାପଡ଼ିଥିଲା । ଏଣୁ ତୁରନ୍ତ ଉକ୍ତ ଯୁବକ ଦ୍ୱୟ ବରଗଡ଼ ଜିଲା ଭଟଲି ଗୋପାଲପୁରର ସାଗର ସାହୁ (୨୬) ଓ ଅଶୋକ ସାହୁ (୨୭) ହେପାଜତରେ ନେଇ  ଟାଉନ ପୁଲିସର ଏକ ସ୍ୱତନ୍ତ୍ର ଦଳ ଏସଆଇ ଅମର ହୋତାଙ୍କ ନେତୃତ୍ୱରେ ଗଠନ କରାଯାଇ ଏହାର ତଦନ୍ତ ଆରମ୍ଭ କରାଯାଇଥିଲା। ତଦନ୍ତ ସମୟରେ ଜଣାପଡ଼ିଥିଲା ଯେ, ଗିରଫ ହୋଇଥିବା ବ୍ୟକ୍ତି ଦ୍ୱୟ ଓଡ଼ିଶା ଓ ଛତିଶଗଡ଼ର ବିଭିନ୍ନ ଜିଲା ଗୁଡିକକୁ ବୁଲି ବୁଲି ବିଭିନ୍ନ ସ୍ଥାନରେ ଭିଡ ଥିବା ଦୋକାନ ଅଥବା ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକରେ ନକଲି ଟଙ୍କା ଦେଇ କିଛି ଛୋଟିଆ ସାମଗ୍ରୀ କିଣି ବାକି ଟଙ୍କା ତକ (ଅସଲି) ଟଙ୍କା ନେଇ ଚାଲି ଯାଉଥିଲା। ତଦନ୍ତ ସମୟରେ ଏହି କାରବାରର ଚେର ଛତିଶଗଡ଼ ରାଜ୍ୟକୁ ଲମ୍ବିଥିବାର ଜଣାପଡ଼ିଥିବା ବେଳେ ଧରା ପଡ଼ିଥିବା ଦୁଇ ଜଣ ବ୍ୟକ୍ତି ସେମାନଙ୍କୁ ନକଲି ଟଙ୍କା ବରଗଡ଼ ଜିଲାର ଅମ୍ବାବନାର ଶିବ ଶଙ୍କର ବନିଆଁ (୩୦) ଓ ଗୁଣନିଧି ଭୋଇ ଓରଫ ଅଫି (୩୮) ଦେଇଥିଲେ ବୋଲି କହିଥିଲେ । ଏଣୁ ଟାଉନ ଓ ସ୍ୱତନ୍ତ୍ର ପୁଲିସ ଦଳ ଅମ୍ବାବନା ଓ ଭଟଲି ଥାନା ଅର୍ନ୍ତଗତ ସେହି ବ୍ୟକ୍ତି ମାନଙ୍କୁ ଧରିବା ପରେ ସେମାନେ ମଧ୍ୟସ୍ଥି ରହି କମିଶନ କାରାବାର କରି ଛତିଶଗଡ଼ରୁ ନକଲି ଟଙ୍କା ଆଣି ୧୫ ରୁ ୨୦ ହଜାର ଟଙ୍କା ନେଇ ୧ ଲକ୍ଷ ନକଲି ଟଙ୍କା ଯୋଗାଇବା କାର୍ଯ୍ୟ କରୁଥିବାର ଜଣାପଡ଼ିଥିଲା।

- Advertisement -

ଏଣୁ ଗିରଫ ହୋଇଥିବା ବ୍ୟକ୍ତିଙ୍କ ସୂଚନା ଆଧାରରେ ଛତିଶଗଡ଼ ରାଜ୍ୟର ରାୟଗଡ଼ ପୁଲିସର ସହାୟତାରେ ଜାଲି ନୋଟ ଛାପୁଥିବା ଦୁଇ ଅଭିଯୁକ୍ତ ସତ୍ୟ ନାରାୟଣ ନିରାଲା (୨୬) ଓ ଅଭିରାମ ଝାଙ୍ଗଡେ (୪୮) ଙ୍କୁ ଗିରଫ କରିଥିଲେ। ଅଭିଯୁକ୍ତ ମାନେ ଅସଲି ଟଙ୍କା ଗୁଡିକୁ ରଙ୍ଗୀନ ଜେରକ୍ସ କରିବା ପରେ ସେଗୁଡିକୁ ଅସଲି ଭଳି ଦିଶିବା ନିମନ୍ତେ ନେଲପଲିସ ଲଗାଇବା ସହିତ ଗାନ୍ଧିଜୀଙ୍କ ଏକ ଷ୍ଟାମ୍ପ କରି ତାକୁ ୱାଟରମାର୍କ ରୂପେ ବ୍ୟବହାର କରୁଥିଲେ। ଫଳରେ ଅଚାନକ ଜଣେ ବ୍ୟକ୍ତି ନୋଟକୁ ଦେଖିବା ମାତ୍ରେ ତାହା ତାକୁ ଅସଲି ଭଳି ଦିଶୁଥିବାରୁ ସାଧାରଣରେ କେହି ନକଲି ନୋଟ ଗୁଡିକୁ ସନ୍ଦେହ କରି ପାରୁ ନ ଥିଲେ। ଏହି ଗ୍ୟାଙ୍କ ପ୍ରାୟ ଏକ ବର୍ଷ ହେବ ପଶ୍ଚିମ ଓଡ଼ିଶାରେ ସକ୍ରିୟ ରହିଥିବାର ଜଣାପଡ଼ିଛି ।

ପୁଲିସ ବରଗଡ଼ ଜିଲା ନିବାସୀ ସାଗର ସାହୁ, ଅଶୋକ ସାହୁ, ଶିବ ଶଙ୍କର ବନିଆଁ, ଗୁଣନିଧି ଭୋଇ ଏବଂ ଛତିଶଗଡ଼ ରାଜ୍ୟର ରାୟଗଡ଼ ନିବାସୀ ସତ୍ୟନାରାୟଣ ନିରାଲାଙ୍କ ନିକଟରୁ ସମୁଦାୟ ୧୩ ଲକ୍ଷ ୮୫ ହଜାର ଟଙ୍କା ଜବତ କରିଛି । ଜବତ ହୋଇଥିବା ନୋଟ ଗୁଡିକ ମଧ୍ୟରେ ୪୪ଟି ୧୦୦ ଟଙ୍କିଆ, ଗୋଟିଏ ୨୦୦ ଟଙ୍କିଆ, ୩୬୨ ଟି ୫୦୦ ଟଙ୍କିଆ ଏବଂ ୬ ଶହଟି ୨ ହଜାର ଟଙ୍କିଆ ନୋଟ ରହିଛି । ଏହା ସହିତ ଅଭିଯୁକ୍ତ ମାନଙ୍କ ନିକଟରୁ ଗୋଟିଏ ମୋଟର ସାଇକେଲ, ଗୋଟିଏ ପ୍ୟାକେଟ ଜେକେ ଏକ୍ସସେଲ ବଣ୍ଡ କାଗଜ, ୩ଟି ହ୍ୱାଇଟନର, ଗୋଟିଏ କଟର, ଗୋଟିଏ ପ୍ରିଣ୍ଟର ଓ ୫ଟି ମୋବାଇ ଜବତ କରିଛି । ଏହି ମାମଲାରେ ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି ରବିବାର ଅଦାଲତକୁ  ଚାଲାଣ କରାଯାଇଥିବା ବେଳେ  ବିଭିନ୍ନ ଦିଗରୁ ମାମଲାର ଅଧିକ ତଦନ୍ତ କରାଯାଉଛି ବୋଲି ଆରକ୍ଷୀ ଅଧିକ୍ଷକ ଗଙ୍ଗାଧର କହିଛନ୍ତି । ଆଗାମୀ ଦିନରେ ସମ୍ବଲପୁର ପୁଲିସ ସମସ୍ତ ଅଭିଯୁକ୍ତ ମାନଙ୍କୁ ଅଧିକ ତଦନ୍ତ ନିମନ୍ତେ ରିମାଣ୍ଡରେ ମଧ୍ୟ ଆଣିବ।

 

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories