www.samajalive.in
Sunday, December 7, 2025
15.1 C
Bhubaneswar

ଶହୀଦ ଦିବସରେ ମାଓ ସାମଗ୍ରୀ ସହ ବ୍ୟାନର ଜବତ

କଲ୍ୟାଣସିଂହପୁର: କଳାହାଣ୍ଡି ଜିଲା ଓ ରାୟଗଡା ଜିଲା ସୀମାନ୍ତ ନିୟମଗିରି ପାହାଡ ରେ ତାଡିଝୋଲା ଗାଁ ନିକଟରେ ସିଆରପିଏଫ ସି୪ର୍ଥ ବାଟାଲିୟନ ପକ୍ଷରୁ କୁମିଙ୍ଗ ଅପରେସନ କରୁଥିବା ବେଳେ ମାଓ ବ୍ୟବହୃତ ମାଓ ସାମଗ୍ରୀ ସହିତ ବ୍ୟାନର ଜବତ କରାଯାଇଛି । ରାୟଗଡ଼ା ସିଆରପିଏଫ ଚତୁର୍ଥ ବାଟାଲିୟନ ସେକେଣ୍ଡ ଇନ କମାଣ୍ଡେଣ୍ଟ ମିତୁ ରୟ ଙ୍କ ନେତୃତ୍ୱରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ତ୍ରିଲୋଚନପୁର ଠାରେ କରାଯାଇଥିବା ସି୪ର୍ଥ ସିଆରପିଏଫ କ୍ୟାମ୍ପର ଯବାନ, ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ପ୍ରବୀଣ ନେଇଁନୱାଲ ସହିତ ଅନୁସନ୍ଧାଣି କୁକୁରକୁ ଧରି ନିୟମଗିରିରେ କୁମ୍ବି ଅପରେସନ ଜାରି ରଖିଥିଲେ ।ଆଜି ସକାଳୁ କୁମିଙ୍ଗ କରୁଥିବା ବେଳେ ତଡିଝୋଲା ଗାଁ ନିକଟ ଜଙ୍ଗଲପାହାଡ ମଝିରେ କିଛି ମାଓ ବ୍ୟବହୃତ ସାମଗ୍ରୀ ରଖାଯାଇଥିଲା ।ଏହାକୁ ଅନୁସନ୍ଧାନି କୁକୁର ଉକ୍ତ ସ୍ଥାନରେ ଅଟକି ରହିଲା ।

 

- Advertisement -

ଏହାକୁ ସନ୍ଧେହ କରି କୁକୁର ରହିଥିବା ପାର୍ଶ୍ୱରେ ଖୋଜାଖୋଜି କରିଥିଲେ ।ସେହିସ୍ଥାନରେ ଏକ ମାଓ ବ୍ୟାନର ସହିତ ବିପୁଳ ପରିମାଣର ୨ଟି ଦେଶୀ ବନ୍ଧୁକ,୫ଟି ପଲିଥିନ,୩୫ଟି ଜିଲେଟିନ ବୋମା,ଗୋଟିଏ ଟେପ ରେକଡ଼,୧ଟି ରିମୋଟ,୧ଟି ଫ୍ଲାଶ,୩ଟି ଷ୍ଟିଲ କେରେଜ,୧୨ରୁ୧୫ କେଜି ୟୁରିଆ,୫୦ଟି ଡେଟୋନେଟର,୩ଟି ଟର୍ଚ୍ଚ ଲାଇଟ,୩ଟି କଲର ଟେପ,୫୦ମିଟର ପ୍ଲାଷ୍ଟିକ ଦଉଡି,୧୦ମିଟର ପ୍ଲାଷ୍ଟିକ ସରୁ ଦଉଡି,୨ଟି ଛତା,୯ଭ ର୨ଟି ବେଟ୍ରି,୧୨ଭ ର ୧ ବଡ ବେଟ୍ରି,୪ପେକେଟ ନୁଡେଲ,୧୩ଟି ଖକା,୧୦ମିଟର ଓଏକ କାଟା ବିଦ୍ୟୁତ ତାର ଜବତ କରିଥିଲେ ।ଉକ୍ତ ବ୍ୟାନରରେ ଜୁଲାଇ୨୮ ତାରିଖ ରୁ ୩ଅଗଷ୍ଟ ସପ୍ତାହ ରେ ଗାଁ ଗାଁ ରେ ଶହୀଦ ଦିବସ ପାଳନ କରନ୍ତୁ । ଜଳ ଜମି ଜଙ୍ଗଲ ଉପରେ ଅଧିକାର ସହିତ ସମସ୍ତ ପ୍ରକାରର ଅନ୍ୟାୟ ଦୃର୍ନୀତି ଶୋଷଣ ଅତ୍ୟାଚାର କୁ ସମାପ୍ତ କରି ଏକ ଶୋଷଣ ମୁକ୍ତ ସମାଜ ଗଠନ ଲକ୍ଷରେ ଚଳମାନ ଜନଯୁଦ୍ଧ ଜୋରଦାର କରନ୍ତୁ ।ସହିଦ ଙ୍କ ଅଧୁରା ସ୍ୱପ୍ନ ପୁରା କରନ୍ତୁ ।

ସିପିଆଇ ମାଓବାଦୀ ର ପ୍ରତିଷ୍ଠାତା କମ୍ବେଡ଼ ଚାରୁମଜୁମଦାର,କହ୍ନାଇ ଚାଟାର୍ଜୀ ସହିତ ସମସ୍ତ ଶହୀଦ ଙ୍କୁ ଲଲସଲାମ ଶେଷରେ ସିପିଆଇ ମାଓବାଦୀ ବା ଘୁ ନା ଡିଭିଜନାଲ କମିଟି ବୋଲି ଉଲ୍ଲେଖ କରିଛନ୍ତି । ଆଗକୁ କ୍ରାନ୍ତିଦିବସ ରେ ମାଓବାଦୀ ମାନେ ଏକ ବଡ ଦୃଘଟଣା କରିବାକୁ ଥିବାବେଳେ ସିଆରପିଏଫ ମାନେ ତାହା ଭଣ୍ଡୁର କରିଦେଇଛନ୍ତି ।ଏହା ଏକ ବଡ଼ ସଫଳତା ମିଳିଥିବା ରାୟଗଡା ସିଆରପିଏଫ ସେକେଣ୍ଡ ଇନ କମାଣ୍ଡେଣ୍ଟ ମିତୁ ରୟ ସାମ୍ବାଦିକ ସମ୍ମିଳନୀ ମତ ପ୍ରକାଶ କରିଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories