www.samajalive.in
Wednesday, December 10, 2025
18.1 C
Bhubaneswar

ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତିରେ ନିୟମ କୋହଳ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ବୌଦ୍ଧ  : ରାଜ୍ୟର ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି ପାଇଁ ସରକାର ନିୟମ କୋହଳ କରିଛନ୍ତି । ଏହା ଦ୍ୱାରା ପଦୋନ୍ନତି ନେଇ ଆଶା ଓ ଆଶଙ୍କାରେ ଥିବା ଶିକ୍ଷକମାନେ ରାଜ୍ୟ ସରକାରଙ୍କ ନିଷ୍ପତିକୁ ସ୍ୱାଗତ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି । ପଦୋନ୍ନତି ପାଇଁ ଆବଶ୍ୟକ ରେସିଡେନ୍ସି ପିରିୟଡକୁ କମ କରାଯାଇଛି । ଏହାଦ୍ୱାରା ରାଜ୍ୟର ୬୩୩୦୩ ଜଣ ପ୍ରାଥମିକ ଶିକ୍ଷକ ପଦୋନ୍ନତି ପାଇପାରିବେ । ସରକାରଙ୍କ ଏହି ନିଷ୍ପତି ଦ୍ୱାରା ବୌଦ୍ଧଜିଲାର ଲେଭେଲ-୫(ବି)ରେ ଥିବା ୪୮୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଲେଭେଲ ୪ କୁ ପଦୋନ୍ନତି ପାଇବେ ।
ସୂଚନାଯୋଗ୍ୟଯେ, ଗତ ୨୦୨୦ ଅକ୍ଟୋବର ମାସରେ ଜିଲାର ୪୮୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଲେଭେଲ ୫(ଏ) ରୁ ଲେଭେଲ ୫(ବି) କୁ ପଦୋନ୍ନତି ଦିଆଯାଇଥିଲା । ପୁଣି ଏକବର୍ଷ ପରେ ଏହି ଶିକ୍ଷକମାନେ ସରକାରଙ୍କ ନିଷ୍ପତିରେ ଲେଭେଲ ୪ କୁ ପଦୋନ୍ନତି ପାଇବେ । ସେହିପରି ସମସ୍ତ ଶିକ୍ଷକ ପ୍ରତି ୬ ମାସରେ ଲେଭେଲ ୫ (କ) ରୁ ଲେଭେଲ ୪ କୁ ଓ ଲେଭେଲ ୪ ରୁ ଲେଭେଲ ୩ କୁ ପଦୋନ୍ନତି ପାଇବେ । ଏହାଦ୍ୱାରା ରାଜ୍ୟସାରା ଶିକ୍ଷକ ବରିଷ୍ଠତା ଭିତ୍ତିରେ ପଦୋନ୍ନତି ପାଇବାସହ ଉପକୃତ ହୋଇପାରିବେ । ଏହି ଐତିହାସିକ ଘୋଷଣା ପାଇଁ ବୌଦ୍ଧଜିଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲା ସଭାପତି ଦିଲ୍ଲୀପ କୁମାର ପ୍ରଧାନ ଏବଂ ସମ୍ପାଦକ ଶ୍ରୀନିବାସ ମିଶ୍ର, ଉପସଭାପତି ସନ୍ତୋଷ କୁମାର ପାଣିଗ୍ରାହୀ,କୋଷାଧ୍ୟକ୍ଷ ବିନାୟକ ମିଶ୍ର,ହରଭଙ୍ଗା ବ୍ଲକ ସଭାପତି ଚିନ୍ତାମଣି ସ୍ୱାଇଁ ଓ ସଂଘର ଉପଦେଷ୍ଟା ପ୍ରଦିପ କୁମାର ମହାନ୍ତି ପ୍ରମୁଖ ରାଜ୍ୟସରକାର ତଥା ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଓ ଜିଲା ଶିକ୍ଷା ଅଧିକାରୀ ଗେନେ୍ଦ୍ର କୁଜୁରଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି । ଏହାସହ ରାଜ୍ୟ ସଂଘର ନିଷ୍ଠାପର ଉଦ୍ୟମ ପାଇଁ ସଭାପତି ହୃଦାନନ୍ଦ ଦ୍ୱିବେଦୀ ଏବଂ ମହାସଚିବ ଅମୀୟ କୁମାର ଦାସଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories