www.samajalive.in
Monday, December 8, 2025
27.1 C
Bhubaneswar

ସଂସଦ ଅଚଳାବସ୍ଥା ପାଇଁ ବିରୋଧୀଙ୍କୁ ସମାଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିରୋଧୀମାନଙ୍କୁ ସମାଲୋଚନା କରିଛନ୍ତି। ଚଳିତ ମୌସୁମୀ ଅଧିବେଶନରେ ଉଭୟ ଲୋକସଭା ଓ ରାଜ୍ୟସଭାରେ କ୍ରମାଗତ ଭାବେ ହଟ୍ଟଗୋଳ ଯୋଗୁ ଗୃହକାର୍ଯ୍ୟ ସମ୍ଭବ ହେଉନଥିବାରୁ ପ୍ରଧାନମନ୍ତ୍ରୀ ଏଥିପାଇଁ ବିରୋଧୀ ଦଳ ସଭ୍ୟମାନଙ୍କୁ ଦାୟୀ କରିଛନ୍ତି ଓ କହିଛନ୍ତି ଯେ ସାଂସଦମାନେ ଗୃହର ସମ୍ମାନ ରକ୍ଷା କରିବା କ୍ଷେତ୍ରରେ ଯତ୍ନବାନ ହୁଅନ୍ତୁ।

ଆଜି ତୈଳ ଦର ବୃଦ୍ଧିକୁ ବିରୋଧ କରି ବିପକ୍ଷ ସଦସ୍ୟମାନେ ଏକ ବୈଠକରେ ମିଳିତ ହେବା ପରେ ସାଇକେଲ ମାର୍ଚ୍ଚ କରିଥିଲେ। ପରେ ଭାରତୀୟ ଜନତା ପାର୍ଟି (ବିଜେପି) ସଂସଦୀୟ ଦଳର ଏକ ବୈଠକ ପରେ ପ୍ରଧାନମନ୍ତ୍ରୀ ବିରୋଧୀ ଦଳର ଏଭଳି ମନୋଭାବକୁ ନିନ୍ଦା କରିଛନ୍ତି।

- Advertisement -

ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ସରକାର ଯେକୌଣସି ପ୍ରସଙ୍ଗରେ ବିତର୍କ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ରାଜନାଥ ସିଂ ଏବଂ ଅମିତ ଶାହାଙ୍କ ପରି ବରିଷ୍ଠ ନେତାମାନେ ବିରୋଧୀ ଦଳର ନେତାଙ୍କ ସହ ସଂସଦରେ ଅଚଳାବସ୍ଥା ଦୂର କରିବା ନେଇ ଆଲୋଚନା କରୁଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ପ୍ରସ୍ତୁତ ରଣନୀତି ଓ ପଦଯାତ୍ରା ସମ୍ପର୍କରେ ଶ୍ରୀ ଯୋଶୀ କହିଛନ୍ତି, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷଙ୍କ ମନ୍ତବ୍ୟକୁ ଗୁରୁତ୍ୱର ସହ ନିଆଯାଇପାରିବ ନାହିଁ। ତୃଣମୂଳ କଂଗ୍ରେସ ନେତା ଡେରୀକ ଓ’ବ୍ରାଇନ୍‌ ଗତକାଲି ନିଜର ଏକ ଟ୍ୱିଟରେ ବିନା ଆଲୋଚନାରେ ବିଲ୍ ପାସ୍‌କୁ “ପାମ୍ପୁଡ଼ି ଚାଟ୍” ସହ ତୁଳନା କରିବା ବିଷୟକୁ ଶ୍ରୀ ଯୋଶୀ ସମାଲୋଚନା କରିଛନ୍ତି। ସମ୍ପୃକ୍ତ ସଦସ୍ୟ ଏଭଳି ମନ୍ତବ୍ୟ ପାଇଁ କ୍ଷମା ମାଗିବା ଉଚିତ ବୋଲି କହିଛନ୍ତି। ତେବେ ସଂସଦରେ ଅଚଳାବସ୍ଥା ଯୋଗୁ ଏ ଯାଏଁ ମୌସୁମୀ ଅଧିବେଶନ ପାଇଁ ୧୩୩ କୋଟି ଟଙ୍କା ପାଣିରେ ପଡ଼ିଲାଣି ବୋଲି କହିବା ସହ ପ୍ରଧାନମନ୍ତ୍ରୀ ମୋଦୀ ଏଥିପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories