www.samajalive.in
Monday, December 8, 2025
17.1 C
Bhubaneswar

ହୀରା ଚୋର ପିମ୍ପୁଡ଼ି

ନିକଟରେ ନ୍ୟୁୟର୍କ ପୋଷ୍ଟର ୱେବ୍‌ସାଇଟ୍‌ରେ ପ୍ରକାଶିତ ହୋଇଥିବା ଏକ ଭିଡିଓକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ଛୋଟ ପିମ୍ପୁଡ଼ିଟିଏ ଖୁବ୍ ସତର୍କତାର ସହ ହୀରା ଚୋରି କରୁଥିବା ଦୃଶ୍ୟଟିକୁ ଦେଖି ଜଣେ ଆଚମ୍ବିତ ହେବା ସ୍ବାଭାବିକ। ଭିଡିଓଟି କେଉଁ ସ୍ଥାନର ତାହା ସ୍ପ​‌ଷ୍ଟ ଉଲ୍ଲେଖ ହୋଇନାହିଁ କିନ୍ତୁ ଏହା ଆଦୌ ଏଡିଟିଂ ହୋଇନାହିଁ ବୋଲି କୁହାଯାଇଛି। ନିଜ ଓଜନଠାରୁ ବହୁଗୁଣ ଓଜନ ହୀରାକୁ ବୋହି ପିମ୍ପୁଡ଼ିଟି ସତର୍କତାର ସହ ଆଗେଇବାର ଦୃଶ୍ୟ ଦେଖି ଭିନ୍ନଭିନ୍ନ ବର୍ଗର ଲୋକେ ମନ୍ତବ୍ୟ ଦେଇଛନ୍ତି। କେତେକଙ୍କ ମତରେ ପିମ୍ପୁଡ଼ିଟି ବୋଧହୁଏ ହୀରାକୁ ଖାଦ୍ୟ ବୋଲି ମନେକରିଛି, ଅନ୍ୟମାନଙ୍କ ମତରେ ପିମ୍ପୁଡ଼ିଟି ବୋଧହୁଏ ଧୁରୀଣ ଚୋର। ଏ ଖବର ପ୍ରଚାରିତ ହେବା ପରେ ଅଧିକ ତଥ୍ୟ ଖୁବ୍ ଶୀଘ୍ର ଉପଲବ୍ଧ କରାଯିବ ବୋଲି ନ୍ୟୁୟର୍କ ପୋଷ୍ଟ ତରଫରୁ କୁହାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories