www.samajalive.in
Tuesday, December 9, 2025
16.1 C
Bhubaneswar

ଆମେରିକା ରିପବ୍ଲିକାନ୍‌ ବିବରଣୀ ପ୍ରକାଶିତ : ଉହାନରୁ କରୋନା ଉତ୍ପନ୍ନ

ୱାଶିଂଟନ୍‌ : କରୋନା ଭୂତାଣୁ ସୃଷ୍ଟିକୁ ନେଇ ଚୀନ୍ ବିରୋଧରେ ଗୋଟିଏ ପରେ ଗୋଟିଏ ପ୍ରମାଣ ମିଳିବାରେ ଲାଗିଛି। ‘ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋ​‌େ​‌ଲାଜି’ରୁ କରୋନା ଭୂତାଣୁ ଉତ୍ପନ୍ନ ହୋଇଥିବା ଆମେରିକାର ରିପବ୍ଲିକାନ୍‌ ରିପୋର୍ଟ(ବିବରଣୀ)ରେ ତଥ୍ୟ ପ୍ରକାଶ ପାଇଛି। ମାତ୍ର ଏଭଳି ଅଭିଯୋଗକୁ ଚୀନ୍‌ ପୂର୍ବଭଳି ଖଣ୍ଡନ କରିଛି।
ଆମେରିକା ଗୁଇନ୍ଦା ବିଭାଗ ଏଭଳି ତଥ୍ୟକୁ ସାମ୍ନାକୁ ଆଣି ଦର୍ଶାଇଛି ଯେ, ଉହାନ ଭୂତାଣୁ ପରୀକ୍ଷାଗାରରୁ ଏହି ଭୂତାଣୁ ସମଗ୍ର ବିଶ୍ବକୁ ବ୍ୟାପିଛି। ଆଉ ଏଭଳି ଭୂତାଣୁ ବାହାରକୁ ଆସିବା ପଛରେ ଚୀନ୍‌ ସରକାରଙ୍କ ହାତ ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଏହାକୁ ଲୁଚାଇବା ପାଇଁ ଚୀନ୍‌ ସରକାର ବ୍ୟାପକ ଉଦ୍ୟମ କରିଆସିଛନ୍ତି। ଏନେଇ ତଥ୍ୟ ଆମେରିକା ଗୁଇନ୍ଦା ବିଭାଗକୁ ବଳିଷ୍ଠ ପ୍ରମାଣ ମିଳିଥିବା କୁହାଯାଇଛି। ଯୁକ୍ତରାଷ୍ଟ୍ର ଆମେରିକା ରିପବ୍ଲିକାନ୍‌ର ବୈଦେଶିକ ବ୍ୟାପାର କମିଟି ସଦସ୍ୟ ମାଇକ୍ ମାକଲ କହିଛନ୍ତି, ସାରା ବିଶ୍ୱରେ କରୋନା ଭୂତାଣୁ ବ୍ୟାପିବା ପାଇଁ ଚୀନ୍ ହିଁ ଦାୟୀ ।
୨୦୧୯ରେ ଉହାନ୍ ପରୀକ୍ଷାଗାରରୁ ଏହି ମାରାତ୍ମକ କରୋନା ଭୂତାଣୁ ବାହାରକୁ(ଲିକ୍‌) ଆସିଥିଲା। ଆମେରିକା ପାଖରେ ଏହାର ଯଥେଷ୍ଟ ପ୍ରମାଣ ରହିଛି। ଚୀନ୍ ମୂଳରୁ ହିଁ ସବୁ ପ୍ରମାଣ ନଷ୍ଟ କରିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲା।
କରୋନା ଭୂତାଣୁ ପ୍ରସଙ୍ଗରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ଦଳ ଚୀନ୍ ଯାଇ ତଦନ୍ତ କରିଥିଲେ ମଧ୍ୟ ଏହି ଦଳ ଚୀନ୍‌କୁ ଏକ ପ୍ରକାର ଦୋଷମୁକ୍ତ (କ୍ଲିନ୍ ଚିଟ୍) ଦେଇଥିଲା। ତେବେ ଏହି ରିପୋର୍ଟକୁ ନେଇ ବହୁ ରାଷ୍ଟ୍ର ଦେଶ ଓ ରାଷ୍ଟ୍ରମୁଖ୍ୟ ଗ୍ରହଣ ନ କରି ଆପତ୍ତି ଉଠାଇଥିଲେ। କରୋନା ଭୂତାଣୁର ଉତ୍ପତ୍ତିସ୍ଥଳକୁ ନେଇ ଆମେରିକା ପ୍ରଶାସନ ପକ୍ଷରୁ ଟିକିନିଖି ତଦନ୍ତ ଚାଲିଛି। ସୂଚନାଯୋଗ୍ୟ, ୨୦୧୯ ଡିସେମ୍ବରରେ ଚୀନ୍‌ରୁ ପ୍ରଥମେ କରୋନା ଭୂତାଣୁ ସାମ୍ନାକୁ ଆସିଥିଲା। ପରେ ପରେ ଏହା ସାରା ବିଶ୍ବକୁ କବଳିତ କରିଥିଲା। ପରିସ୍ଥିତି ଏଭଳି ହୋଇଛି ଯେ, ଏହି ମାରାତ୍ମକ ଭୂତାଣୁ ପାଇଁ ସାରା ବିଶ୍ୱରେ ୪୪ ଲକ୍ଷରୁ ଅଧିକ ଲୋକ ମୃତ୍ୟୁବରଣ କରିସାରିଲେଣି, ତଥାପି କରୋନା ଭୂତାଣୁ ତା’ର କାୟା ବଦଳାଇ ଗୋଟିଏ ପରେ ଗୋଟିଏ ଲହର ଆଣୁଛି। ଭାରତରେ ଦ୍ବିତୀୟ ଲହର ଶେଷ ନହେଉଣୁ ଆମେରିକା, ଚୀନ୍‌ରେ ଏବେ ତୃତୀୟ ଲହର ଆସିଲାଣି। ଆମେରିକା, ଋଷ, ବ୍ରିଟେନ୍‌, ବାଂଲାଦେଶ ଭଳି ବହୁ ରାଷ୍ଟ୍ରରେ ଏବେ ସଂକ୍ରମଣ ବ୍ୟାପକ ହୋଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories