www.samajalive.in
Monday, December 8, 2025
16.1 C
Bhubaneswar

ଉଚ୍ଚନ୍ୟାୟାଳୟରେ ମାମଲାର ସିଧା ପ୍ରସାରଣ ବ୍ୟବସ୍ଥା ସହିତ ଇ-ସେବା ଉଦ୍‌ଘାଟିତ

କଟକ : ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଉଚ୍ଚନ୍ୟାୟାଳୟରେ ମାମଲା ଶୁଣାଣିର ସିଧା ପ୍ରସାରଣ ବ୍ୟବସ୍ଥା ସହିିତ ଅନ୍ୟ କେତେକ ଇ-ସେବା ଉଦ୍‌ଘାଟନ କରିଛନ୍ତି। ଉଚ୍ଚନ୍ୟାୟାଳୟର ନିଜସ୍ବ ମୋବାଇଲ ଆପ୍, ଜିଲା ଜଜ୍ ଅଦାଲତ ଓ ଅନ୍ୟ ସବ୍-ଅର୍ଡିନେଟ୍ ଅଦାଲତରେ ଅନ୍‌ଲାଇନରେ ଜୋରିମାନା ଜମା ସୁବିଧା, ଭୁବନେଶ୍ବର-କଟକ କମିସନରେଟ ଅଞ୍ଚଳରେ ଟ୍ରାଫିକ୍ ଇ-ଚାଲାଣ ମାମଲାର ଭର୍ଚୁଆଲ ଅଦାଲତରେ ଶୁଣାଣି ବ୍ୟବସ୍ଥାକୁ ଆଭାସି (ଭିଡିଓ କନଫରେନ୍ସିଂ)ବ୍ୟବସ୍ଥାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ସୋମବାର ଉଦ୍‌ଘାଟନ କରିଛନ୍ତି। କାର୍ଯ୍ୟକ୍ରମରେ ବିଚାର ବ୍ୟବସ୍ଥାରୁ ଜନସାଧାରଣ ବହୁତ କିଛି ଆଶା କରୁଥିବାବେଳେ ବିଚାରବିଭାଗୀୟ ଅଧିକାରୀ ଓ ଆଇନଜୀବୀମାନେ ଏହି ଆଶାପୂରଣ ପାଇଁ କାର୍ଯ୍ୟ କରିବାକୁ ମୁଖ୍ୟ ବିଚାରପତି ପରାମର୍ଶ ଦେଇଥିଲେ। କୋର୍ଟ କାର୍ଯ୍ୟରେ ସ୍ବଚ୍ଛତା ରକ୍ଷା ପାଇଁ ଏହି ସିଧା ପ୍ରସାରଣ ବ୍ୟବସ୍ଥା ସହାୟକ ହେବ ବୋଲି ମୁଖ୍ୟ ବିଚାରପତି କହିଥିଲେ।

ଉଚ୍ଚନ୍ୟାୟାଳୟ ସୂଚନା ପ୍ରଯୁକ୍ତି ବିଦ୍ୟା ଓ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବଜିତ ମହାନ୍ତି ଓ କମ୍ପ୍ୟୁଟର କମ୍ ଷ୍ଟିଅରିଂ କମିଟିର ପୂର୍ବତନ ଅଧ୍ୟକ୍ଷ ଜଷ୍ଟିସ ଶତ୍ରୁଘନ ପୂଜାହାରୀ ଉଚ୍ଚନ୍ୟାୟାଳୟର ନୂତନ ମୋବାଇଲ ଆପ୍, ଅନ୍‌ଲାଇନରେ ଜୋରିମାନା ଜମା ବ୍ୟବସ୍ଥା ଓ ଭର୍ଚୁଆଲ କୋର୍ଟ ବ୍ୟବସ୍ଥାର ଫାଇଦା ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅାଡ୍‌ଭୋକେଟ ଜେନେରାଲ ଅଶୋକ କୁମାର ପରିଜା, ପୁଲିସ ଡିଜି, ପୁଲିସ କମିସନର, ପରିବହନ କମିସନର, ଏନଆଇସି ରାଜ୍ୟ ଇନଫରମାଟିକ୍ ଅଫିସର ଓ ଅନ୍ୟମାନେ ଉପସ୍ଥିତ ଥିଲେ। ହାଇକୋର୍ଟ ୱେବସାଇଟରେ ମୋବାଇଲ ଆପ୍, ଜୋରିମାନା ରାଶିର ଇ-ପେମେଣ୍ଟ, ଭର୍ଚୁଆ‌ଲ କୋର୍ଟ ସଂପର୍କିତ ନିୟମାବଳୀ ଓ କାର୍ଯ୍ୟବିଧି ଉପଲବ୍ଧ ବୋଲି ସୂଚନା ମିଳିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories