www.samajalive.in
Monday, December 8, 2025
17.1 C
Bhubaneswar

ଖସୁଛି ସଂକ୍ରମଣ; ଦିନକରେ ରାଜ୍ୟରେ ୧୦୩୨ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କୋଭିଡ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଏହା ସମସ୍ତଙ୍କ ପାଇଁ ଆଶ୍ୱସ୍ତିର ବିଷୟ ହୋଇଛି। ତେବେ କଟକ, ଖୋର୍ଦ୍ଧା ଭଳି କିଛି ଜିଲାରେ ଏବେ ମଧ୍ୟ ସଂକ୍ରମଣରେ ବିଶେଷ କିଛି ପରିବର୍ତ୍ତନ ଲକ୍ଷ୍ୟ କରାଯାଉନାହିଁ। ଅବଶ୍ୟ ଗତ ୨୪ ଘଣ୍ଟାରେ ଖୋର୍ଦ୍ଧାରେ ସଂକ୍ରମଣ ଦୁଇଦିନ ମଧ୍ୟରେ ପ୍ରାୟ ଅର୍ଦ୍ଧେକ ହ୍ରାସପାଇଛି। ରବିବାର ଦିନ ରାଜ୍ୟରେ ଆଉ ୧୦୩୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୫୯୮ ଏବଂ ସ୍ଥାନୀୟ ସଂକ୍ରମିତ ୪୩୪ ଜଣ ରହିଛନ୍ତି।

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୪୮, ବାଲେଶ୍ୱର ୩୬, ବରଗଡ ୮, ଭଦ୍ରକ ୪୭, ବଲାଙ୍ଗୀର ୪, ବଉଦ ୨, କଟକ ୧୫୪ ଏବଂ ଦେବଗଡ ଜିଲାରୁ ୮ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ଢେଙ୍କାନାଳରୁ ୨୫, ଗଜପତି ୬, ଗଞ୍ଜାମ ୮, ଜଗତସିଂହପୁର ୮୨, ଯାଜପୁର ୪୩, ଝାରସୁଗୁଡା ୩, କଳାହାଣ୍ଡି ୬, କନ୍ଧମାଳ ୧୦, କେନ୍ଦ୍ରାପଡା ୧୮, କେନ୍ଦୁଝର ୨୩ ଏବଂ ଖୋର୍ଦ୍ଧା ଜିଲାରୁ ୨୩୭ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ କୋରାପୁଟରୁ ୯, ମାଲକାନଗିରି ୬, ମୟୁରଭଞ୍ଜ ୨୦, ନବରଙ୍ଗପୁର ୬, ନୟାଗଡ ୩୦, ପୁରୀ ୮୨, ରାୟଗଡା ୮, ସମ୍ବଲପୁର ୧୯, ସୋନପୁର ୧୦, ସୁନ୍ଦରଗଡ ୨୩ ଏବଂ ଷ୍ଟେଟପୁଲରୁ ୫୦ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସଂପ୍ରତି ୧୫୦୫୦ ଜଣ ସକ୍ରିୟ ସଂକ୍ରମିତ ରହିଥିବା ଜଣାଯାଇଛି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories